Categories: ଜାତୀୟ

ଭୁଲ ମାଗିଲା ଗୁଗଲ

ବେଙ୍ଗାଲୁରୁ,୩।୬: ଭାରତର ସବୁଠୁ ଖରାପ ଭାଷା ଲେଖି ଗୁଗଲରେ ସର୍ଚ୍ଚ କଲେ ଉତ୍ତର ଆସୁଥିଲା କନ୍ନଡ଼। ଏ ନେଇ ମୁଣ୍ଡ ଟେକିଛି ବିବାଦ। ବିଶ୍ୱର ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କର୍ନାଟକ ସରକାରଙ୍କ ପକ୍ଷରୁ କୁହାଯାଇଛି।

ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀଙ୍କ ସମେତ ରାଜ୍ୟର ବିଭିନ୍ନ ଦଳର ରାଜନେତା ଓ ବ୍ୟକ୍ତିବିଶେଷ ଗୁଗଲକୁ ସମାଲୋଚନା କରିବା ପରେ  ତୃଟି ପାଇଁ କ୍ଷମାପ୍ରାର୍ଥନା କରିଛି ବିଶ୍ୱର ବୃହତ୍‌ ସର୍ଚ୍ଚ ଇଞ୍ଜିନ।

କର୍ନାଟକର ଭାଷା, ପରମ୍ପରା ଓ ଜଙ୍ଗଲ ବିଭାଗ ମନ୍ତ୍ରୀ ଅରବିନ୍ଦ ଲିମ୍ବାଭଲି ଟୁଇଟରରେ ଲେଖିଛନ୍ତି, “କନ୍ନଡ଼ ଭାଷାଭାଷୀଙ୍କୁ ଅପମାନିତ କରିବା ପାଇଁ ଏହା ଗୁଗଲର ଉଦ୍ୟମ। ମୁଁ ଗୁଗଲଠାରୁ କ୍ଷମାପ୍ରାର୍ଥନା ଦାବି କରୁଛି। ଆମ ଭାଷାର ଛବି ଖରାପ କରିବା ଲାଗି ଗୁଗଲ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ”।

ଏ ସମ୍ପର୍କରେ ଗୁଗଲ ପ୍ରବକ୍ତା କହିଛନ୍ତି, ସର୍ଚ୍ଚ ଇଞ୍ଜିନ ସର୍ବଦା ସଠିକ୍‌ ଉତ୍ତର ଦିଏନାହିଁ। ନିର୍ଦ୍ଦିଷ୍ଟ ପ୍ରଶ୍ନର ଫଳାଫଳ ଆଶ୍ଚର୍ଯ୍ୟଜନକ ହୋଇପାରେ। ଆମେ ଜାଣିଛୁ ଏହା ଉଚିତ ନୁହେଁ। ଏହାକୁ ଆମେ ସଂଶୋଧନ କରିବୁ। ସାଧାରଣତଃ, ପ୍ରଶ୍ନର ଉତ୍ତରରେ ଗୁଗଲ ନିଜସ୍ବ ମନ୍ତବ୍ୟ ଦିଏନାହିଁ। ଭୁଲ ବୁଝାମଣା ଓ କନ୍ନଡ଼ ଭାଷାଭାଷୀଙ୍କ ଭାବନାକୁ ଆଘାତ ଦେଇଥିବାରୁ କ୍ଷମାପ୍ରାର୍ଥନା କରୁଛୁ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.