ପ୍ୟାରିସ, ୭।୬-ଚଳିତ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସରେ ତାମାରା ଜିଡାନସେକ ଓ ପାଉଲା ବଦୋସାଙ୍କ ମଧ୍ୟରେ କ୍ୱାର୍ଟର ଫାଇନାଲ ମୁକାବିଲା ହେବ। ସ୍ଲୋଭାନିଆର ଜିଡାନସେକ ରବିବାର ଅନୁଷ୍ଠିତ ୪ର୍ଥ ରାଉଣ୍ଡରେ ରୋମାନିଆର ସୋରାନା କ୍ରିଷ୍ଟିଆଙ୍କୁ ୭-୬ (୭/୪), ୬-୧ ସେଟ୍ରେ ପରାସ୍ତ କରିଛନ୍ତି। ସ୍ପେନର ବଦୋସା ଚତୁର୍ଥ ରାଉଣ୍ଡରେ ୬-୪, ୩-୬, ୬-୨ ସେଟ୍ରେ ମାର୍କେଟା ଭୋନ୍ଦ୍ରୋସୋଭାଙ୍କୁ ହରାଇ ଦେଇଛନ୍ତି। ସ୍ଲୋଭାନିଆର ପ୍ରଥମ ମହିଳା ଟେନିସ ଖେଳାଳି ଭାବେ ଜିଡାନସେକ କୌଣସି ବଡ଼ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ଛନ୍ତି। ଏହି ଟୁର୍ନାମେଣ୍ଟ ପୂର୍ବରୁ ୨୩ ବର୍ଷୀୟ ଜିଡାନସେକ୍ କେବେହେଲେ ଟପ୍-୧୦ ର଼୍ୟାଙ୍କପ୍ରାପ୍ତ କୌଣସି ଖେଳାଳିଙ୍କୁ ମଧ୍ୟ ହରାଇ ନ ଥିଲେ। ଶ୍ରେଷ୍ଠ ପ୍ରଦର୍ଶନ ସ୍ବରୂପ ସେ ଥରେ ଲେଖାଏ ଅଷ୍ଟ୍ରେଲିଆନ ଓ ଓ୍ବିମ୍ବେଲଡନ ଓପନର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ। ୨ ଥର ସେ ପ୍ରେଞ୍ଚ୍ ଓପନର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ। ପୂର୍ବରୁ ସ୍ଲୋଭାନିଆର ଶ୍ରେଷ୍ଠ ପ୍ରଦର୍ଶନକାରୀ ମହିଳା ଖେଳାଳି ଭାବେ କାଟାରିନା ସ୍ରେବୋନିକ୍ ଫ୍ରେଞ୍ଚ୍ ଓପନ ଏବଂ ୟୁଏସ୍ ଓପନର ୪ର୍ଥ ରାଉଣ୍ଡ ପର୍ଯ୍ୟନ୍ତ ପ୍ରବେଶ କରିଥିଲେ।
ଆଜାରେଙ୍କାଙ୍କ ଅଭିଯାନ ଶେଷ
ରୁଷିଆର ଆନାସ୍ତାସିଆ ପାଭ୍ଲ୍ୟୁଚେଙ୍କୋଭା ଗତ ୧୦ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ରୋଲାଣ୍ଡ ଗାରୋସ୍ର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ୩୧ ବର୍ଷୀୟ ଏହି ରୁଷୀୟ ଖେଳାଳି ୪ର୍ଥ ରାଉଣ୍ଡରେ ୨୦୧୩ ସେମିଫାଇନାଲିଷ୍ଟ ଭିକ୍ଟୋରିଆ ଆଜାରେଙ୍କାଙ୍କୁ ୫-୭, ୬-୩, ୬-୨ ସେଟ୍ରେ ପରାସ୍ତ କରିଛନ୍ତି। ପୂର୍ବରୁ ୨୦୧୧ରେ ପାଭ୍ଲ୍ୟୁଚେଙ୍କୋଭା ଥରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରି ପରାଜିତ ହୋଇଥିଲେ। ସେ ଥରେ ଲେଖାଏ ଅଷ୍ଟ୍ରେଲିଆନ ଓପନ ଏବଂ ଓ୍ବିମ୍ବେଲଡନର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ ହେଁ କେବେ ସେମିଫାଇନାଲରେ ପ୍ରବେଶ କରିବାର ସୌଭାଗ୍ୟ ହାସଲ କରିନାହାନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.