ସମ୍ବଲପୁର,୧୪ା୬(ବ୍ୟୁରୋ): ମାତା ପାର୍ବତୀ ଓ ଦେବଦେବ ମହାଦେବଙ୍କ ଲୌକିକ ବିବାହରେ ସାମିଲ ହେବାକୁ ସୋମବାର ହନୁମାନ ନିଉତା (ଗୁଆଗୁଣ୍ଡା) ବିଧି ସମ୍ପନ୍ନ ହୋଇଛି। ପରମ୍ପରା ଅନୁସାରେ ବୀର ହନୁମାନ ଭକ୍ତଙ୍କ ଗହଣରେ ଦେବଦେବୀଙ୍କୁ ନାରିକେଳ, ଗୁଆ, ପଇତା, ହଳଦୀ, ମିଷ୍ଟାନ୍ନ, ବସ୍ତ୍ର ଅର୍ପଣ କରି ଝାଡୁଆପଡାର ଲୋକନାଥ ବାବା, ମୁଦିପଡାର ଜାଗେଶ୍ୱର ବାବା, ବଡବଜାରର ଶୀତଳେଶ୍ୱର ବାବା, ଠାକୁରପଡାର ଗୁପ୍ତେଶ୍ୱର ବାବା, ବୁଢାରଜା ମହାଦେବ, ଦୁର୍ଗାପାଲି ଗୁଡେଶ୍ୱର ବାବା ଓ ଐତିହାସିକ ବାଲିବନ୍ଧା ସୋମନାଥ ବାବା ଓ ମାତା ପାର୍ବତୀଙ୍କ ବିବାହୋତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ କରିଛନ୍ତି। ଏହି କ୍ରମରେ ଝାଡୁଆପଡା ଆରଣ୍ୟକ ଯାତ୍ରା କମିଟି ପଣ୍ଡିତ ମହେନ୍ଦ୍ର ପୂଜାରୀ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଥିଲେ। ମନ୍ଦିର ପୂଜକ ରାମନାଥ ମହାପାତ୍ର ରୌପ୍ୟ ଖଚିତ ପରାତରେ ଗୁଆଁଗୁଡା ସାମଗ୍ରୀ ଧରି ମନ୍ଦିରରୁ ବାହାରିଥିଲେ। ବରପିତା ଅମରନାଥ ସୂପକାରଙ୍କ ସହ ଯାତ୍ରା କମିଟି କର୍ମକର୍ତ୍ତା ହନୁମାନ ନିଉତା ଶୋଭାଯାତ୍ରାରେ ସାମିଲ ଥିଲେ। ମୁଦିପଡା ବରପିତା ମଧୁସୂଦନ ନେଗି, ପଣ୍ଡିତ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଓ ଗୋବିନ୍ଦ ପଣ୍ଡା ଅଞ୍ଚଳର ଦେବଦେବୀ ଲକ୍ଷ୍ମୀ, ଗଣେଶ, ଦୁର୍ଗା, ବୈଷ୍ଣଦେବୀ, ରାମଲକ୍ଷ୍ମଣ ସୀତା, ଶନି, ରାଧାକୃଷ୍ଣ, ଭୈରବି, ହନୁମାନ ଓ ଜଗନ୍ନାଥ ମନ୍ଦିରରେ ନିଉତା ଦେଇଥିଲେ। ବୀର ହନୁମାନ ସୁସଜ୍ଜିତ ରଥରେ ଶୀତଲେଶ୍ୱର ବାବାଙ୍କ ପୀଠରୁ ବାହାରି ରାମଜୀଗୁଡି ଛକସ୍ଥିତ କୁଠା ଜଗନ୍ନାଥ, ରାମ ମନ୍ଦିର, ପାଟଣେଶ୍ୱରୀ, ସମଲେଶ୍ୱରୀ, ବଡବଜାର ନୃସିଂହ ମହାପ୍ରଭୁ, ଧୁବାପଡା ଘିକୁଣ୍ଡି ମନ୍ଦିର, ଗୀତା ଗୁଡି, ବାଲିବନ୍ଧା ବୁଢ଼ିମା ମନ୍ଦିର, କୁଷ୍ଠାପଡା ରାଧାକୃଷ୍ଣ ମନ୍ଦିର, ମାଲିପଡା ଜଗନ୍ନାଥ ମନ୍ଦିରରେ ନିମନ୍ତ୍ରଣ ଦେଇଥିଲେ। ଠାକୁରପଡା ଯାତ୍ରା କମିଟି ସଭାପତି ଶିବ ପ୍ରଧାନଙ୍କ ପରିଚାଳନାରେ ନିଉତା କାର୍ଯ୍ୟକ୍ରମ ହୋଇଥିଲା ା ହନୁମାନ ଭକ୍ତଙ୍କ ଗହଣରେ ଯାଇ ଠାକୁରପଡା, ଦଶମତି କଲୋନୀ, ଗୋପାଲମାଲ, କୁଲୁତାଦାନୀପାଲି, ବେହେରାମୁଣ୍ଡ, ପାଞ୍ଚଗଚ୍ଛିଆ ଅଞ୍ଚଳର ଦେବଦେବୀଙ୍କୁ ନିଉତା ଦେଇଥିଲେ। ବାଲିବନ୍ଧା ସୋମନାଥ ବାବାଙ୍କ ପୀଠରୁ ଟ୍ରଷ୍ଟ ସଭାପତି ନିହାର ରଞ୍ଜନ ବହିଦାରଙ୍କ ପରିଚାଳନାରେ ଶ୍ରୀକୃଷ୍ଣ ନିଉତା ହୋଇଥିଲା। କରୋନା କଟକଣା ଯୋଗୁ କାର୍ଯ୍ୟକ୍ରମ ନିରାଡମ୍ବର ହୋଇଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.