ଅରୈୟା,୨୫।୬: ପୂର୍ବରୁ ବିବାହ ଭାଙ୍ଗିବା ନେଇ ଅନେକ କାରଣ ଶୁଣିଥିବେ। ହେଲେ କେବେ ଶୁଣିଛନ୍ତି କି, ବର ଖବରକାଗଜ ପଢ଼ି ନ ପାରିବାରୁ ବିବାହ ଭାଙ୍ଗିଯିବା କଥା। ଏଥିସହ ବରଙ୍କ ନାଁରେ ଥାନାରେ ମାମଲା ମଧ୍ୟ ରୁଜୁ କରାଯାଇଛି। କିଛି ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଉତ୍ତରପ୍ରଦେଶ ଅରୈୟା ଜିଲାର ଜନପଦ ସଦର ଜମାଲିପୁର ଗାଁରେ। ସୂଚନାଯୋଗ୍ୟ, ଅରୈୟା ଜିଲାର ଜନପଦ ସଦର ଜମାଲିପୁର ଗାଁରେ ରହୁଥିବା ଅର୍ଜୁନ ସିଂହଙ୍କ ଝିଅଙ୍କ ବିବାହ ଉଛଲଦା ଗାଁର ଶିବମଙ୍କ ସହ ଜୁନ ୨୦ରେ ଠିକ୍ ହୋଇଥିଲା।
ଦୁଇ ଦିନ ପୂର୍ବରୁ ଘରେ ଖୁସିର ମାହୋଲ ଥିବା ବେଳେ ବିବାହ ଦିନ ବରଯାତ୍ରୀ କନ୍ୟା ଘରେ ପହଞ୍ଚିଥିଲେ। ବରଙ୍କ ସ୍ବାଗତ ସମୟରେ କନ୍ୟାପକ୍ଷ ତାଙ୍କୁ ଚଷମାରେ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ବିବାହର ସମସ୍ତ କାର୍ଯ୍ୟକ୍ରମରେ ବର ଚଷମା ପିନ୍ଧିଥିବା ଦେଖି କନ୍ୟାପକ୍ଷଙ୍କୁ ସନ୍ଦେହ ହୋଇଥିଲା। ଏହାପରେ ବିନା ଚଷମାରେ ବରଙ୍କୁ ହିନ୍ଦୀ ଖବରକାଗଜ ପଢ଼ିବାକୁ ଝିଅ ଘରଲୋକେ କହିଥିଲେ। ହେଲେ ତାଙ୍କ ଦୃଷ୍ଟିଶକ୍ତି ଦୁର୍ବଳ ଥିବାରୁ ସେ ଖବରକାଗଜ ପଢ଼ିପାରି ନଥିଲେ। ବିନା ଚଷମାରେ ବରଙ୍କୁ କିଛି ଦେଖାଯାଉ ନ ଥିବା ଅଭିଯୋଗ ଆଣିଛନ୍ତି କନ୍ୟାପକ୍ଷ। ଏହାପରେ କନ୍ୟାଜଣଙ୍କ ବିବାହ ପାଇଁ ମନା କରିବା ସହ ଦିଆଯାଇଥିବା ସମସ୍ତ ଯୌତୁକକୁ ଫେରାଇବାକୁ କନ୍ୟାପକ୍ଷ କହିଥିଲେ। କିନ୍ତୁ ବରପକ୍ଷ ଏଥିରେ ରାଜି ହୋଇ ନ ଥିଲେ। ଏନେଇ ବରପକ୍ଷଙ୍କ ବିରୋଧରେ କନ୍ୟାପକ୍ଷ ଅରୈୟା ଥାନାରେ ଏକ ମାମଲା ରୁଜୁ କରିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.