ପ୍ୟାରିସ୍,୨।୬: ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍ ଓପନ ମଙ୍ଗଳବାର ତୃତୀୟ ଦିବସରେ ପହଞ୍ଚିଛି। ଉଭୟ ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍ ଖେଳାଳିମାନେ ଅଗ୍ରଗତି କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ତୃତୀୟ ସିଡ୍ ମାନ୍ୟତା ପାଇଥିବା ସ୍ପେନ ସୁପରଷ୍ଟାର ରାଫାଲ ନାଡାଲ ପ୍ରଥମ ରାଉଣ୍ଡରେ ଅଷ୍ଟ୍ରେଲିଆର ୨୧ ବର୍ଷୀୟ ଖେଳାଳି ଆଲେକ୍ସେଇ ପୋପିରିନଙ୍କୁ ୬-୩, ୬-୨, ୭-୬ ସେଟ୍ରେ ହରାଇ ଅଭିଯାନ ଆରମ୍ଭ କରିଛନ୍ତି। ସେହିପରି ଫ୍ରାନ୍ସର ୧୪ତମ ସିଡ୍ ଖେଳାଳି ଗାଏଲ ମନ୍ଫିଲ୍ଡ ୧-୬, ୭-୬, ୬-୪, ୬-୪ ସେଟ୍ରେ ସ୍ପେନର ଆଲବର୍ଟ ରାମୋସ ଭିନୋଲାସଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେହିପରି ଜର୍ମାନୀର ଫିଲିଫ କୋହେଲସ୍କ୍ରେଇବର ୭-୬, ୬-୨, ୨-୬, ୬-୪ ସେଟ୍ରେ ସ୍ପେନର ଫର୍ନାଣ୍ଡୋ ଭର୍ଡାସ୍କୋଙ୍କୁ ପ୍ରଥମ ରାଉଣ୍ଡରେ ପରାସ୍ତ କରି ଅଗ୍ରଗତି କରିଛନ୍ତି। ତେବେ ସପ୍ତମ ସିଡ୍ ଖେଳାଳି ରୁଷିଆର ଆନ୍ଦ୍ରେ ରୁବ୍ଲେଭ ୩-୬, ୬-୭, ୬-୪, ୬-୩, ୪-୬ ସେଟ୍ରେ ଜର୍ମାନୀର ଜାନ- ଲେନାର୍ଡ ଷ୍ଟ୍ରଫ୍ଙ୍କଠାରୁ ପରାସ୍ତ ହୋଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ୨୧ତମ ସିଡ୍ ଖେଳାଳି ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉର ୬-୨, ୬-୪, ୭-୬ ସେଟ୍ରେ ଇଟାଲୀର ଷ୍ଟିଫାନୋ ଟ୍ରାଭାଗ୍ଲିଆଙ୍କୁ ହରାଇ ଅଗ୍ରଗତି କରିଛନ୍ତି।
ଦ୍ୱିତୀୟ ରାଉଣ୍ଡରେ ବାର୍ଟି, ସେରେନା
ମହିଳା ସିଙ୍ଗଲ୍ସରେ ମଧ୍ୟ ସିଡେଡ୍ ଖେଳାଳିମାନେ ଅଗ୍ରଗତି କରିଛନ୍ତି। ଟପ୍ ସିଡ୍ ଖେଳାଳି ଅଷ୍ଟ୍ରେଲିଆର ଆଲେକ୍ସ ବାର୍ଟି ପ୍ରଥମ ରାଉଣ୍ଡ ମୁକାବିଲାରେ ୬-୪, ୩-୬, ୬-୨ ସେଟ୍ରେ ଆମେରିକାର ବର୍ନାଡ ପେରାଙ୍କୁ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଇଞ୍ଜୁରି କାରଣରୁ ବିଜୟୀ ହେବା ପାଇଁ ବାର୍ଟିଙ୍କୁ ସଂଘର୍ଷ କରିବାକୁ ପଡିଥିଲା। ସେହିପରି ସପ୍ତମ ସିଡ୍ ମାନ୍ୟତା ପାଇଥିବା ଅଭିଜ୍ଞ ଆମେରିକୀୟ ଖେଳାଳି ସେରେନା ଓ୍ବିଲିୟମ୍ସ ୭-୬, ୬-୨ ସେଟ୍ରେ ରୋମାନିଆର ଇରିନା- କାମେଲିଆ ବେଗୁଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପଞ୍ଚମ ସିଡ୍ ଖେଳାଳି ୟୁକ୍ରେନ୍ର ଏଲିନା ଭିଟୋଲିନା ୬-୨, ୭-୫ ସେଟ୍ରେ ୧୭ ବର୍ଷୀୟା କ୍ୱାଲିଫାୟର ଓସେନ ବାବେଲଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.