Categories: ଜାତୀୟ

ଅବସର ପରେ କମ୍ପାନୀରେ ବାବୁଙ୍କ ନିଯୁକ୍ତି

ନୂଆଦିଲ୍ଲୀ, ୪।୬(ପି.ଟି.):ସରକାରୀ ବାବୁମାନେ ଅବସର ଗ୍ରହଣ କରିବା ପରେ ବାଧ୍ୟତାମୂଳକ କୁଲିଂ ପିରିୟଡ୍‌ (ଯେଉଁ ସମୟ ମଧ୍ୟରେ ସମ୍ପୃକ୍ତ କର୍ମଚାରୀ ନିଷ୍ପତ୍ତି ବଦଳାଇପାରିବେ) ପର୍ଯ୍ୟନ୍ତ ଅପେକ୍ଷା ନ କରି ସଙ୍ଗେ ସଙ୍ଗେ ଘରୋଇ ସେକ୍ଟରରେ ଭର୍ତ୍ତି ହେଉଛନ୍ତି। ଏହା ଗୁରୁତର ଅନିୟମିତତା ବୋଲି କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି) ଗୁରୁବାର କହିଛନ୍ତି। ବାବୁମାନଙ୍କୁ ଅବସର ପରବର୍ତ୍ତୀ ଚାକିରି ଦେବା ପୂର୍ବରୁ ସମସ୍ତ ସରକାରୀ ସଂସ୍ଥା ବାଧ୍ୟତାମୂଳକ ଭିଜିଲାନ୍ସ ମଞ୍ଜୁରୀ ନେବା ଆବଶ୍ୟକ ବୋଲି ସିଭିସି ତାଙ୍କ ନିର୍ଦ୍ଦେଶନାମାରେ କହିଛନ୍ତି। ଅନେକ କ୍ଷେତ୍ରରେ ଦେଖାଯାଉଛି, ସରକାରୀ ବାବୁମାନେ ଅବସର ଗ୍ରହଣ କରିବା ପରେ ପରେ ଘରୋଇ ସଂସ୍ଥାରେ ପୂର୍ଣ୍ଣକାଳୀନ କିମ୍ବା ଚୁକ୍ତିଭିତ୍ତିକ ନିଯୁକ୍ତି ଗ୍ରହଣ କରୁଛନ୍ତି। ଏଥିପାଇଁ ଥିବା କୁଲିଂ ଅଫ୍‌ ସମୟ ପ୍ରତି ସେମାନେ ଧ୍ୟାନ ଦେଉନାହାନ୍ତି। ଏହା ସେମାନଙ୍କ କ୍ଷେତ୍ରରେ ଗୁରୁତର ଅସଦାଚରଣ। ସିଭିସି କେନ୍ଦ୍ର ସରକାରଙ୍କ ସବୁ ବିଭାଗର ସଚିବ ଏବଂ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ମୁଖ୍ୟମାନଙ୍କୁ ନିର୍ଦ୍ଦେଶନାମା ଜାରି କରିବା ଅବସରରେ ଏହା କହିଛନ୍ତି। ଅବସର ପରେ କୌଣସି ଘରୋଇ ସେକ୍ଟରରେ ନିଯୁକ୍ତି ଗ୍ରହଣ କରିବା ପୂର୍ବରୁ କର୍ମଚାରୀମାନେ ଯେପରି କୁଲିଂ ଅଫ୍‌ ସମୟକୁ ମାନିବେ ସେଥିପାଇଁ ସମସ୍ତ ସରକାରୀ ସଂସ୍ଥା ନିଜ କର୍ମଚାରୀମାନଙ୍କ ଲାଗି ଉପଯୁକ୍ତ ନିୟମାବଳୀ ଓ ଗାଇଡ୍‌ଲାଇନ ପ୍ରସ୍ତୁତ କରିବାକୁ ସିଭିସି ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ନିୟମର ଉଲ୍ଲଂଘନ ହେଲେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ରଖିବାକୁ କମିଶନ କହିଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.