ନୂଆଦିଲ୍ଲୀ,୧୭।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ଏବେ ଦିଲ୍ଲୀରୁ ଖୁସି ଖବର ଆସିଛି। ବାୟୋଲୋଜିକାଲ-ଇ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ସ୍ବଦେଶୀ ଭାକ୍ସିନ୍ କୋର୍ବେଭାକ୍ସ୍ କରୋନାକୁ ହରାଇବାକୁ ସକ୍ଷମ ହେବ। ଏହି ଭାକ୍ସିନ୍ ୯୦ ପ୍ରତିଶତ ଫଳପ୍ରଦ ହେବ ବୋଲି କେନ୍ଦ୍ର ସରକାରଙ୍କ କୋଭିଡ୍ ଓ୍ବାର୍କିଂ ଗ୍ରୁପ୍ ଅଧ୍ୟକ୍ଷ ଡ. ନରେନ୍ଦ୍ର କୁମାର ଆରୋରା ସୂଚନା ଦେଇଛନ୍ତି। ଡ. ଆରୋରା ନ୍ୟାଶନାଲ ଏହାର ଦୁଇ ଡୋଜ୍ର ଦାମ ୨୫୦ ଟଙ୍କା ରହିବ। ଭାକ୍ସିନ୍ର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଜାରି ରହିଛି। ଏହା ଅକ୍ଟୋବର ଶେଷ ସୁଦ୍ଧା ଉପଲବ୍ଧ ହେବାର ଆଶା ରହିଛି ବୋଲି ଆରୋରା କହିଛନ୍ତି। କୋର୍ବେଭାକ୍ସ୍ ଭାକ୍ସିନ୍ର ନୋଭାଭାକ୍ସ୍ ସହିତ ସାମ୍ୟତା ରହିଛି। ନୋଭାଭାକ୍ସ୍କୁ ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କରାଯିବାର ଯୋଜନା ରହିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.