ପ୍ୟାରିସ, ୯।୬-ସ୍ଲୋଭାନିଆର ତାମାରା ଜିଡାନସେକ୍ ଚଳିତ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସର ପ୍ରଥମ ଖେଳାଳି ଭାବେ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ସେ ୭-୫, ୪-୬, ୮-୬ ସେଟ୍ରେ ସ୍ପେନର ପାଉଲା ବଦୋସାଙ୍କୁ ପରାସ୍ତ କରିଛନ୍ତି। ସ୍ଲୋଭାନିଆର ପ୍ରଥମ ମହିଳା ଟେନିସ ଖେଳାଳିଭାବେ ଜିଡାନସେକ୍ କୌଣସି ବଡ଼ ଟୁର୍ନାମେଣ୍ଟର ସେମିଫାଇନାଲରେ ପହଞ୍ଚତ୍ଛନ୍ତି। ଏହା ପୂର୍ବରୁ ଶ୍ରେଷ୍ଠ ପ୍ରଦର୍ଶନ ସ୍ବରୂପ ସେ ଥରେ ଲେଖାଏ ଅଷ୍ଟ୍ରେଲିଆନ ଓ ଓ୍ବିମ୍ବେଲଡନ ଓପନର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ। ୨ ଥର ସେ ଫ୍ରେଞ୍ଚ୍ ଓପନର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ। ପୂର୍ବରୁ ସ୍ଲୋଭାନିଆର ଶ୍ରେଷ୍ଠ ପ୍ରଦର୍ଶନକାରୀ ମହିଳା ଖେଳାଳିଭାବେ କାଟାରିନା ସ୍ରେବୋନିକ୍ ଫ୍ରେଞ୍ଚ୍ ଓପନ ଏବଂ ୟୁଏସ୍ ଓପନର ୪ର୍ଥ ରାଉଣ୍ଡ ପର୍ଯ୍ୟନ୍ତ ପ୍ରବେଶ କରିଥିଲେ।
ମହିଳା ସିଙ୍ଗଲ୍ସର ଏକ ଚତୁର୍ଥ ରାଉଣ୍ଡ ମ୍ୟାଚରେ ଇଗା ସ୍ବିଟେକ ୬-୩, ୬-୪ ସେଟ୍ରେ ମାର୍ତା କଷ୍ଟ୍ୟୁକଙ୍କୁ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସ୍ବିଟେକ ବୁଧବାର କ୍ୱାର୍ଟର ଫାଇନାଲରେ ମାରିକା ସାକାରୀଙ୍କୁ ଭେଟିବେ। ଏହି ଦିନ ଅନ୍ୟ ଏକ କ୍ୱାର୍ଟର ଫାଇନାଲ ମୁକାବିଲା କୋକା ଗୌଫ ଏବଂ ବର୍ବରା କ୍ରେଜିକୋଭାଙ୍କ ମଧ୍ୟରେ ଅନୁଷ୍ଠିତ ହେବ।
ମଙ୍ଗଳବାର ପୁରୁଷ ଡବଲ୍ସରେ ୨ଟି କ୍ୱାର୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଛି। ପ୍ରଥମ କ୍ୱାର୍ଟରରେ ନିକୋଲାସ ମାହୁଟ-ପିଏରେ ହ୍ୟୁଗ୍ସ ହର୍ବର୍ଟ ୭-୬(୭/୫), ୬-୧ ସେଟ୍ରେ ଟୋମିସ୍ଲାଭ ବର୍କିକ-ନିକୋଲା କାକିକ୍ ଯୋଡ଼ିଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟ ଏକ କ୍ୱାର୍ଟର ଫାଇନାଲରେ ଜୁଆନ ସେବାଷ୍ଟିଆନ କାବାଲ-ରବର୍ଟ ଫାରା ଯୋଡ଼ି ୬-୨, ୬-୭(୩/୭), ୭-୫ ସେଟ୍ରେ କେଭିନ କ୍ରାଓ୍ବିଜ-ହୋରିଆ ଟେକାଉ ଯୋଡ଼ିଙ୍କୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚତ୍ଛନ୍ତି। ମହିଳା ଡବଲ୍ସରେ ମଧ୍ୟ ୨ଟି କ୍ୱାର୍ଟର ଫାଇନାଲ ଆୟୋଜିତ ହୋଇଛି। ବେଥାନି ମାଟେକ ସାଣ୍ଡ୍ସ-ଇଗା ସ୍ବିଟେକ ଯୋଡ଼ି ୬-୩, ୬-୨ ସେଟ୍ରେ ଡାରିଜା ଜୁରାକ-ଆନ୍ଦ୍ରେଜା କ୍ଲେପାକ୍ ଯୋଡ଼ିଙ୍କୁ ପରାସ୍ତ କରିଛନ୍ତି। ସେହିପରି କ୍ୟାଟରିନା ସିନିକୋଭା-ବାର୍ବରା କ୍ରେଜିକୋଭା ଯୋଡ଼ି ୬-୪, ୬-୪ ସେଟ୍ରେ କ୍ରିଷ୍ଟିନା ପ୍ଲିସ୍କୋଭା-କାରୋଲିନା ପ୍ଲିସ୍କୋଭା ଯୋଡ଼ିଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମିକ୍ସଡ ଡବଲ୍ସରେ ଗୁଲିଆନା ଓଲମୋସ-ଜୁଆନ ସେବାଷ୍ଟିଆନ କାବାଲଙ୍କ ବିପକ୍ଷରେ ଓ୍ବାକ୍ଓଭର ପାଇ ଜୋ ସାଲିସବୁରି-ଡେଜିରେ କ୍ରାଓ୍ବଜିକ୍ ଯୋଡ଼ି ଫାଇନାଲରେ ପ୍ରବେଶ କରିଛନ୍ତି। ଦ୍ୱିତୀୟ ସେମିଫାଇନାଲରେ ଏଲିନା ଭେସନିନା-ଅସଲାନ କାରାତ୍ସେଭ ଯୋଡ଼ି ୬-୪, ୬-୧ ସେଟ୍ରେ ଓ୍ବେଜଲି କୁଲ୍ଫ-ଡେମି ସ୍କୁର୍ସଙ୍କୁ ହରାଇ ଫାଇନାଲରେ ପହଞ୍ଚତ୍ଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.