ଭୁବନେଶ୍ୱର,୨୪।୬(ବ୍ୟୁରୋ): କୋଭିଡ ଟିକା ପାଇଁ ରାଜ୍ୟ ସରକାର ଡାକିଥିବା ଗ୍ଲୋବାଲ ଇ-ଟେଣ୍ଡରକୁ ବାତିଲ କରାଯାଇଛି। ବୁଧବାର ଏ ନେଇ ଓଡ଼ିଶା ରାଜ୍ୟ ଔଷଧ ନିଗମ ଲିମିଟେଡ (ଓଏସ୍ଏମ୍ସିଏଲ୍) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ତେବେ କେଉଁ କାରଣରୁ ଟେଣ୍ଡର ବାତିଲ ହେଲା ସେ ନେଇ କୌଣସି କାରଣ ଦର୍ଶାଯାଇ ନାହିଁ।
କୋଭିଡ ସଂକ୍ରମଣ ରୋକିବା ଦିଗରେ ଟିକାକରଣ ହିଁ ଏକମାତ୍ର ବିକଳ୍ପ । କେନ୍ଦ୍ର ସରକାର ପର୍ଯ୍ୟାପ୍ତ ଟିକା ଯୋଗାଉ ନ ଥିବାରୁ ରାଜ୍ୟ ସରକାର ନିଜେ ଟିକା ସଂଗ୍ରହ କରି ଟିକାକରଣ କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ଯୋଜନା କରିଥିଲେ। ଏନେଇ ୨୦୨୧ ମେ ୧୪ରେ ଔଷଧ ନିଗମ ପକ୍ଷରୁ ଟିକା କ୍ରୟ ସକାଶେ ଗ୍ଲୋବାଲ ଇ-ଟେଣ୍ଡର ଆହ୍ବାନ କରାଯାଇଥିଲା। ତେବେ ଏହି ଟେଣ୍ଡରରେ କୌଣସି ଜାତୀୟ, ଅନ୍ତର୍ଜାତୀୟ ଟିକା ଉତ୍ପାଦନକାରୀ କିମ୍ବା ଯେଗାଣକାରୀ ସଂସ୍ଥା ବିଡ୍ ଦାଖଲ କରି ନ ଥିଲେ। ରାଜ୍ୟ ସରକାର ଟେଣ୍ଡର ସର୍ତ୍ତାବଳୀରେ ପରିବର୍ତ୍ତନ କରିବା ପରେ ୨ ସଂସ୍ଥା ବିଡ୍ ଦାଖଲ କରିଥିଲେ। ଗ୍ଲୋବାଲ ଟେଣ୍ଡର ବିଫଳ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାର ମାଗଣାରେ ଟିକା ଯୋଗାଇବା ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଚାପ ପକାଇଥିଲେ। ନବୀନଙ୍କ ଏହି ଉଦ୍ୟମକୁ ଅଧିକାଂଶ ମୁଖ୍ୟମନ୍ତ୍ରୀ ସମର୍ଥନ କରିଥିଲେ। ଚାପ ଯୋଗୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ୭ରେ ୧୮ରୁ ୪୪ ବର୍ଷ ବର୍ଗର ସମସ୍ତଙ୍କୁ ମାଗଣା ଟିକା ଦେବାକୁ ଘୋଷଣା କରିଥିଲେ। ରାଜ୍ୟକୁ କେନ୍ଦ୍ରରୁ ଆବଶ୍ୟକ ଟିକା ମିଳିବା ସମ୍ଭାବନା ଥିବାରୁ ରାଜ୍ୟ ସରକାର ଗ୍ଲୋବାଲ ଇ-ଟେଣ୍ଡର ବାତିଲ କରିଥିବା କୁହାଯାଉଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.