ଇନ୍ଦୋର,୨୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ପାଇଁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଦେଶର ସ୍ବଚ୍ଛ ସହର ତାଲିକାରେ ଶୀର୍ଷରେ ଥିବା ଇନ୍ଦୋରରେ ଲୋକଙ୍କୁ ଆକୃଷ୍ଟ କରିବା ଲାଗି ଭାକ୍ସିନ୍ ନେଲେ ଉପହାର ପ୍ରଦାନ କରାଯାଉଛି। ସହରର ବିଭିନ୍ନ ପ୍ରତିଷ୍ଠିତ ବ୍ୟବସାୟୀ ତଥା କମ୍ପାନୀ ପକ୍ଷରୁ ଏଭଳି ଲୋଭନୀୟ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଭାକ୍ସିନ୍ ନେଲେ ଉପହାରରେ ଫ୍ରିଜ୍ ସହିତ ବହୁ ଦାମିକା ଉପହାର ପ୍ରଦାନ କରାଯାଉଛି। କେତେକ ଟିକାକରଣ କେନ୍ଦ୍ରରେ ଲକି ଡ୍ର ଅନୁଷ୍ଠିତ ହେଉଛି। ଟିକା ନେବାକୁ ଆସିଥିବା ଲୋକଙ୍କୁ ଅତିଥି ଭାବେ ପାଛୋଟି ନେଇ ସମ୍ମାନୀତ କରାଯିବା ସହିତ ଲସି, କୋଲ୍ଡ ଡ୍ରିଙ୍କସ୍ ଏବଂ ଅନ୍ୟ ପାନୀୟ ପ୍ରଦାନ କରାଯାଉଛି। ସେହିପରି ନଓ୍ବଲଖା ଟିକାରକରଣ କେନ୍ଦ୍ରରେ ଭାକ୍ସିନ୍ ନେଇଥିବା ଲୋକଙ୍କୁ ଥରଟିଏ ମାଗଣା ବସ୍ ଯାତ୍ରାର ସୁଯୋଗ ମିଳୁଛି। ଶପିଂ ମଲ୍ରେ କରାଯାଇଥିବା ଟିକାକରଣ କେନ୍ଦ୍ରରେ ସେଲ୍ଫି ଷ୍ଟିକ୍ ସମେତ ଅନ୍ୟ ଉପହାର ପ୍ରଦାନ କରାଯାଉଛି। ଭାକ୍ସିନ୍ ନେବାକୁ ଲୋକଙ୍କୁ ଆକୃଷ୍ଟ କରିବା ଲାଗି ଏଭଳି କରାଯାଉଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.