Categories: ଖେଳ

ଫ୍ରେଞ୍ଚ୍‌ ଓପନ ଟେନିସ୍‌: ତୃତୀୟ ରାଉଣ୍ଡରେ ଜେଭେରେଭ, ଇସ୍ନର

ପ୍ୟାରିସ,୩।୬: ଫ୍ରେଞ୍ଚ୍‌ ଓପନ ବୁଧବାର ଚତୁର୍ଥ ଦିବସରେ ପହଞ୍ଚିଛି। ପୁରୁଷ ସିଙ୍ଗଲ୍ସରେ ଜର୍ମାନୀର ଷଷ୍ଠ ସିଡ୍‌ ଖେଳାଳି ଆଲେକଜାଣ୍ଡର ଜେଭେରେଭ୍‌, ୧୫ତମ ସିଡ୍‌ ଖେଳାଳି ନରଓ୍ବେର କାସପର ରୁଡ୍‌, ୨୭ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନି, ୩୧ତମ ସିଡ୍‌ ଖେଳାଳି ଆମେରିକାର ଜନ୍‌ ଇସ୍ନର ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଜେଭେରେଭ ୭-୬, ୬-୩, ୭-୬ ସେଟ୍‌ରେ କ୍ୱାଲିଫାୟର ରୋମାନ ସାଫିଉଲିନ୍‌ଙ୍କୁ ପରାସ୍ତ କରି ତୃତୀୟ ରାଉଣ୍ଡକୁ ଉଠିଛନ୍ତି। ତୃତୀୟ ରାଉଣ୍ଡରେ ଜେଭେରେଭ ସର୍ବିଆର ଲାସଲୋ ଡେରେଙ୍କୁ ଭେଟିବେ। ଟପ୍‌ ସିଡ୍‌ ନୋଭାକ ଜୋକୋଭିଚ୍‌ ବୁଧବାର ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ୬-୨, ୬-୪, ୬-୨ ସେଟ୍‌ରେ ଆମେରିକାର ଟେନିସ ସାଣ୍ଡଗ୍ରେନଙ୍କୁ ହରାଇ ଅଭିଯାନ ଆରମ୍ଭ କରିଛନ୍ତି। ସେହିପରି ଫୋଗନିନି ୭-୬, ୬-୧, ୬-୨ ସେଟ୍‌ରେ ହଙ୍ଗେରୀର ମାର୍ଟନ ଫକୋଶୋଭିକ୍ସଙ୍କୁ ଭେଟିବେ। ଇସ୍ନର ୭-୬, ୬-୧, ୭-୬ ସେଟ୍‌ରେ ଫିଲିପ୍‌ କ୍ରାଜିନୋଭିକଙ୍କୁ ପରାସ୍ତ କରି ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।
କଲିନ୍ସ, ଭେସନିନା ତୃତୀୟ ରାଉଣ୍ଡକୁ ଉଠିଲେ
ମହିଳା ସିଙ୍ଗଲ୍ସରେ ଆମେରିକାର ଡାନିଏଲ କଲିନ୍ସ ୬-୦, ୬-୨ ସେଟ୍‌ରେ ଆନହେଲିନା କାଲିଆନାଙ୍କୁ ଦ୍ୱିତୀୟ ରାଉଣ୍ଡରେ ପରାସ୍ତ କରି ଅଗ୍ରଗତି କରିଛନ୍ତି। ସେହିପରି ରୁଷିଆର ଏଲିନା ଭେସନିନା ଦ୍ୱିତୀୟ ରାଉଣ୍ଡରେ ଓ୍ବାକଓଭର ପାଇ ତୃତୀୟ ରାଉଣ୍ଡକୁ ଉଠିଛନ୍ତି। ସେହିପରି ତୃତୀୟ ରାଉଣ୍ଡରେ ପ୍ରବେଶ କରିଥିବା ଅନ୍ୟ ଖେଳାଳିମାନେ ହେଲେ ଟି. ଜିଡାନସେକ, କେ. ସିନିଆକୋଭା, ଏସ୍‌. ସିର୍ଷ୍ଟିଆ, ଡି. କାସାଟକିନା, ପି. ହେରକୋଗ, ଏମ. ଭୋଣ୍ଡ୍ରୋଉଶୋଭା, ପି. ବଡୋଶା, ଏ. ବୋଗଡାନ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.