ଝାରସୁଗୁଡ଼ା ଅଫିସ,୧୬ା୬: ଏକା ଜିଦ୍ ମଦ ପିଇବି। ମଦ ପାଇଁ ଟଙ୍କା ଦିଅ ନହେଲେ ଡେଇଁଲି। ଅଗ୍ନିଶମ କର୍ମୀଙ୍କ ଆଗରେ ଏଭଳି ସର୍ତ୍ତ ରଖିଥିଲେ ଟେଲିଫୋନ ଟାଓ୍ବାରରେ ଚଢ଼ିଥିବା ଝାରସୁଗୁଡ଼ା ସଦର ଥାନା ଏକାତାଳି ଗ୍ରାମର ଉଦ୍ଧବ ପଟେଲଙ୍କ ପୁଅ କ୍ରିଷ୍ଣା (୨୩)।
କ୍ରିଷ୍ଣା ସର୍ବଦା ମଦ ପାଇଁ ମା’ବାପାଙ୍କୁ ମାରପିଟ କରନ୍ତି। ବୁଧବାର ସକାଳେ ମାରପିଟ କରିବା ଫଳରେ ତାଙ୍କ ବାପା ଥାନାରେ ଜଣାଇଥିଲେ। ମଧ୍ୟାହ୍ନରେ ପୁଣି ମା’ବାପାଙ୍କୁ ଟଙ୍କାମାଗି ପିଟାପିଟି କରିଥିଲେ। ଟଙ୍କା ନ ଦେବାରୁ ଟାଓ୍ବାର ଉପରେ ଚଢି ଆତ୍ମହତ୍ୟା ପାଇଁ ଧମକ ଦେଇଥିଲେ ା ଗ୍ରାମବାସୀ ସଦର ଥାନାରେ ଜଣାଇବା ପରେ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚତ୍ଥିଲେ। ସେମାନେ କ୍ରିଷ୍ଣାଙ୍କୁ ବୁଝାଶୁଝା କରି ଓହ୍ଲାଇବା ପାଇଁ କହିଥିଲେ ମଧ୍ୟ ସେ ଶୁଣି ନ ଥିଲେ। ‘ଯଦି କେହି ଉପରକୁ ଚଢିବା ପାଇଁ ଚେଷ୍ଟା କରିବ ତା’ହେଲେ ମୁଁ ତଳକୁ ଡେଇଁ ପଡିବେ’ ବୋଲି ଧମକ ଦେଇଥିଲେ କ୍ରିଷ୍ଣା। ଶେଷରେ କ୍ରିଷ୍ଣାଙ୍କ ଦାବି ଅନୁଯାୟୀ ଅଗ୍ନିଶମ କର୍ମଚାରୀ ଟାଓ୍ବାରରେ ଚଢି ତାଙ୍କୁ ୫ହଜାର ଟଙ୍କା ଦେଇଥିଲେ। ଟଙ୍କା ପାଇ କ୍ରିଷ୍ଣା ଶାନ୍ତ ହୋଇଥିଲେ। ତଳକୁ ଓହ୍ଲାଇବା ପୂର୍ବରୁ ସୁରକ୍ଷା ପାଇଁ ତାଙ୍କୁ ବେଲ୍ଟ ପିନ୍ଧିବାପାଇଁ କୁହାଯାଇଥିଲା ା ହେଲେ ଏଥିରେ ସେ ଅରାଜି ହୋଇ ପୁଣିଥରେ ଡେଇଁପଡିବାକୁ ଧମକ ଦେଇଥିଲେ। ଦୀର୍ଘ ୩ ଘଣ୍ଟା କାଳ ପୋଲିସ ଓ ଅଗ୍ନିଶମ କର୍ମଚାରୀ କସରତ କଲାପରେ କ୍ରିଷ୍ଣା ତଳକୁ ଓହ୍ଲାଇଥିଲେ। ପୋଲିସ ତାଙ୍କୁ ଥାନାକୁ ନେଇ ପଚରାଉଚରା ଚଳାଇଛି। ଉଦ୍ଧାର କାଯର୍ୟରେ ସଦର ଥାନା ଏସ୍ଆଇ ପୁରୁଷୋତ୍ତମ ସାହୁ, ଅଗ୍ନିଶମ ଅଧିକାରୀ ରମେଶ ମହାନ୍ତି, କର୍ମଚାରୀ ବିମଳ ବାଗ୍, ସଦାନନ୍ଦ ଭୋଇ ସାମିଲ ହୋଇଥିଲେ ା
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.