ନୂଆଦିଲ୍ଲୀ, ୧୨।୬: ବ୍ଲାକ୍ ଫଙ୍ଗସ୍ ଔଷଧକୁ ସରକାର ଟିକସ ମୁକ୍ତ କରିଛନ୍ତି। ଶନିବାର ଜିଏସ୍ଟି କାଉନସିଲ ବୈଠକ ପରେ ରେମ୍ଡେସିଭିର ଭଳି କୋଭିଡ୍-୧୯ ଔଷଧ ଏବଂ ମେଡିକାଲ ଅକ୍ସିଜେନ୍, କନ୍ସେଣ୍ଟ୍ରେଟର ଆଦି ହସ୍ପିଟାଲ ସରଞ୍ଜାମ ଉପରେ ସେବା ଓ ଦ୍ରବ୍ୟ ଟିକସ (ଜିଏସ୍ଟି) ହ୍ରାସ କରାଯାଇଛି। ତେବେ କୋଭିଡ୍ ଟିକା ଉପରେ ଟିକସ ୫ ପ୍ରତିଶତ ଅପରିବର୍ତ୍ତିତ ରହିଛି। ଟିକା ଉପରୁ ଜିଏସ୍ଟି କମାଇବା ପାଇଁ ହେଉଥିବା ଦାବିକୁ କାଉନସିଲ୍ ଗ୍ରହଣ କରିନାହିଁ। ଏହି ଟିକସ ହ୍ରାସ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୈଧ ରହିବ। ପରେ ସମୟସୀମା ବଢ଼ାଯାଇପାରେ ବୋଲି କୁହାଯାଇଛି।
ଜିଏସ୍ଟି କାଉନସିଲର ନିଷ୍ପତ୍ତି ଅନୁଯାୟୀ ବ୍ଲାକ୍ ଫଙ୍ଗସ୍ ଚିକିତ୍ସାରେ ବ୍ୟବହୃତ ହେଉଥିବା ୨ଟି ଔଷଧ ମନୋକ୍ଲୋନାଲ ଆଣ୍ଟିବଡି ଟୋସିଲିଜୁମାବ୍ ଏବଂ ଆମ୍ଫୋଟେରିସିନ୍-ବି ଉପରେ ଆଦୌ ଟିକସ ଦେବାକୁ ପଡ଼ିବ ନାହିଁ। କୋଭିଡ୍ ଟିକା ଉପରେ ୫ ପ୍ରତିଶତ ଜିଏସ୍ଟି କାଏମ ରହିଥିବା ବେଳେ ହ୍ୟାଣ୍ଡ ସାନିଟାଇଜର, ପଲ୍ସ ଅକ୍ସିମିଟର, ବିଆଇପିଏପି ମେଶିନ, ଟେଷ୍ଟିଂ କିଟ୍, ଆମ୍ବୁଲାନ୍ସ ଏବଂ ତାପମାତ୍ରା ଯାଞ୍ଚ ଆଦି ୧୮ଟି ଉପକରଣ ଉପରେ ଜିଏସ୍ଟି ହାର କମାଇ ଦିଆଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି, ସରକାର ସମସ୍ତ ଟିକା କିଣି ନାଗରିକମାନଙ୍କୁ ମାଗଣାରେ ଦେଉଥିବାରୁ ୫% ଜିଏସ୍ଟିର କୌଣସି ଅତିରିକ୍ତ ବୋଝ ସାଧାରଣ ନାଗରିକଙ୍କ ଉପରେ ପଡ଼ିବ ନାହିଁ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.