ନୂଆଦିଲ୍ଲୀ,୧୨।୬: ଭାରତରେ କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଜାରି ରହିଛି। ତେବେ ଭାକ୍ସିନ୍ର ୨ ଡୋଜ୍ ମିକ୍ସିଂ ଦ୍ୱାରା ସୁଫଳ ମିଳିବା ସହିତ ଅଭାବ ମଧ୍ୟ ପୂରଣ ହୋଇପାରିବ ବୋଲି ଭାରତ ସରକାରଙ୍କ ପକ୍ଷରୁ ଚିନ୍ତା କରାଯାଉଛି। ଇତିମଧ୍ୟରେ ଗୁଜରାଟ ଏବଂ ଉତ୍ତରପ୍ରଦେଶର କେତେକ ଅଞ୍ଚଳରେ ଭୁଲ୍ ବଶତଃ ପ୍ରଥମ ଡୋଜ୍ କୋଭାକ୍ସିନ୍ ନେଇଥିବା ଲୋକଙ୍କୁ ଦ୍ୱିତୀୟ ଡୋଜ୍ କୋଭିଶିଲ୍ଡ ପ୍ରଦାନ କରାଯାଇଛି। ମାତ୍ର ଏହା ଦ୍ୱାରା ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କଠାରେ କୌଣସି ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇ ନାହିଁ। ଏହାର ଫଳାଫଳ ଆଧାରରେ ଭାରତରେ ଭାକ୍ସିନ୍ ମିକ୍ସିଂ ଉପରେ ବିଚାର କରାଯାଉଛି। ଭାକ୍ସିନ୍ ମିକ୍ସିଂରେ କରୋନା ପରାଜିତ ହେବ ବୋଲି ବିଶେଷଜ୍ଞ ଆଶାବାଦୀ ରହିଛନ୍ତି। ଏ ସମ୍ପର୍କିତ ପରୀକ୍ଷା ବିଟ୍ରେନ୍ରେ ଜାନୁୟାରୀଠାରୁ ଆରମ୍ଭ ହୋଇଛି। ଅପରପକ୍ଷରେ ଜୁନ୍ ୧ରେ କାନାଡ଼ାରେ ଏବଂ ଜୁନ୍ ୪ରେ ବାହାରିନ୍ରେ ଆରମ୍ଭ କରାଯାଇଛି। ଭାକ୍ସିନ୍ର ମିକ୍ସଡ୍ ଆଣ୍ଡ୍ ମ୍ୟାଚ୍ ଏକ ଭଲ ପଦକ୍ଷେପ ବୋଲି ବିଚାର କରାଯାଉଛି। ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟର ଗବେଷକ ଆଷ୍ଟ୍ରାଜେନିକା ଏବଂ ଫାଇଜର ଭାକ୍ସିନ୍ର ମିକ୍ସିଂ ସୁରକ୍ଷିତ ଏବଂ ପ୍ରଭାବଶାଳୀ ବୋଲି ଦର୍ଶାଇଛନ୍ତି। ତେବେ ଏହା ଉପରେ ଅଧିକ ପରୀକ୍ଷା ନିରୀକ୍ଷା କରାଯିବା ଉପରେ ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି। ଇତିମଧ୍ୟରେ କାନାଡା, ବ୍ରିଟେନ୍, ବାହାରିନ୍ରେ ଏହାର ପରୀକ୍ଷା ଆରମ୍ଭ ହୋଇଥିବାବେଳେ ଆମେରିକା, ଫିନଲାଣ୍ଡ୍, ଫ୍ରାନ୍ସ୍, ନରଓ୍ବେ, ଦକ୍ଷିଣ କୋରିଆ, ସ୍ପେନ୍, ସ୍ବିଡେନ, ଚାଇନା, ରୁଷିଆରେ ଏନେଇ ଗବେଷଣା ଜାରି ରହିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.