ଇନ୍ଦୋର,୧୬।୬: କରୋନା ସଂକ୍ରମଣରୁ ଠିକ୍ ହେବା ପରେ ବ୍ୟକ୍ତିଙ୍କ ନିକଟରେ ଏବେ ବ୍ଲାକ୍, ହ୍ବାଇଟ ଓ ୟେଲୋ ଫଙ୍ଗସ୍ ପରେ ଏବେ ଗ୍ରୀନ୍ ପଙ୍ଗସ୍ ଲକ୍ଷଣ ଚିହ୍ନଟ ହୋଇଛି। ଯାହାକୁ ନେଇ ବିଶେଷଜ୍ଞ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି। ପୂର୍ବରୁ ଦେଶରେ ବ୍ଲାକ୍, ହ୍ବାଇଟ ଓ ୟେଲୋ ଫଙ୍ଗସ୍ ଦେଖାଯାଇଥିବା ବେଳେ ପ୍ରଥମ ଥର ମଧ୍ୟପ୍ରଦେଶ ଇନ୍ଦୋରରେ ଗ୍ରୀନ ଫଙ୍ଗସ୍ର ପ୍ରଥମ ମାମଲା ସାମ୍ନାକୁ ଆସିଛି। ଇନ୍ଦୋରର ଗ୍ରୀନ୍ ଫଙ୍ଗସ୍ ରୋଗୀଙ୍କୁ ଏୟାରଲିଫ୍ଟ କରାଯାଇ ମୁମ୍ବାଇର ହିନ୍ଦୁଜା ରାଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏନେଇ ଇନ୍ଦୋରର ସ୍ବାସ୍ଥ୍ୟ ବିଭାଗର ଡାଟା ମ୍ୟାନେଜର ଅର୍ପୁବା ତିଓ୍ବାରି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ଦେଢ଼ ମାସରୁ ଇନ୍ଦୋରର ଅରୋବିନ୍ଦୋ ଇନ୍ଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ହସ୍ପିଟାଲରେ ଉକ୍ତ ରୋଗୀଙ୍କ ଚିକିତ୍ସା ଚାଲିଥିଲା। ଉକ୍ତ ବ୍ୟକ୍ତି ଜଣକ କରୋନା ଆକ୍ରାନ୍ତ ହେବା ପରେ ସୁସ୍ଥ ହୋଇଯାଇଥିଲେ। ତାଙ୍କ ନିକଟରେ ବ୍ଲାକ୍ ଫଙ୍ଗସ୍ ଲକ୍ଷଣ ଦେଖାଯିବା ସନ୍ଦେହରେ ଯାଞ୍ଚ କରାଯାଇଥିଲା। କିନ୍ତୁ ଏହି ଯାଞ୍ଚ ସମୟରେ ତାଙ୍କ ଫୁସ୍ଫୁସ୍ ଓ ରକ୍ତରେ ଗ୍ରୀନ ଫଙ୍ଗସ୍ ଲକ୍ଷଣ ମିଳିଥିଲା। ତାଙ୍କ ଫୁସ୍ଫୁସ୍ ୯୦ପ୍ରତିଶତ ସଂକ୍ରମିତ ହୋଇଥିବା ନେଇ ଅରୋବିନ୍ଦୋ ହସ୍ପିଟାଲର ଜଣେ ଡାକ୍ତର ରବି ଦୋସି ସୂଚନା ଦେଇଛନ୍ତି। ଏଥିସହ ସେ କହିଛନ୍ତି, ପରୀକ୍ଷଣ ସମୟରେ ଜଣାପଡ଼ିଥିଲା ଯେ, ଗ୍ରୀନ୍ ଫଙ୍ଗସ୍ ବ୍ଲାକ୍ ଫଙ୍ଗସ୍ର ଠାରୁ ପୁରା ଭିନ୍ନ। ତେବେ ଏନେଇ ଗବେଷଣା କରିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି ବୋଲି ଡାକ୍ତର ରବି ଦୋସି କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.