ବୁଦାପେଷ୍ଟ,୨୧।୬: ୟୁରୋକପ୍ରେ ଶନିବାର ଖେଳାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଆଣ୍ଟୋନିଓ ଗ୍ରୀଜମେନ ଫ୍ରାନ୍ସକୁ ପରାଜୟରୁ ରକ୍ଷା କରିଛନ୍ତି। ଏହି ମୁକାବିଲାରେ ଫ୍ରାନ୍ସ ଓ ହଙ୍ଗେରୀ ପରସ୍ପରକୁ ଭେଟିଥିଲେ। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍ ୧-୧ ଗୋଲରେ ଅମୀମାଂସିତ ରହିଛି। ପ୍ରଥମାର୍ଦ୍ଧ ଇଞ୍ଜୁରି ଟାଇମର ଦ୍ୱିତୀୟ ମିନିଟ୍ରେ ଅଟିଲା ଫିଓଲା ଗୋଲ ଦେଇ ହଙ୍ଗେରୀକୁ ଅଗ୍ରଣୀ କରାଇଥିଲେ। ହଙ୍ଗେରୀ ବିପକ୍ଷରେ ଫ୍ରାନ୍ସ ସଂଘର୍ଷ କରୁଥିବା ଦେଖାଯାଇଥିଲା। ଦ୍ୱିତୀୟାର୍ଦ୍ଧର ୬୬ତମ ମିନିଟ୍ରେ ଗ୍ରୀଜ୍ମେନ ଗୋଲ ଦେଇ ମ୍ୟାଚ୍କୁ ସମାନ ସ୍ଥିତିକୁ ଆଣିଥିଲେ। ଫ୍ରାନ୍ସ ଦ୍ୱିତୀୟ ଗୋଲ ଦେବାକୁ ସକ୍ଷମ ହୋଇପାରି ନ ଥିଲା। ଫଳରେ ମ୍ୟାଚ୍ ଡ୍ର ରହିଥିଲା। ଫ୍ରାନ୍ସ ଗ୍ରୁପ୍ ଏଫ୍’ ଶୀର୍ଷରେ ରହିଛି। ଫ୍ରାନ୍ସ ତରଫରୁ କିଲିଆନ ଏମ୍ବାପ୍ପେ ଓ କରିମ ବେଞ୍ଜେମା ଏକାଧିକ ସୁଯୋଗ ହାତଛଡ଼ା କରିଥିଲେ। ଗ୍ରୀଜ୍ମ୍ୟାନ ଏଥିସହ ଫ୍ରାନ୍ସ ପାଇଁ ୩୮ତମ ଗୋଲ ସ୍କୋର କରିଛନ୍ତି। ସ୍ଥାନୀୟ ପୁସ୍କାସ ଏରିନାରେ ୬୭,୨୧୫ ଦର୍ଶକଙ୍କ ସାମ୍ନାରେ ଏହି ମ୍ୟାଚ୍ ଖେଳାଯାଇଥିଲା। ଚଳିତ ୟୁରୋକପ୍ରେ ଏକମାତ୍ର ଏହି ଷ୍ଟାଡିୟମରେ ପୂରା ଦର୍ଶକ ମ୍ୟାଚ୍ ଦେଖିବାର ସୁଯୋଗ ହାସଲ କରିଛନ୍ତି। ଘରୋଇ ପରିବେଶ ଓ ଦର୍ଶକଙ୍କ ସାମ୍ନାରେ ହଙ୍ଗେରୀ ଖେଳାଳିମାନେ ବେଶ୍ ଉତ୍ସାହିତ ହୋଇ ଖେଳିଥିଲେ ଓ ବିପର୍ଯ୍ୟୟ ଘଟାଇବାର ସମ୍ଭାବନା ସୃଷ୍ଟି କରିଥିଲେ।
କୋପା ଆମେରିକା ମ୍ୟାଚ୍ ପରିଚାଳନା କରିବେ ସ୍ପାନିଶ୍ ରେଫରି
କୁଇଆବା(ବ୍ରାଜିଲ),୧୭।୬: ଚଳିତ କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟରେ ଏକ ସ୍ପାନିଶ୍ ରେଫରିଂ କ୍ରିୟୁ ମ୍ୟାଚ୍ ପରିଚାଳନା କରିବେ। ଏ ନେଇ ୟୁରୋପ ଓ ଦକ୍ଷିଣ ଆମେରିକା...
ଅପମାନଜନକ ଟୁଇଟ୍ ପାଇଁ ରବିନସନ୍ ସସ୍ପେଣ୍ଡ
ଲଣ୍ଡନ, ୮ା୬ (ଏପି)-ଇଂଲଣ୍ଡ ଫାଷ୍ଟ ବୋଲର ଓଲି ରବିନସନ୍ଙ୍କୁ ଅନ୍ତର୍ଜାତୀୟ କ୍ରିକେଟରୁ ସସ୍ପେଣ୍ଡ କରାଯାଇଛି। ୨୦୧୨-୧୩ରେ ସୋସିଆଲ ମିଡିଆରେ ସେ ଅପମାନଜନକ ଟୁଇଟ୍ ପୋଷ୍ଟ କରିଥିଲେ।...
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ପୂର୍ବରୁ ସାକ୍ଷାତକାର ନେଲେ ସ୍ତ୍ରୀ, ବୁମ୍ରା ପଚାରିଲେ- ମୁଁ ଆପଣଙ୍କୁ ପୂର୍ବରୁ କେଉଁଠି ଦେଖିଛି କି?
ସାଉଥାମ୍ପଟନ,୧୭।୬: ଚଳିତ ବର୍ଷ ଫେବୃୟାରୀରେ ଭାରତୀୟ ଦ୍ରୁତ ବୋଲର ଜସପ୍ରିତ ବୁମ୍ରା ଲୋକପ୍ରିୟ ଟେଲିଭିଜନ ଉଦ୍ଘୋଷିକା ସଞ୍ଜନା ଗଣେଶନଙ୍କୁ ବିବାହ କରିଥିଲେ। ଉଭୟ ବିବାହ ପର୍ଯ୍ୟନ୍ତ...
ଦେଶର ଶ୍ରେଷ୍ଠ ଆଥଲେଟିକ୍ ଏକାଡେମୀ ମଧ୍ୟରେ କିଟ୍
ଭୁବନେଶ୍ୱର, ୧୦।୬- ଭାରତର ଶ୍ରେଷ୍ଠ ୧୦ ଆଥଲେଟିକ୍ ଏକାଡେମୀ ମଧ୍ୟରେ ଓଡ଼ିଶାର କିଟ୍ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି। ଦି ବ୍ରିଜ୍ ମିଡିଆ ପକ୍ଷରୁ ନିକଟରେ ପ୍ରସ୍ତୁତ...
ଅନୁରୋଧ ପରେ ଟିମ୍ ଇଣ୍ଡିଆକୁ ମିଳିଲା ଅଭ୍ୟାସ ମ୍ୟାଚ୍
ମୁମ୍ବାଇ,୨୬।୬: ଅଗଷ୍ଟ ୪ରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆ ହାତରେ ପ୍ରାୟ ୪୦ ଦିନ ରହିଛି। ଏହି...
କୋପା ଆମେରିକା ଫୁଟବଲ: ବ୍ରାଜିଲ ଜିତିଲା ଉଦ୍ଘାଟନୀ ମ୍ୟାଚ
ସାଓ ପାଓଲୋ, ୧୫।୬(ଏପି)-କୋପା ଆମେରିକା ଫୁଟବଲ ଟୁର୍ନାମେଣ୍ଟର ୪୭ତମ ସଂସ୍କରଣ ଉଦ୍ଘାଟିତ ହୋଇଛି। ଉଦ୍ଘାଟନୀ ମ୍ୟାଚରେ ଆୟୋଜକ ବ୍ରାଜିଲ ୩-୦ ଗୋଲରେ ଭେନିଜୁଏଲାକୁ ହରାଇ...
୨୦ ବର୍ଷ ବୟସରେ ମାରିଥିଲେ ୨୦ ଛକା: ମଦ ନିଶା ଯୋଗୁ ନଷ୍ଟ ହୋଇଯାଇଥିଲା କ୍ରିକେଟ୍ କ୍ୟାରିୟର୍
ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ଆଣ୍ଡ୍ର୍ୟୁ ସାଇମଣ୍ଡସ୍ ଆଜି ୪୬ତମ ଜନ୍ମଦିନ ପାଳନ କରୁଛନ୍ତି। ସାଇମଣ୍ଡସ ଜଣେ ମହାନ ଅଲରାଉଣ୍ଡର ଥିଲେ। ସେ ପଡ଼ିଆରେ ଯାହା ବି...
ଟିମ୍ ଇଣ୍ଡିଆରେ ହୋଇପାରେ ଏସବୁ ପରିବର୍ତ୍ତନ
ନୂଆଦିଲ୍ଲୀ,୨୬।୬: ଆମକୁ ଦିନିକିଆ ଭଳି ଟେଷ୍ଟରେ ମଧ୍ୟ ଦଳର ଆବଶ୍ୟକତା ଅନୁଯାୟୀ ଖେଳି ପାରୁଥିବା ଖେଳାଳି ଦରକାର। ବିଶ୍ୱ ଟେଷ୍ଟ ଚାମ୍ପିୟନ ଫାଇନାଲରେ ପରାଜୟ ପରେ...


