Categories: ଖେଳ

ଆଧୁନିକ କ୍ରିକେଟରେ କେଉଁ ଖେଳାଳିଙ୍କ ଭଳି ବ୍ୟାଟିଂ କରିବାକୁ ଚାହାନ୍ତି ପ୍ରଶ୍ନରେ ଏଭଳି କହିଲେ ଗାଭାସ୍କର; ଚକିତ କଲା ନାମ…

ନୂଆଦିଲ୍ଲୀ,୩।୬: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ସୁନିଲ ଗାଭାସ୍କର ଟି୨୦ କ୍ରିକେଟର ବଡ଼ ପ୍ରଶଂସକ ବୋଲି ସ୍ବୀକାର କରିଛନ୍ତି। ତାଙ୍କ ସମୟର ଅନେକ ଖେଳାଳି କ୍ରିକେଟର ଏହି ଫର୍ମାଟକୁ ପସନ୍ଦ କରୁ ନ ଥିବା ବେଳେ ଗାଭାସ୍କର ଭିନ୍ନ ମତ ରଖିଛନ୍ତି। ଅନେକ ଥର ବ୍ୟାଟ୍ସମ୍ୟାନମାନେ ଟି୨୦ କ୍ରିକେଟରେ ଭଲ ଶଟ୍ସ ଲଗାଇବା ଦେଖି ଚକିତ ହୋଇଯାଆନ୍ତି ବୋଲି କହିଛନ୍ତି।

ଏକ ସାକ୍ଷାତକାରରେ ଗାଭାସ୍କର କହିଛନ୍ତି, ମୁଁ ଜାଣେ ମୋ ସମୟର ଅନେକ ଲୋକ ଟି୨୦ ଫର୍ମାଟକୁ ନେଇ ଖୁସି ନୁହନ୍ତି। ହେଲେ ମୋତେ ଏହା ପସନ୍ଦ। ଏହାପଛରେ ଥିବା ସାଧାରଣ କାରଣଟି ହେଉଛି, ତୁମକୁ ଜଣା ଯେ ୩ ଘଣ୍ଟାରେ ମ୍ୟାଚ୍‌ ଶେଷ ହେବ ଏବଂ ବିଜେତା ଜଣାପଡ଼ିଯିବ। ଏଥିରେ ଭରପୂର ମନୋରଞ୍ଜନ ଦେଖିବାକୁ ମିଳେ। ସ୍ବିଚ୍‌ ଶର୍ଟ ହେଉ ଅଥବା ରିଭର୍ସ ସୁଇପ୍‌ କେହି ମାରିଲେ ମୁଁ ଚେୟାରରୁ ଉଠିପଡେ।

ଏହାଛଡ଼ା ଆଧୁନିକ ସମୟର କେଉଁ ବ୍ୟାଟ୍ସମ୍ୟାନ୍‌ ପସନ୍ଦ ପ୍ରଶ୍ନରେ ଗାଭାସ୍କର କହିଛନ୍ତି, ସେ ହେଉଛନ୍ତି ଏବି ଡିଭିଲିୟର୍ସ। ତାଙ୍କ ଭଳି ମୁଁ ଖେଳିବାକୁ ଚାହେଁ। ସେ ୩୬୦ଡିଗ୍ରୀ ଅର୍ଥାତ ପଡ଼ିଆର ସବୁ ସ୍ଥାନରେ ଶର୍ଟ ଖେଳିପାରିଥାନ୍ତି। ସେ ନେଟ୍‌ରେ ଅଭ୍ୟାସ କରିବା ଭଳି ଖେଳିଥାନ୍ତି। ବ୍ୟାଟିଂକୁ ସେ ବେଶ ସହଜ କରିଦେଇଛନ୍ତି। ତାଙ୍କ ଖେଳିବା ଶୈଳୀ ବହୁତ ଭଲ ବୋଲି ଗାଭାସ୍କର କହିଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.