ଗୁରୁଗ୍ରାମ,୨୦।୬: ୩୯ ବର୍ଷୀୟ ଇଞ୍ଜିନିୟର ସ୍ବାମୀଙ୍କୁ ଛୁଆଙ୍କ ଆଗରେ ଛୁରି ଭୁଷି ହତ୍ୟା କରିଛନ୍ତି ସ୍ତ୍ରୀ। ଏଭଳି ଘଟଣା ଗୁରୁଗ୍ରାମର ଜ୍ୟୋତି ପାର୍କ କଲୋନିରେ ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି। ଏହି ହତ୍ୟାକାଣ୍ଡ ବେଳେ ଘରେ ସେମାନଙ୍କ ଦୁଇ ଛୁଆ ମଧ୍ୟ ଥିଲେ।
ମୃତ ବ୍ୟକ୍ତିଙ୍କ ନାମ ସଚିନ। ପାରିବାରିକ କଳହ ତାଙ୍କ ମୃତ୍ୟୁ ପଛର ମୁଖ୍ୟ କାରଣ। ଦମ୍ପତ୍ତିଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ସ୍ତ୍ରୀ ଉତ୍ତ୍ୟକ୍ତ ହୋଇ ସଚିନ(ସ୍ବାମୀ)ଙ୍କ ଛାତିରେ ଛୁରି ଭୁଷି ହତ୍ୟା କରିଥିଲେ। ମୃତକଙ୍କ ଭାଇ ମାମଲା ରୁଜୁ କରିବା ପରେ ତଦନ୍ତ ଚାଲିଥିବା ଗୁରୁଗ୍ରାମ ପୋଲିସ ଏସ୍ପି ପ୍ରୀତପାଲ ସିଂ କହିଛନ୍ତି। ତେବେ ମା’ଙ୍କ ହାତରୁ ଛୁରି ଛଡ଼ାଇବାକୁ ଉଦ୍ୟମ କରୁଥିବାବେଳେ ବାପାଙ୍କ ଛାତିରେ ଛୁରି ପଶି ଯାଇଥିବା ୧୧ ବର୍ଷୀୟା ଝିଅ ବୟାନ ଦେଇଛନ୍ତି। ହେଲେ ହତ୍ୟା ପରେ ଛୁଆଙ୍କୁ ମିଛ କହିବା ପାଇଁ ଅଭିଯୁକ୍ତା ଡରାଇଥିବା ମୃତକଙ୍କ ଭାଇ ଓ ଭଉଣୀ ଅଭିଯୋଗ କରିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.