ଲକ୍ଷ୍ନୌ,୧୪।୬: ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲାରୁ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ବିବାହ ସମୟରେ ଜଣେ ବରଙ୍କ ମିଥ୍ୟା ପଦାକୁ ଆସିଛି। ବିବାହ ସମୟରେ ଆରବୀ ଶବ୍ଦ ଉଚ୍ଚାରଣ କରି ନ ପାରିବାରୁ ମୌଲବିଙ୍କୁ ସନ୍ଦେହ ଉପୁଜିଥିଲା। ଏହାପରେ ବରଙ୍କ ମିଛ ଧରାପଡ଼ିଥିଲା। ସୂଚନାଯୋଗ୍ୟ, ମହାରାଜଗଞ୍ଜ ଜିଲାର କୋଲହୁଇ ଥାନା ଅଞ୍ଚଳର ଜଣେ ମୁସଲିମ ଯୁବତୀଙ୍କୁ ସିର୍ଦ୍ଧାର୍ଥନଗରର ଜଣେ ଯୁବକଙ୍କ ପ୍ରେମ କରୁଥିଲେ। ସୋସିଆଲ ମିଡିଆରୁ ଦୁହିଁଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିବା ବେଳେ ୨ବର୍ଷ ହେଲା ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ। ଶେଷରେ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଦୀର୍ଘ ୨ବର୍ଷ ପରେ ଯୁବତୀଙ୍କ ପରିବାର ଲୋକେ ଏହି ପ୍ରେମ ବିବାହକୁ ସହମତି ଜଣାଇଥିଲେ। କିନ୍ତୁ ବର ହିନ୍ଦୁ ବୋଲି ପରିବାରଲୋକେ ଜାଣି ନ ଥିଲେ। ଲକ୍ଡାଉନ ଆଳରେ ମାତ୍ର ୫ଜଣ ବରଯାତ୍ରୀକୁ ନେଇ ବର ରବିବାର କନ୍ୟା ଘରେ ପହଞ୍ଚିଥିଲେ। ବିବାହର ସମସ୍ତ କାର୍ଯ୍ୟକ୍ରମ ମୁସ୍ଲିମ ରୀତିନୀତିରେ ହୋଇଥିଲା। ସବୁ ଠିକ୍ ଠାକ୍ ଚାଲିଥିଲା। ହେଲେ ବିବାହ ସମୟରେ ମୌଲବୀ କିଛି ଆରବୀ ଶବ୍ଦ ଉଚ୍ଚାରଣ କରିଥିଲେ। ଯାହାକୁ ବର ଠିକ୍ ଭାବେ ଉଚ୍ଚାରଣ ନ କରିପାରିି ଥଙ୍ଗେଇ ଥଙ୍ଗେଇ କହିଥିଲେ। ଫଳରେ ମୌଲବିଙ୍କ ମନରେ ସନ୍ଦେହ ଜାତ ହୋଇଥିଲା। ବରକୁ ପଚରା ଉଚରା କରିବା ସହ ତାଙ୍କ ନିକଟରୁ ଏକ ପାନ କାର୍ଡ ଜବତ ହୋଇଥିଲେ। ସେଥିରୁ ସେ ଅଣ ମୁସ୍ଲିମ ଅଥାତ୍ ହିନ୍ଦୁ ବୋଲି ଜଣାପଡ଼ିଥିଲା। ପରେ ଏହାକୁ ନେଇ ଘଟଣାସ୍ଥଳରେ ହଙ୍ଗାମା ହୋଇଥିଲା। କନ୍ୟାପକ୍ଷ ବରଙ୍କୁ ନିର୍ଧୁମ ଛେଚିଥିଲେ। ଏଥିସହ ପରିବାରଲୋକେ ବିବାହ କରାଇବାକୁ ମନା କରିବା ସହିତ ବରକୁ ପୋଲିସକୁ ଜିମା ଦେଇଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.