ପ୍ୟାରିସ୍,୫।୬: ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍ ଓପନ ଶୁକ୍ରବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ସିଙ୍ଗଲ୍ସରେ ଜର୍ମାନୀର ଷଷ୍ଠ ସିଡ୍ ଖେଳାଳି ଆଲେକଜାଣ୍ଡର ଜେଭରେଭ, ଜାପାନର କେଇ ନିଶିକୋରି, ଆର୍ଜେଣ୍ଟିନାର ଫେଡେରିକୋ ଡେଲବୋନିସ, ସ୍ପେନର ଆଲେଜାଣ୍ଡ୍ରୋ ଫୋକିନା, ଦ୍ୱିତୀୟ ସିଡ୍ ଖେଳାଳି ରୁଷିଆର ଡାନିଲି ମେଡଭେଡେଭ ଚତୁର୍ଥ ରାଉଣ୍ଡକୁ ଉଠିଛନ୍ତି। ମେଡଭେଡେଭ ତୃତୀୟ ରାଉଣ୍ଡରେ ଆମେରିକାର ରିଲି ଓପେଲକାଙ୍କୁ ୬-୪, ୬-୨, ୬-୪ ସେଟ୍ରେ ହରାଇ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଜେଭରେଭ ତୃତୀୟ ରାଉଣ୍ଡ ମୁକାବିଲାରେ ସର୍ବିଆର ଲାସଲୋ ଡେରେଙ୍କୁ ୬-୨, ୭-୫, ୬-୨ ସେଟରେ ପରାସ୍ତ କରି ଅଗ୍ରଗତି କରିଛନ୍ତି। ଜେଭରେଭ ଚତୁର୍ଥ ରାଉଣ୍ଡରେ ନିଶିକୋରିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚ୍ରେ ସୁଇଜରଲାଣ୍ଡର ହେନରୀ ଲାକୋସେନେନ ରିଟାୟାର୍ଡ ହର୍ଟ ହୋଇ ଓହରିଯିବା ଫଳରେ ନିଶିକୋରି ଚତୁର୍ଥ ରାଉଣ୍ଡକୁ ଉଠିଥିଲେ। ସେତେବେଳକୁ ନିଶିକୋରି ପ୍ରଥମ ସେଟ୍ରେ ୭-୫ରେ ଅଗ୍ରଣୀ ରହିଥିଲେ। ସେହିପରି ଅନ୍ୟ ଏକ ଚତୁର୍ଥ ରାଉଣ୍ଡ ମୁକାବିଲାରେ ଡେଲବୋନିସ୍ ଓ ଫୋକିନା ପରସ୍ପରକୁ ଭେଟିବା ନିଶ୍ଚିତ ହୋଇଛି। ଡେଲବୋନିସ ୬-୪, ୬-୧, ୬-୩ ସେଟ୍ରେ ୨୭ତମ ସିଡ୍ ଇଟାଲୀର ଫାବିଓ ଫୋଗନିନିଙ୍କୁ ହରାଇ ଅଗ୍ରଗତି କରିଛନ୍ତି। ସେହିପରି ଫୋକିନା ୧୫ତମ ସିଡ୍ ନରଓ୍ବେର କାସ୍ପର ରୁଡ୍ଙ୍କୁ ୭-୬, ୨-୬, ୭-୬, ୦-୬, ୭-୫ ମାରାଥନ ସେଟ୍ରେ ପରାସ୍ତ କରି ଅଗ୍ରଗତି କରିଛନ୍ତି।
ସେରେନା, ଆଜାରେଙ୍କାଙ୍କ ଅଗ୍ରଗତି, ସାବାଲେଙ୍କାଙ୍କ ବିପର୍ଯ୍ୟୟ
ମହିଳା ସିଙ୍ଗଲ୍ସରେ ୧୫ତମ ସିଡ୍ ବେଲାରୁଷର ଭିକ୍ଟୋରିଆ ଆଜାରେଙ୍କା ଓ ରୁଷିଆର ୩୧ତମ ସିଡ୍ ଆନାଷ୍ଟାସିଆ ପାଭଲ୍ୟୁଚେଙ୍କୋଭା ଚତୁର୍ଥ ରାଉଣ୍ଡରେ ମୁହଁାମୁହିଁ ହେବା ସ୍ପଷ୍ଟ ହୋଇଛି। ଆଜାରେଙ୍କା ତୃତୀୟ ରାଉଣ୍ଡରେ ଆମେରିକାର ମାଡିନସନ କେଜଙ୍କୁ ୬-୨, ୬-୨ ସେଟ୍ରେ ପରାସ୍ତ କରିଥିବା ବେଳେ ପାଭଲ୍ୟୁଚେଙ୍କୋଭା ୬-୪, ୨-୬, ୬-୦ ସେଟ୍ରେ ତୃତୀୟ ସିଡ୍ ବେଲାରୁଷର ଆରିନା ସାବାଲେଙ୍କାଙ୍କୁ ହରାଇ ବିପର୍ଯ୍ୟୟ ଘଟାଇଛନ୍ତି। ବିପର୍ଯ୍ୟୟ ସହ ସାବାଲେଙ୍କା ତୃତୀୟ ରାଉଣ୍ଡରୁ ବିଦାୟ ନେଇଛନ୍ତି। ସେହିପରି କାଜାଖସ୍ତାନର ଏଲିନା ରିବାକିନା ୬-୧, ୬-୪ ସେଟ୍ରେ ରୁଷିଆର ଏଲିନା ଭେସନିନାଙ୍କୁ ହରାଇ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେ ଏବେ ଆମେରିକାର ସେରେନା ଓ୍ବିଲିୟମ୍ସଙ୍କୁ ଭେଟିବେ। ସେରେନା ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚ୍ରେ ୬-୪, ୬-୪ ସେଟ୍ରେ ନିଜ ଦେଶର ଡାନିଏଲ କଲିନ୍ସଙ୍କୁ ପରାସ୍ତ କରି ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେହିପରି ତାମରା ଜିଡାନସେକ ୦-୬, ୭-୬, ୬-୨ ସେଟ୍ରେ ଚେକ ଗଣରାଜ୍ୟର କାଟେରିନା ସିନିଆକୋଭାଙ୍କୁ ହରାଇ ଅଗ୍ରଗତି କରିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.