Categories: ଖେଳ

ଗ୍ରୀଜମେନ ଫ୍ରାନ୍ସକୁ ପରାଜୟରୁ ରକ୍ଷା କଲେ

ବୁଦାପେଷ୍ଟ,୨୧।୬: ୟୁରୋକପ୍‌ରେ ଶନିବାର ଖେଳାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଆଣ୍ଟୋନିଓ ଗ୍ରୀଜମେନ ଫ୍ରାନ୍ସକୁ ପରାଜୟରୁ ରକ୍ଷା କରିଛନ୍ତି। ଏହି ମୁକାବିଲାରେ ଫ୍ରାନ୍ସ ଓ ହଙ୍ଗେରୀ ପରସ୍ପରକୁ ଭେଟିଥିଲେ। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍‌ ୧-୧ ଗୋଲରେ ଅମୀମାଂସିତ ରହିଛି। ପ୍ରଥମାର୍ଦ୍ଧ ଇଞ୍ଜୁରି ଟାଇମର ଦ୍ୱିତୀୟ ମିନିଟ୍‌ରେ ଅଟିଲା ଫିଓଲା ଗୋଲ ଦେଇ ହଙ୍ଗେରୀକୁ ଅଗ୍ରଣୀ କରାଇଥିଲେ। ହଙ୍ଗେରୀ ବିପକ୍ଷରେ ଫ୍ରାନ୍ସ ସଂଘର୍ଷ କରୁଥିବା ଦେଖାଯାଇଥିଲା। ଦ୍ୱିତୀୟାର୍ଦ୍ଧର ୬୬ତମ ମିନିଟ୍‌ରେ ଗ୍ରୀଜ୍‌ମେନ ଗୋଲ ଦେଇ ମ୍ୟାଚ୍‌କୁ ସମାନ ସ୍ଥିତିକୁ ଆଣିଥିଲେ। ଫ୍ରାନ୍ସ ଦ୍ୱିତୀୟ ଗୋଲ ଦେବାକୁ ସକ୍ଷମ ହୋଇପାରି ନ ଥିଲା। ଫଳରେ ମ୍ୟାଚ୍‌ ଡ୍ର ରହିଥିଲା। ଫ୍ରାନ୍ସ ଗ୍ରୁପ୍‌ ଏଫ୍‌’ ଶୀର୍ଷରେ ରହିଛି। ଫ୍ରାନ୍ସ ତରଫରୁ କିଲିଆନ ଏମ୍‌ବାପ୍ପେ ଓ କରିମ ବେଞ୍ଜେମା ଏକାଧିକ ସୁଯୋଗ ହାତଛଡ଼ା କରିଥିଲେ। ଗ୍ରୀଜ୍‌ମ୍ୟାନ ଏଥିସହ ଫ୍ରାନ୍ସ ପାଇଁ ୩୮ତମ ଗୋଲ ସ୍କୋର କରିଛନ୍ତି। ସ୍ଥାନୀୟ ପୁସ୍‌କାସ ଏରିନାରେ ୬୭,୨୧୫ ଦର୍ଶକଙ୍କ ସାମ୍ନାରେ ଏହି ମ୍ୟାଚ୍‌ ଖେଳାଯାଇଥିଲା। ଚଳିତ ୟୁରୋକପ୍‌ରେ ଏକମାତ୍ର ଏହି ଷ୍ଟାଡିୟମରେ ପୂରା ଦର୍ଶକ ମ୍ୟାଚ୍‌ ଦେଖିବାର ସୁଯୋଗ ହାସଲ କରିଛନ୍ତି। ଘରୋଇ ପରିବେଶ ଓ ଦର୍ଶକଙ୍କ ସାମ୍ନାରେ ହଙ୍ଗେରୀ ଖେଳାଳିମାନେ ବେଶ୍‌ ଉତ୍ସାହିତ ହୋଇ ଖେଳିଥିଲେ ଓ ବିପର୍ଯ୍ୟୟ ଘଟାଇବାର ସମ୍ଭାବନା ସୃଷ୍ଟି କରିଥିଲେ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.