E-Paper
  • logo
  • Monday 30th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inମେଟ୍ରୋ, ରାଜ୍ୟ

ଆସନ୍ତାକାଲି ମାଟ୍ରିକ ରେଜଲ୍ଟ
11:16 amJune 24, 2021

ଭୁବନେଶ୍ୱର,୨୪।୬(ବ୍ୟୁରୋ): ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସିଖବର। ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳାଫଳ। ଷ୍ଟେଟ ଓପନ ସ୍କୁଲ ଓ ମଧ୍ୟମା ପରୀକ୍ଷାଫଳ ବି ପ୍ରକାଶ ପାଇବ। କଟକ ବିଏସ୍‌ଇ ମୁଖ୍ୟାଳୟରେ ଅପରାହ୍ନ ୪ଟାରେ ପ୍ରକାଶ ପାଇବ ରେଜଲ୍ଟ। ସନ୍ଧ୍ୟା ୬ଟାରୁ ବୋର୍ଡର ଓ୍ବେବସାଇଟ୍‌ରେ ଫଳାଫଳ ଉପଲବ୍ଧ ହେବ। ଓ୍ବେସାଇଟ୍‌ www.bseodisha.ac.inରେ ରେଜଲ୍ଟ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି। ତେବେ ଇଣ୍ଟରନେଟ ସୁବିଧା ନ ଥିଲେ ଏସ୍‌ଏମ୍‌ଏସ୍‌ କରି ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ। OR01<ROLL NO> ଲେଖି 5676750ରେ ଏସ୍‌ଏମ୍‌ଏସ୍‌ କରିପାରିବେ। ଗତ କିଛି ଦିନ ପୂର୍ବରୁ ଚଳିତ ଜୁନ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ସୂଚନା ଦେଇଥିଲେ। ସୂଚନାଯୋଗ୍ୟ, କରୋନା ସଂକ୍ରମଣ ଯୋଗୁ ଗତ ଏପ୍ରିଲ ୨୪ରେ ମାଟ୍ରିକ ପରୀକ୍ଷାକୁ ଆନୁଷ୍ଠାନିକ ଭାବେ ବାତିଲ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାପରେ ମାଟ୍ରିକ ଫଳାଫଳ ନେଇ ଚୂଡ଼ାନ୍ତ ପଦ୍ଧତିକୁ ବୋର୍ଡ ଅନୁମୋଦନ ଦେଇଥିଲା। ସେହି ଫର୍ମୁଲା ଅନୁଯାୟୀ, ନବମ ଓ ଦଶମ ଶ୍ରେଣୀର ମାର୍କ ଆଧାରରେ ମୂଲ୍ୟାୟନ କରାଯାଇଛି। ନବମର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ମାର୍କକୁ ବିଚାରକୁ ନିଆଯିବ ବୋଲି କୁହାଯାଇଥିଲା। ଦଶମର ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପ୍ରାକ୍ଟିସ ପରୀକ୍ଷା ମାର୍କକୁ ମଧ୍ୟ ବିଚାର କରାଯିବା ସହ ନବମର ୪୦ପ୍ରତିଶତ, ଦଶମର ୬୦ ପ୍ରତିଶତ ମାର୍କକୁ ଗୁରୁତ୍ୱ ଦିଆଯିବା ନେଇ ପ୍ରସ୍ତାବ ରହିଥିଲା। ତେବେ ଦଶମରେ କୌଣସି ପରୀକ୍ଷା ଦେଇ ନ ଥିଲେ ନବମ ମାର୍କକୁ ବିଚାର କରାଯିବ। ଦଶମରେ ଗୋଟିଏ ପରୀକ୍ଷା ଦେଇଥିଲେ ନବମର ୭୦ ପ୍ରତିଶତ ମାର୍କକୁ ଗୁରୁତ୍ୱ ଦିଆଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଥିଲା।


[mc4wp_form id="252536"] All Right Reserved By Dharitri.Com

Posted inମେଟ୍ରୋ, ରାଜ୍ୟ View All

ମାଓବାଦୀ ଦମ୍ପତିଙ୍କ ଆତ୍ମସମର୍ପଣ

ଏମ୍‌ଭି ୭୯,୧୩ା୬: ମାଲକାନଗିରି ସୀମାନ୍ତ ଛତିଶଗଡ଼ର କାଣ୍ଡକାପାରା ପୋଲିସ ନିକଟରେ ଶନିବାର ଅପରାହ୍ନରେ ଏକ ମାଓବାଦୀ ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ କୋରସା ଲାଚୁ(୩୨)...

ଘରେ ରହି ଚିକିତ୍ସିତ ହେବାକୁ ଥିବା କରୋନା ଆକ୍ରାନ୍ତଙ୍କୁ ଯୋଗାଇ ଦିଆଯିବ ଅକ୍ସିଜେନ କନସେନ୍‌ଟ୍ରେଟର

ଭୁବନେଶ୍ୱର,୫ା୬(ବ୍ୟୁରୋ): କରୋନା ମହାମାରୀର ଦ୍ୱିତୀୟ ଲହରରେ ଅକ୍ସିଜେନର ଘୋର  ଅଭାବ ଦେଖାଦେଇଛି। ତେବେ ଅକ୍ସିଜେନ ଯୋଗାଣ ପାଇଁ ବିଏମ୍‌ସି ବଡ଼ ପଦକ୍ଷେପ ନେଇଛି। ଏଣିକି ଘରେ...

ରାତି ପାହିଲେ ବାହାରିବେ ବରଯାତ୍ରୀ

ସମ୍ବଲପୁର,୧୪ା୬(ବ୍ୟୁରୋ): କରୋନା କଟକଣା ମଧ୍ୟରେ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପ୍ରସ୍ତୁତି ଶେଷ ହୋଇଛି। ରାତି ପାହିଲେ ମହାଦେବଙ୍କ ବରଯାତ୍ରୀ ଲାଗି ପାରମ୍ପରିକ ବିଧି ହେବ।...

ପାଳିଆ ସେବାୟତଙ୍କୁ ସ୍ନାନଯାତ୍ରା ପାସ୍‌

ପୁରୀ ଅଫିସ,୨୩ା୬: ଆସନ୍ତାକାଲି ମହାପ୍ରଭୁଙ୍କ ସ୍ନାନଯାତ୍ରା। ଏଥିପାଇଁ ଆଜି ରାତିରୁ ଆରମ୍ଭ ହେବ ଶ୍ରୀଜିଉଙ୍କ ପହଣ୍ଡି ନୀତି। ତେବେ କୋଭିଡ କଟକଣା ପାଇଁ ଚଳିତବର୍ଷ ବିନା...

ଖୋଲିଲା ୯ ବର୍ଷର ହତ୍ୟା ମାମଲା ଫାଇଲ

ଭୁବନେଶ୍ୱର,୧୬।୬(ବ୍ୟୁରୋ)”ବହୁ ବିଳମ୍ବ ହୋଇଥିଲେ ମଧ୍ୟ ଏବେ କମିଶନରେଟ ପୋଲିସର ଚେତା ପଶୁଛି। ରାଜଧାନୀରେ ରହସ୍ୟ ହୋଇ ରହିଥିବା ବହୁ ସମ୍ବେଦନଶୀଳ ମାମଲାର ଖୋଳତାଡ଼ ଆରମ୍ଭ ହୋଇଛି।...

ଓଜେଇଇ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର,୧୪।୬(ବ୍ୟୁରୋ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ସ୍ଥଗିତ କରାଯାଇଛି। ଏହି ପରୀକ୍ଷା ସମ୍ଭବତଃ ଆସନ୍ତା ୧୭ ତାରିଖରେ ଆରମ୍ଭ ହୋଇ ୨୪ ତାରିଖରେ ଶେଷ ହେବାର...

ଆଜିଠୁ ୧୮ରୁ ୪୪ ବର୍ଷୀୟଙ୍କୁ ଦ୍ୱିତୀୟ ଡୋଜ୍‌

ଭୁବନେଶ୍ୱର, ୨।୬(ବ୍ୟୁରୋ):ବହୁ ପ୍ରତୀକ୍ଷା ପରେ ଶେଷରେ ରାଜଧାନୀ ଭୁବନେଶ୍ୱରରେ ବୁଧବାରଠାରୁ ୧୮ରୁ ୪୪ ବର୍ଷୀୟ ବର୍ଗଙ୍କ ପାଇଁ ୨ୟ ଡୋଜ୍‌ କୋଭିଡ୍‌ ଟିକାକରଣ ଆରମ୍ଭ ହେବାକୁ...

କବିସୂର୍ଯ୍ୟନଗର, କୋଦଳାରେ ଇଣ୍ଡୋର ଷ୍ଟାଡିୟମ ପ୍ରସ୍ତାବ: ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ବିଧାୟିକା

ଛତ୍ରପୁର,୨୩।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି।...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ମାସ୍କ୍‌ ନ ପିନ୍ଧିବା ନିର୍ଦ୍ଦେଶ ପରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା…
Next Post Next post:
୫୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଦେଶ ନ୍ୟୁଜିଲାଣ୍ଡ; ଚାମ୍ପିଅନ୍‌ ହେବା ପଛରେ ରହିଛି ଏସବୁ କାରଣ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts