ପାଟଣା,୭ା୬: ବିହାରର ବକ୍ସର ଜିଲାସ୍ଥିତ ଡୁନମରାଓ ଗାଁରେ କିଛିଦିନ ତଳେ ବର୍ଷା ହୋଇଥିଲା। ଗାଁ ରାସ୍ତାର ଅବସ୍ଥା ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିଲା। ଫଳରେ ଜଣେ ବର ବିବାହ ପାଇଁ ଆସି ହଟହଟା ହୋଇଛନ୍ତି। ରାସ୍ତା କାଦୁଅରେ ଭରି ଥିବାରୁ ୩ କିଲୋମିଟର ଦୂର କାନ୍ଧରେ ବସି ବରଙ୍କୁ ଆସିବାକୁ ପଡ଼ିଥିଲା। ଏହି ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଦେଶ ସ୍ବାଧୀନ ହେବାର ୭୩ ବର୍ଷ ବିତିଲାଣି। ତଥାପି ଦେଶରେ ଥିବା କିଛି ଗାଁର ଚିତ୍ର ଆଜିଯାଏ ବଦଳିନାହିଁ। ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଡୁନମରାଓ ଗାଁ। ଖରାଦିନେ ବି ବର୍ଷା ଟିକେ ହୋଇଗଲେ ଏହି ଗାଁ ରାସ୍ତାର ଅବସ୍ଥା ପୂରା ସଙ୍ଗିନ ହୋଇପଡ଼େ। ଏନେଇ ଗ୍ରାମବାସୀଙ୍କୁ ପଚାରିବାରୁ ସେମାନେ କୁହନ୍ତି, ଦୀଘବର୍ଷ ଧରି ଗାଁରେ ଏହି ସମସ୍ୟା ଲାଗି ରହିଛି। ସ୍ଥାନୀୟ ଜନପ୍ରତିନିଧିଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ।
ଡୁମରାଓ ଗାଁ ମୁଖ୍ୟାଳୟଠାରୁ ମାତ୍ର ୨୦ କିଲୋମିଟର ଦୂରରେ ଅବସ୍ଥିତ। ଯେଉଁଠାରେ ମୁଖ୍ୟରାସ୍ତାକୁ ଯିବା ପାଇଁ ଭଲ ରାସ୍ତାଟିଏ ନାହିଁ। ଅଦିନିଆ ବର୍ଷା ହେଲେ କଥା ସରେ। ଲୋକେ ବହୁତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ତୁରନ୍ତ ଏହି ଗାଁ ରାସ୍ତା ପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.