ନୂଆଦିଲ୍ଲୀ,୧୭।୬: ସ୍ବିସ୍ ବ୍ୟାଙ୍କରେ ଗଚ୍ଛିତ ଥିବା ଭାରତୀୟଙ୍କ ଜମାରାଶି ୨୦୨୦ ବର୍ଷ ସୁଦ୍ଧା ୨୦,୭୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏଥିରେ ଦେଶର ବ୍ୟକ୍ତିବିଶେଷ ଓ ଫାର୍ମ କମ୍ପାନୀଙ୍କ ଆକାଉଣ୍ଟରେ ଥିବା ଅର୍ଥ ମଧ୍ୟ ସାମିଲ ରହିଛି। ସୁଇଜରଲାଣ୍ଡର ସେଣ୍ଟ୍ରାଲ ବ୍ୟାଙ୍କ୍ ପକ୍ଷରୁ ଗୁରୁବାର ପ୍ରକାଶ ପାଇଥିବା ବାର୍ଷିକ ରିପୋର୍ଟରୁ ଏହା ଜଣାପଡ଼ିଛି।
୨୦୧୯ ବର୍ଷ ଶେଷ ସୁଦ୍ଧା ସୁଇସ ବ୍ୟାଙ୍କରେ ଭାରତୀୟଙ୍କ ୬,୬୨୫ କୋଟି ଟଙ୍କାର ଜମାରାଶି ପହଞ୍ଚି ଥିଲା। ତେବେ ୨୦୦୬ରେ ସର୍ବାଧିକ ୬.୫ ବିଲିୟନରେ ପହଞ୍ଚିଥିଲା ଭାରତୀୟଙ୍କ ଜମାରାଶି। ଏହା ପରଠାରୁ ଭାରତୀୟଙ୍କ ଜମାରାଶିର ପରିମାଣରେ ପ୍ରାୟତଃ ହ୍ରାସ ଘଟିଥିଲା। କେବଳ ୨୦୧୧, ୨୦୧୩ ଓ ୨୦୧୭ରେ ଦେଖାଦେଇଥିଲା ଏହି ଧାରାରେ ବ୍ୟତିକ୍ରମ। ଏହା ସୁଇସ ନ୍ୟାଶନାଲ ବ୍ୟାଙ୍କ(ଏସ୍ଏନ୍ବି)ର ତଥ୍ୟରୁ ଜଣାପଡ଼ିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.