ନୂଆଦିଲ୍ଲୀ,୯।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଜାରି ରହିଛି। ଭାରତରେ ସିରମ୍ ଇନଷ୍ଟଚ୍ୟୁଟ୍ର କୋଭିଶିଲ୍ଡ ଏବଂ ଭାରତ ବାୟୋଟେକ୍ ପ୍ରସ୍ତୁତ କରିଥିବା କୋଭାକ୍ସିନ୍ର ଡୋଜ୍ ଲୋକଙ୍କ ପ୍ରଦାନ କରାଯାଉଛି। କରୋନା ମହାମାରୀ ଭୂତାଣୁ ବିରୋଧରେ କୋଭିଶିଲ୍ଡ ବେଶ୍ ପ୍ରଭାବଶାଳୀ ରହିଛି। ସେହିପରି କୋଭାକ୍ସିନ୍ ଡୋଜ୍ କରୋନା ଭୂତାଣୁର ବିଟା (ବି-୧-୩୫୧) ଏବଂ ଡେଲ୍ଟା (ବି-୧-୬୧୭-୨) ଭାରିଆଣ୍ଟ୍ ବିରୋଧରେ ପ୍ରଭାବଶାଳୀ ସାବ୍ୟସ୍ତ ହେଉଛି ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି।ବିଟା ଭାରିଆଣ୍ଟ୍ ଦକ୍ଷିଣ ଆଫ୍ରିକାରୁ ସୃଷ୍ଟି ହୋଇଥିବାବେଳେ ଡେଲ୍ଟା ଭାରତରେ ସୃଷ୍ଟି ହୋଇଛି। ଏନ୍ଆଇବି, ଆଇସିଏମ୍ଆର୍ ଏବଂ ଭାରତ ବାୟୋଟେକ୍ ପକ୍ଷରୁ ହୋଇଥିବା ଏକ ସର୍ଭେ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। କୋଭାକ୍ସିନ୍ର ନ୍ୟୁଟ୍ରାଲାଇଜେଶନ କ୍ଷମତା ବିଟା ଏବଂ ଡେଲ୍ଟା ଭାରିଆଣ୍ଟ୍ ତୁଳନାରେ ୩ ଗୁଣା ଅଧିକ। ଏହି ଦୁଇ ଭାରିଆଣ୍ଟ୍ ବିରୋଧରେ ଶରୀରରେ ରୋଗପ୍ରତିରୋଧକ ଶକ୍ତି ସୃଷ୍ଟି କରିବାରେ କୋଭାକ୍ସିନ୍ ପ୍ରଭାବଶାଳୀ ରହିଛି ବୋଲି ଗବେଷକ କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.