ନୂଆଦିଲ୍ଲୀ, ୩।୬: ଭାଜପା ଏମ୍ପି ଗୌତମ ଗମ୍ଭୀରଙ୍କ ଫାଉଣ୍ଡେଶନ ବେଆଇନ ଭାବେ କୋଭିଡ୍-୧୯ ଔଷଧ କିଣିଥିଲା। ଆଉ ତାହାକୁ ବିନା ଅନୁମତିରେ ବାଣ୍ଟି ଥିଲେ ବୋଲି ଦିଲ୍ଲୀର ଔଷଧ ନିୟନ୍ତ୍ରକ ଗୁରୁବାର ଦିଲ୍ଲୀ ହାଇକୋର୍ଟରେ କହିଛନ୍ତି।
କୋର୍ଟଙ୍କ ଶୁଣାଣି ପରେ ଗମ୍ଭୀର ସ୍ବାଧୀନତା ସଂଗ୍ରାମୀ ଭଗତ ସିଂଙ୍କ ବାଣୀକୁ ଟୁଇଟ୍ କରିଛନ୍ତି। କ୍ରିକେଟରରୁ ରାଜନେତା ପାଲଟିଥିବା ଗମ୍ଭୀର ନିଜ ମତରେ ସେ କୌଣସି ଭୁଲ କରିନାହାନ୍ତି। ଲୋକଙ୍କ ହିତ ଲାଗି ଯାହା କରିପାରିବେ, ତାହା ଜାରି ରଖିବେ ବୋଲି ଜଣାଇ ଦେଇଛନ୍ତି। “ମୁଁ ଜଣେ ମଣିଷ ଓ ମାନବଜାତିକୁ ପ୍ରଭାବିତ କରୁଥିବା ପ୍ରତ୍ୟେକ ବିଷୟ ମୋତେ ଚିନ୍ତିତ କରେ – ସର୍ଦ୍ଦାର ଭଗତ ସିଂ” ବୋଲି ଗମ୍ଭୀର ଟୁଇଟ୍ କରିଛନ୍ତି।
ଦିଲ୍ଲୀର ଡ୍ରଗ କଣ୍ଟ୍ରୋଲର ହାଇକୋର୍ଟଙ୍କୁ କହିଛନ୍ତି, କୋଭିଡ୍-୧୯ ଆକ୍ରାନ୍ତଙ୍କ ଚିକିତ୍ସାରେ ବ୍ୟବହୃତ ହେଉଥିବା ଔଷଧ ଫାବିଫ୍ଲୁକୁ ବିନା ଲାଇସେନ୍ସରେ କିଣିବା ଓ ମାଗଣାରେ ବାଣ୍ଟିବା ଘଟଣାରେ ଗମ୍ଭୀରଙ୍କ ଫାଉଣ୍ଡେଶନ ଦୋଷୀ ସାବ୍ୟସ୍ତ ହୋଇଛି। ଆମ ଆଦମୀ ପାର୍ଟି (ଏଏପି) ବିଧାୟକ ପ୍ରବୀଣ କୁମାର ମଧ୍ୟ ସମାନ ପ୍ରକାର ଅପରାଧରେ ଲିପ୍ତ ଥିଲେ। ଦୁହେଁ ଡ୍ରଗ ଓ କସମେଟିକ୍ସ ଆଇନର ୧୮ ସି ଧାରା ଉଲ୍ଲଂଘନ କରିଛନ୍ତି। ଏଥିଯୋଗୁ ଦୁଇ ନେତାଙ୍କୁ ୫ ବର୍ଷର କାରାଦଣ୍ଡ ଭୋଗିବାକୁ ପଡ଼ିପାରେ।
ଆଉ ବିଳମ୍ବ ନ କରି ଗମ୍ଭୀର ଓ ପ୍ରବୀଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର ବୋଲି ଦିଲ୍ଲୀ ଡ୍ରଗ କଣ୍ଟ୍ରୋଲର ପକ୍ଷରୁ ହାଇକୋର୍ଟଙ୍କୁ କୁହାଯାଇଛି। ଏ ସଂକ୍ରାନ୍ତରେ ୬ ସପ୍ତାହ ମଧ୍ୟରେ ଡ୍ରଗ କଣ୍ଟ୍ରୋଲରଙ୍କୁ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ପଡ଼ିବ। ମାମଲର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୯ ତାରିଖରେ ହେବ।
କୋଭିଡ୍ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଔଷଧ ମିଳୁ ନ ଥିବାବେଳେ ରାଜନେତାମାନେ ପ୍ରଚୁର ପରିମାଣରେ ଔଷଧ କିଣିବା ସହ ମାଗଣାରେ ନିଜ ନିର୍ବାଚନ ମଣ୍ଡଳୀରେ ବାଣ୍ଟୁଥିବା ନେଇ ଯାଚିକା ଦାଖଲ କରାଯାଇଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.