ନୂଆଦିଲ୍ଲୀ,୭।୬: ଶନିବାର ଜି-୭ ରାଷ୍ଟ୍ର ସମୂହର ପ୍ରତିନିଧି ଓ ଅଧିକାରୀଙ୍କ ମଧ୍ୟରେ ଏକ ବିଶେଷ ବୈଠକ ଲଣ୍ଡନରେ ଅନୁଷ୍ଠିତ ହୋଇଯାଇଛି। ଗୁଗଲ, ଆପଲ୍ ଓ ଆମାଜନ ଭଳି ବହୁ ଦେଶୀୟ କମ୍ପାନୀଗୁଡିକ ଉପରେ ଟିକସ ଲାଗୁ କରିବା ଲାଗି ଉକ୍ତ ବୈଠକରେ ଏକ ଐତିହାସିକ ଚୁକ୍ତି ନେଇ ଜି-୭ ରାଷ୍ଟ୍ର ସମୂହ ସହମତି ପ୍ରକାଶ କରିଛନ୍ତି। ଫଳରେ ବହୁ ଦେଶୀୟ କମ୍ପାନୀଗୁଡିକ ଅନ୍ତତଃ ପକ୍ଷେ ୧୫% ଅନ୍ତଃରାଷ୍ଟ୍ରୀୟ କର୍ପୋରେଟ ଟିକସ ଦେବାକୁ ପଡିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଉକ୍ତ ବୈଠକରେ ବ୍ରିଟେନର ଅର୍ଥମନ୍ତ୍ରୀ ଋଷି ସୁନକ ଅଧ୍ୟକ୍ଷତା କରି ବିଭିନ୍ନ ବିଷୟ ଉପରେ ମତାମତ ଲୋଡିଥିଲେ। ଏହାଦ୍ୱାରା ସରକାରୀ ରାଜକୋଷକୁ ଆବଶ୍ୟକ ପରିମାଣର ଟିକସ ଆସିବ। ଫଳରେ ଦେଶଗୁଡିକ ଏହାଦ୍ୱାରା ଲାଭବାନ ହୋଇପାରିବେ ବୋଲି ବୈଠକରେ ଆଲୋଚନା ହୋଇଥିଲା। ଏହି ସର୍ବନିମ୍ନ କର୍ପୋରେଟ ଟିକସକୁ ନେଇ ଆସନ୍ତା ମାସରେ ଏକ ଐତିହାସିକ ରାଜିନାମା ହୋଇପାରେ। ଏହି ନିଷ୍ପତ୍ତି ଫଳରେ ଭାରତ ଲାଭବାନ ହେବ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି। ସେମାନଙ୍କ କହିବା କଥା ବହୁଦେଶୀୟ କମ୍ପାନୀଗୁଡ଼ିକ ୧୫% ଟିକସ ପ୍ରଦାନ କଲେ ଦେଶର ବିକାଶ କାର୍ଯ୍ୟରେ ତାହା ବିନଯୋଗ ହୋଇପାରିବ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.