ନୂଆଦିଲ୍ଲୀ,୩।୬: ଅନିଶ୍ଚିତତାର ଖେଳ ହେଉଛି କ୍ରିକେଟ। କାରଣ କେଉଁ ମୂହୁର୍ତ୍ତରେ କ’ଣ ହେବ କୁହାଯାଇ ନ ପାରେ। ଅନେକ ସମୟରେ ଗୋଟିଏ ଭୂଲ, ତାହା ନୋ ବଲ୍ ହେଉ ଅଥବା ଓ୍ବାଇଡ୍ ବଲ୍, କୌଣସି ଟିମ୍କୁ ଅଡ଼ୁଆରେ ପକାଇପାରେ। ବିଶେଷକରି ନୋ ବଲ୍ ପକାଇବା କ୍ରିକେଟରେ ଅପରାଧ ବୋଲି ବିବେଚନା କରାଯାଏ। ଏଥିପାଇଁ ବୋଲର୍ମାନେ ଯଥାସମ୍ଭବ ଏଭଳି ବଲ୍ ନ ପକାଇବାକୁ ଚେଷ୍ଟା କରିଥାନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ, କ୍ରିକେଟ ଇତିହାସରେ ଏଭଳି ୫ ବୋଲର ଅଛନ୍ତି ଯେଉଁମାନେ ନିଜ କ୍ୟାରିୟରରେ କେବେହେଲେ ନୋ ବଲ୍ ପକାଇନାହାନ୍ତି। ସେମାନେ ହେଲେ ଇୟାନ ବୋଥମ୍, ଲାନ୍ସ ଗିବ୍ସ, ଡେନିସ୍ ଲିଲି, କପିଲ ଦେବ, ଇମ୍ରାନ ଖାନ୍।
ଇଂଲଣ୍ଡ ପାଇଁ ୧୦୨ ଟେଷ୍ଟ ଏବଂ ୧୧୬ ଦିନିକିଆ ମ୍ୟାଚ୍ ଖେଳିଥିବା ଇୟାନ ଯଥାକ୍ରମେ ୩୮୩ ଏବଂ ୧୪୫ ଉଇକେଟ ନେଇଛନ୍ତି। ସେ ଅନେକ ସମୟରେ ମ୍ୟାଚ୍କୁ ଜିତାଇବାରେ ପ୍ରମୁଖ ଭୂମିକା ତୁଲାଇଛନ୍ତି। ହେଲେ ସେ ନିଜ କ୍ୟାରିୟରରେ ଗୋଟିଏ ବି ହେଲେ ନୋ ବଲ୍ ପକାଇ ନାହାନ୍ତି।
ଓ୍ବେଷ୍ଟଇଣ୍ଡିଜ୍ ବୋଲର୍ ଲାନ୍ସଙ୍କୁ ଟେଷ୍ଟ କ୍ରିକେଟର ସବୁଠାରୁ ସଫଳ ସ୍ପିନରଙ୍କ ମଧ୍ୟରେ ବିବେଚନା କରାଯାଏ। ସେ ନିଜ କ୍ୟାରିୟରରେ ୭୯ ଟେଷ୍ଟ ଏବଂ ୩ ଦିନିକିଆ ମ୍ୟାଚ୍ ଖେଳିଛନ୍ତି, ହେଲେ କେବେହେଲେ ନୋ ବଲ୍ ପକାଇନାହାନ୍ତି।
ଡେନିସ ଅଷ୍ଟ୍ରେଲିଆର ଉଲ୍ଲେଖନୀୟ ବୋଲରମାନଙ୍କ ମଧ୍ୟରୁ ଜଣେ। ନିଜ ସମୟରେ ତାଙ୍କର ବେଶ ଦବ୍ଦବା ରହିଥିଲା। ସେ ୭୦ ଟେଷ୍ଟ ଖେଳିଥିଲେ ହେଁ ଗୋଟିଏ ନୋ ବଲ୍ ଫିଙ୍ଗିନାହାନ୍ତି।
ଭାରତୀୟ ଅଧିନାୟକ କପିଲ ଦେବ ଭଲ ଅଲରାଉଣ୍ଡର ଥିଲେ। ସେ ୧୩୧ ଟେଷ୍ଟରେ ୪୩୪ ଉଇକେଟ ଏବଂ ୨୨୫ ଦିନିକିଆରେ ୨୫୩ ଉଇକେଟ ନେଇଛନ୍ତି। ହେଲେ କ୍ୟାରିୟରରେ ଗୋଟିଏ ବି ନୋ ବଲ୍ ପକାଇ ନାହାନ୍ତି।
ସେହିଭଳି ପାକିସ୍ତାନର ବର୍ତ୍ତମାର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ନିଜ ସମୟରେ ଭଲ ଅଲରାଉଣ୍ଡର ଥିଲେ। ସେ ନିଜ କ୍ୟାରିୟରରେ ୮୮ ଟେଷ୍ଟ ଏବଂ ୧୭୫ ଦିନିକିଆ ଖେଳିଛନ୍ତି। ହେଲେ ସେ କ୍ୟାରିୟରରେ ଗୋଟିଏ ବି ନୋ ବଲ୍ ପକାଇ ନାହାନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.