ଆବଶ୍ୟକ ସାମଗ୍ରୀ
ଆମ୍ବ ପ୍ଲପ- ୧ କପ୍, ଖଟା ଦହି- ୧ କପ୍, ବେସନ- ୨ ବଡ଼ ଚାମଚ, ତେଲ- ୨ ଚାମଚ, ଅଦା- ଖଣ୍ଡେ, କଞ୍ଚା ଲଙ୍କା- ୨ଟି, ମେଥି- ଅଧା ଚାମଚ, ଜିରା- ଅଧା ଚାମଚ, ସୋରିଷ- ଅଧା ଚାମଚ, ହେଙ୍ଗୁ- ଅଳ୍ପ, ଭୁର୍ସୁଙ୍ଗପତ୍ର- ଅଳ୍ପ, ସ୍ବାଦ ଅନୁସାରେ ଲୁଣ ଓ ଲଙ୍କାଗୁଣ୍ଡ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଅଦାକୁ କୋରି ରଖନ୍ତୁ। ଏକ ପାତ୍ରରେ ବେସନ, ଅଦା, କଞ୍ଚାଲଙ୍କା ଓ ଦହିକୁ ମିଶାଇ ଭଲଭାବେ ମିଶାଇ ଦିଅନ୍ତୁ। ଏହାପରେ ଗ୍ୟାସ୍ରେ କଡେଇକୁ ଗରମ କରି ସେଥିରେ ତେଲ ପକାନ୍ତୁ। ତେଲ ଗରମ ହେବା ପରେ ସେଥିରେ ହେଙ୍ଗୁ ପକାଇ ତା’ପରେ ମେଥି, ସୋରିଷ ଏବଂ ଜିରାକୁ ମିଶାଇ ଛୁଙ୍କ କରନ୍ତୁ। ଏହାପରେ ଭୁର୍ସୁଙ୍ଗପତ୍ରକୁ ପକାଇ ଦହିର ମିଶ୍ରଣକୁ ପକାନ୍ତୁ। ଏଥିରେ ଆମ୍ବ ପ୍ଲପ, ଲୁଣ ଓ ହଳଦୀ ପକାଇ ଗୋଳାନ୍ତୁ। ଏହି ମିଶ୍ରଣରେ ୪ରୁ ୫ କପ୍ ପାଣି ଦେଇ କମ୍ ଆଞ୍ଚରେ ବସାନ୍ତୁ। ମଝିରେ ମଝିରେ ମିଶ୍ରଣକୁ ଗୋଳାଇ ଦିଅନ୍ତୁ। ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଏହାକୁ ସିଝାନ୍ତୁ। ଏହାପରେ ଚୁଲିରୁ ଓହ୍ଲାଇ ଭାତ ସହିତ ଖାଆନ୍ତୁ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.