Categories: ଖେଳ

ଫ୍ରେଞ୍ଚ୍‌ ଓପନ୍‌ ଟେନିସ: ନାଡାଲ, ସିତ୍‌ସିପାସ, ଜେଭରେଭ ସେମିଫାଇନାଲରେ

ପ୍ୟାରିସ, ୧୦।୬- ସ୍ପେନ୍‌ ସୁପରଷ୍ଟାର ରାଫାଲ ନାଡାଲ, ଗ୍ରୀସ୍‌ର ଷ୍ଟିଫାନୋସ ସିତ୍‌ସିପାସ ଚଳିତ ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସେମିଫାଇନାଲରେ ସେ ଜର୍ମାନୀର ଆଲେକଜାଣ୍ଡର ଜେଭ୍‌ରେଭ୍‌ଙ୍କୁ ଭେଟିବେ। ଟେନିସ୍‌ର ଦୁଇ ପ୍ରତିଭା ସମ୍ପନ୍ନ ଖେଳାଳିଭାବେ ବିବେଚିତ ହେଉଥିବା ସିତ୍‌ସିପାସ ଓ ଜେଭରେଭ ଏଥିସହ ଗ୍ରାଣ୍ଡସ୍ଲାମ ଟାଇଟଲର ନିକଟତର ହୋଇଛନ୍ତି। ସିତ୍‌ସିପାସ-ଜେଭରେଭ ସେମିଫାଇନାଲ ଟୁର୍ନାମେଣ୍ଟ ଇତିହାସରେ ଅନ୍ୟତମ ସର୍ବକନିଷ୍ଠ ମୁକାବିଲା ହେବ। ୨୦୦୮ରେ ରାଫାଲ ନାଡାଲ ଓ ନୋଭାକ୍‌ ଜୋକୋଭିଚ୍‌ଙ୍କ ମଧ୍ୟରେ ଏପରି ମୁକାବିଲା ହୋଇଥିଲା। ୫ମ ସିଡ୍‌ ସିତ୍‌ସିପାସ ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ୨ ନମ୍ବର ଡାନିଲ ମେଡ୍‌ଭେଡେଭ୍‌ଙ୍କୁ ୬-୩, ୭-୬(୭/୩), ୭-୫ ସେଟ୍‌ରେ ପରାସ୍ତ କରିଥିଲେ। ପୂର୍ବଦିନ ଅନୁଷ୍ଠିତ ପ୍ରଥମ କ୍ୱାର୍ଟରରେ ୨୦୨୦ ୟୁଏସ୍‌ ଓପନ ଫାଇନାଲିଷ୍ଟ ୬ଷ୍ଠ ସିଡ୍‌ ଜେଭରେଭ ୬-୪, ୬-୧, ୬-୧ ସେଟ୍‌ରେ ୪୬ତମ ର଼୍ୟାଙ୍କ୍‌ପ୍ରାପ୍ତ ଆଲେଜାଣ୍ଡ୍ରୋ ଡାଭିଡୋଭିଚ୍‌ ଫୋକିନାଙ୍କୁ ହରାଇ ଦେଇଥିଲେ। ଜେଭରେଭ ପ୍ୟାରିସରେ ପ୍ରଥମ ଏବଂ ତୃତୀୟ ଥରପାଇଁ ଗ୍ରାଣ୍ଡସ୍ଲାମ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସିତ୍‌ସିପାସ ଗ୍ରୀସ୍‌ର ୨୨ ବର୍ଷୀୟ ହୋଇଥିବାବେଳେ ଜେଭରେଭ ୨୪ ବର୍ଷୀୟ ଜର୍ମାନୀ ଖେଳାଳି। ଉଭୟ ଖେଳାଳି ଚଳିତ ବର୍ଷ ରେଡ୍‌ କ୍ଲେରେ ମାଷ୍ଟର୍ସ ୧୦୦୦ ଟାଇଟଲ ହାସଲ କରିଛନ୍ତି। ତେଣୁ ଏହି ଦୁଇ ଖେଳାଳି ଏଠାରେ ବିପର୍ଯ୍ୟୟ ଘଟାଇବା ପାଇଁ ବ୍ୟଗ୍ର। ତୃତୀୟ ସିଡ୍‌ ମାନ୍ୟତା ପାଇଥିବା ନାଡାଲ କ୍ୱାର୍ଟର ଫାଇନାଲରେ ଆର୍ଜେଣ୍ଟିନାର ଡିଏଗୋ ସ୍ବାର୍ଜମ୍ୟାନଙ୍କୁ ୬-୩, ୪-୬, ୬-୪, ୬-୦ ସେଟ୍‌ରେ ହରାଇ ସେମିକୁ ଉଠିଛନ୍ତି। ସେମିରେ ସେ ଟପ୍‌ ସିଡ୍‌ ସର୍ବିୟାର ନୋଭାକ ଜୋକୋଭିଚ୍‌ କିମ୍ବା ନବମ ସିଡ୍‌ ଖେଳାଳି ଇଟାଲୀର ମାଟେଓ ବେରେଟିନିଙ୍କୁ ଭେଟିବେ।
ସାକାରି-କ୍ରେଜିକୋଭା
ମହିଳା ସିଙ୍ଗଲ୍ସରେ ଗ୍ରୀସ୍‌ର ମାରିଆ ସାକାରି ଓ ଚେକ୍‌ ରିପବ୍ଲିକର ବାର୍ବରା କ୍ରେଜିକୋଭା ସେମିଫାଇନାଲରେ ପରସ୍ପରକୁ ଭେଟିବେ। ତୃତୀୟ କ୍ୱାର୍ଟର ଫାଇନାଲରେ ସାକାରି ପୋଲାଣ୍ଡର ଇଗା ସ୍ବିଟେକ୍‌ଙ୍କୁ ସିଧାସଳଖ ୬-୪, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି। ସେହିପରି କ୍ରେଜିକୋଭା ଆମେରିକାର କୋକୋ ଗଫ୍‌ଙ୍କୁ ୭-୬(୮/୬), ୬-୩ ସେଟ୍‌ରେ ହରାଇ ସେମିଫାଇନାଲରେ ପହଞ୍ଚତ୍ଛନ୍ତି। ପୂର୍ବରୁ ଅନୁଷ୍ଠିତ ୨ଟି ମହିଳା କ୍ୱାର୍ଟର ଫାଇନାଲରେ ୩୧ତମ ସିଡ୍‌ ରୁଷିଆର ଆନାସ୍ତାସିଆ ପାଭ୍‌ଲ୍ୟୁଚେଙ୍କୋଭା ତାଙ୍କ ଡବଲ୍ସ ପାର୍ଟନର ଏଲିନା ରିବ୍‌କିନାଙ୍କୁ ୬-୭(୨/୭), ୬-୨, ୯-୭ରେ ଏବଂ ସ୍ଲୋଭାନିଆର ୮୫ତମ ର଼୍ୟାଙ୍କ୍‌ପ୍ରାପ୍ତ ତାମାରା ଜିଡାନସେକ୍‌ ୭-୫, ୪-୬, ୮-୬ ସେଟ୍‌ରେ ପାଉଲା ବଦୋସାଙ୍କୁ ହରାଇ ଦେଇଥିଲେ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.