ଓ୍ବିଣ୍ଡ୍ହୋକ୍,୧୦।୬: ପୃଥିବୀର ବୃହତ୍ ସ୍ତନ୍ୟପାୟୀ ପ୍ରାଣୀ ଅଧା ପୃଥିବୀ ବୁଲି ଏବେ ରେକର୍ଡ କରିଛି। ଏହି ହେଉଛି ଏକ ଗ୍ରେ ହ୍ବେଲ୍(ଧୂସର ତିମି)। ଇତିମଧ୍ୟରେ ତିମିଟି ୨୦ ହଜାର କିଲୋମିଟର ସମୁଦ୍ରରେ ବୁଲି ସାରିଲାଣି। ୨୦୧୩ରେ ଏହି ତିମିକୁ ଆଫ୍ରିକାର ନାମ୍ବିଆ ସମୁଦ୍ର ଉପକୂବର୍ତ୍ତୀ ଅଞ୍ଚଳରେ ଦେଖିବାକୁ ମିଳିଥିଲା। ଆଟଲାଣ୍ଟିକ୍ ସାଗରର ଥଣ୍ଡାପାଣିରେ ଏହି ପ୍ରଜାତିର ତିମି ବାସ କରନ୍ତି। ଏହି ପ୍ରଜାତିର ବାୟୋଲୋଜିକାଲ ନାମ ହେଉଛି ଏସ୍କ୍ରିଚିୟସ୍ ରୋବଷ୍ଟସ୍। ତିମିଟି ଉତ୍ତର ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା ସମ୍ପର୍କରେ ବ୍ରିଟେନ୍ର ଡରହମ ବିଶ୍ୱବିଦ୍ୟାଳୟର ପ୍ରଫେସର ରସ୍ ହୋଲ୍ଜେଲ୍ କହିଛନ୍ତି। ତିମିର ନମୁନା ପରୀକ୍ଷା କରି ଏହା ଜଣାପଡ଼ିଥିବା ସେ କହିଛନ୍ତି।କ ଏହା ଏକ ଅଣ୍ଡିରା ତିମି। ପୃଥିବୀର ପରିଧି ୪୦ ହଜାର କିଲୋମିଟର ଅଧିକ ଥିବାବେଳେ ତିମିଟି ଏହାର ଅଧା ଅତିକ୍ରମ କରିସାରିଛି। ଏହା ପୂର୍ବରୁ ଏକ ବ୍ଲୁ ହ୍ବେଲ୍ ୭ ହଜାର କିଲୋମିଟର ଅତିକ୍ରମ କରିଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.