ଆଜିଠାରୁ ୧୮ରୁ ୪୪ଙ୍କୁ ଦ୍ୱିତୀୟ ଡୋଜ୍‌ ଟିକା

ଭୁବନେଶ୍ୱର,୭।୬ (ବ୍ୟୁରୋ): ୧୮ରୁ ୪୪ବର୍ଷ ବୟସ୍କଙ୍କ ଟିକାକରଣକୁ ନେଇ ଉପୁଜିଥିବା ଆଶଙ୍କା ଶେଷରେ ଦୂର ହେବାକୁ ଯାଉଛି। ଏହି ବର୍ଗର ହିତାଧିକାରୀଙ୍କ ଦ୍ୱିତୀୟ ଡୋଜ୍‌ ପାଇଁ ବିଏମ୍‌ସି ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଟିକା ଅଭାବ ଭିତରେ ଦ୍ୱିତୀୟ ଡୋଜ୍‌ ଅବଧି ସରି ଆସୁଥିବାରୁ ବିଏମ୍‌ସି ଅଗ୍ରାଧିକାର ଭିତ୍ତିରେ ଟିକାକରଣ ପାଇଁ ଯୋଜନା କରିଛି। ଯେଉଁମାନେ ଯାତ୍ରୀ ନିବାସ ଟିକାକରଣ କେନ୍ଦ୍ରରେ ପ୍ରଥମ ଡୋଜ୍‌ ନେଇଥିଲେ, ସେମାନେ କଟକ ରୋଡ୍‌ସ୍ଥିତ ବୁଦ୍ଧେଶ୍ୱରୀ କମ୍ୟୁନିଟି ସେଣ୍ଟରରେ ଦ୍ୱିତୀୟ ଡୋଜ୍‌ ଟିକା ନେବେ। ସେହିପରି ତେରାପନ୍ଥ ଭବନଠାରେ ପ୍ରଥମ ଡୋଜ୍‌ ଟିକା ନେଇଥିବା ବ୍ୟକ୍ତିମାନେ ୟୁନିଟ-୧ ବାଳିକା ଉଚ୍ଚ ବିଦ୍ୟାଳୟରେ ଦ୍ୱିତୀୟ ଡୋଜ୍‌ ନେଇ ପାରିବେ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ଦୁଇ କେନ୍ଦ୍ର ବାଦ୍‌ ଯେଉଁମାନେ ପୂର୍ବରୁ ପ୍ରଥମ ଡୋଜ୍‌ ଯେଉଁଠାରେ ନେଇଥିଲେ ଦ୍ୱିତୀୟ ଡୋଜ୍‌ ମଧ୍ୟ ସେହିଠାରେ ନେଇ ପାରିବେ। ତେବେ ଟିକା କେନ୍ଦ୍ରକୁ ଯିବା ସମୟରେ ପ୍ରଥମ ଡୋଜ୍‌ ଟିକାକରଣର ସାର୍ଟିଫିକେଟ୍‌ ସାଙ୍ଗରେ ନେଇ ଯିବାକୁ ବାଧ୍ୟତାମୂଳକ କରାଯାଇଛି। ଏଥିସହ ଟିକାକରଣ ପାଇଁ ତାରିଖ ନିର୍ଦ୍ଧାରଣ କରାଯାଇଛି।
ମେ’ ୩ରେ ଟିକା ନେଇଥିବା ହିତାଧିକାରୀ ଦ୍ୱିତୀୟ ଡୋଜ୍‌ ସୋମବାର ୭ ତାରିଖରେ ନେବେ। ଏହି ଟିକାକରଣ ସକାଳ ୯ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ। ସେହିପରି ମେ ୪ରେ ପ୍ରଥମ ଡୋଜ୍‌ ନେଇଥିବା ବ୍ୟକ୍ତି ୭ ତାରିଖ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ, ମେ ୫ରେ ଟିକା ନେଇଥିବା ବ୍ୟକ୍ତି ଆସନ୍ତା ୮ ତାରିଖ ସକାଳ ୯ଟାରୁ ଅପରାହ୍ନ ୧ଟା , ମେ ୬ରେ ଟିକା ନେଇଥିଲେ ୮ ତାରିଖ ଅପରାହ୍ନ ୩ଟାରୁ ୬ଟା, ମେ ୭ରେ ଟିକା ନେଇଥିଲେ ୯ ତାରିଖ ସକାଳ ୯ଟାରୁ ଅପରାହ୍ନ ୧ଟା ମଧ୍ୟରେ, ମେ’ ୮ରେ ଟିକା ନେଇଥିଲେ ୯ ତାରିଖ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା, ମେ’ ୯ରେ ଟିକା ନେଇଥିଲେ ୧୦ ତାରିଖ ସକାଳ ୯ଟାରୁ ଅପରାହ୍ନ ୧ଟା, ମେ’ ୧୦ରେ ଟିକା ନେଇଥିଲେ ୧୦ ତାରିଖ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା, ମେ’ ୧୧ରେ ଟିକା ନେଇଥିଲେ ୧୧ ତାରିଖ ସକାଳ ୯ଟାରୁ ଅପରାହ୍ନ ୧ଟା , ମେ’ ୧୨ରେ ଟିକା ନେଇଥିଲେ ୧୧ ତାରିଖ ଅପରାହ୍ନ ୧ଟାରୁ ସନ୍ଧ୍ୟା ୬ଟା, ମେ’ ୧୩ରେ ଟିକା ନେଇଥିଲେ ୧୨ ତାରିଖ ସକାଳ ୯ଟାରୁ ଅପରାହ୍ନ ୧ଟା ଓ ମେ’ ୧୪ରେ ଟିକା ନେଇଥିବା ବ୍ୟକ୍ତି ୧୨ ତାରିଖ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଦ୍ୱିତୀୟ ଡୋଜ୍‌ ଟିକା ନେଇପାରିବେ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.