ନୂଆଦିଲ୍ଲୀ,୬।୬: କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ମେ ମାସରେ ଦେଶର ଜିଏସ୍ଟି ସଂଗ୍ରହରେ ହ୍ରାସ ଘଟିଛି। ମେ’ ରେ ସାମଗ୍ରୀ ଓ ସେବା ଶୁଳ୍କ (ଜିଏସ୍ଟି) ସଂଗ୍ରହ ପ୍ରାୟ ୧.୦୩ ଲକ୍ଷ କୋଟି ଟଙ୍କା ରହିଛି। ଏ ନେଇ ଶନିବାର କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ପ୍ରେସ୍ ବିବୃତିରେ କୁହାଯାଇଛି, କ୍ରମାଗତ ୮ମ ଥର ପାଇଁ ଦେଶର ଜିଏସ୍ଟି ସଂଗ୍ରହ ୧ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ରହିଛି। ମେ’ ମାସର ଜିଏସ୍ଟି ସଂଗ୍ରହ ଚଳିତ ଏପ୍ରିଲ ତୁଳନାରେ କମ୍ ରହିଛି। ଏପ୍ରିଲରେ ୧,୪୧,୩୮୪ କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ ହୋଇଥିଲ; ଯାହା ଏକ ରେର୍କଡ ପରିମାଣର ଅର୍ଥ ସଂଗ୍ରହ ବୋଲି କୁହାଯାଇଛି। ଗତବର୍ଷ ମେ’ମାସଠାରୁ ଚଳିତବର୍ଷ ଏହି ମାସରେ ଜିଏସ୍ଟି ସଂଗ୍ରହ ୬୫% ଅଧିକ ବୋଲି ଜଣାପଡ଼ିଛି।
ଚଳିତ ମେ ମାସରେ ସରକାରଙ୍କ ଜିଏସ୍ଟି ସଂଗ୍ରହ ୧,୦୨,୭୦୯ କୋଟି ଟଙ୍କା ରହିଛି। ଏଥିରେ କେନ୍ଦ୍ରୀୟ ଜିଏସ୍ଟି (ସିଜିଏସଟି) ସଂଗ୍ରହ ୧୭,୫୯୨ କୋଟି ଟଙ୍କା ରହିଥିବା ବେଳେ ରାଜ୍ୟଗୁଡିକରୁ ଜିଏସ୍ଟି (ଏସ୍ଜିଏସଟି) ସଂଗ୍ରହ ୨୨,୬୫୩ କୋଟି ଟଙ୍କା ରହିଛି। ସେହିଭଳି ଇଣ୍ଟିଗ୍ରେଟେଡ୍ ଜିଏସ୍ଟି (ଆଇଜିଏସ୍ଟି) ସଂଗ୍ରହ ପ୍ରାୟ ୫୩,୧୯୯ କୋଟି ଟଙ୍କା (ସାମଗ୍ରୀ ଆମଦାନୀରେ ସଂଗୃହୀତ ୨୬,୦୦୨ କୋଟି ଟଙ୍କା) ହୋଇଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ସେସ୍ ବାବଦରେ ୯,୨୬୫ କୋଟି ଟଙ୍କା (ସାମଗ୍ରୀ ଆମଦାନୀରେ ୮୬୮ କୋଟିକୁ ମିଶାଇ) ସଂଗ୍ରହ କରାଯାଇଛି।
ଚଳିତ ମେ ମାସ ମଧ୍ୟରେ ସାମଗ୍ରୀ ଆମଦାନୀରୁ ୫୬% ଊର୍ଦ୍ଧ୍ୱ ଆୟ ହୋଇଥିବା ବେଳେ ଘରୋଇ କାରବାରରୁ ଆୟ ମଧ୍ୟ ହ୍ରାସ ପାଇଛି। ଗତ ବର୍ଷ ମେ ମାସରେ ଏହି ସବୁ ଉତ୍ସରୁ ଆୟ ପ୍ରାୟ ୬୯% ଅଧିକ ରହିଥିଲା ବୋଲି ଜଣାପଡିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.