Categories: ଖେଳ

ଇନ୍‌ସୁଲିନ୍‌ ନେଇ ପଡିଆକୁ ଓହ୍ଲାଉଥିଲେ ଏହି ଆକ୍ରମକ ବୋଲର୍‌: କ୍ରିକେଟ୍‌ରେ ହାସଲ କରିଥିଲେ ଅନେକ ରେକର୍ଡ

ପାକିସ୍ତାନର ପୂର୍ବତନ ଅଧିନାୟକ ୱାସିମ ଆକ୍ରାମ ଦୁନିଆର ଶ୍ରେଷ୍ଠ ବାମହାତୀ ପେସର ଭାବରେ ଜଣାଶୁଣା। ଆକ୍ରାମ ଜୁନ ୩, ୧୯୬୬ରେ ପାକିସ୍ତାନର ଲାହୋରରେ ଜନ୍ମଗ୍ରହଣ କରିଥିଲେ। ଆକ୍ରାମଙ୍କ ଅନ୍ତର୍ଜାତୀୟ କ୍ୟାରିଅର୍‌ ୧୯ ବର୍ଷ ଧରି ଚାଲିଥିଲା, କିନ୍ତୁ ଏହି ସମୟ ମଧ୍ୟରେ ତାଙ୍କୁ ମାରାତ୍ମକ ରୋଗ ମଧୁମେହ ସହିତ ମଧ୍ୟ ସାମ୍ନା କରିବାକୁ ପଡିଥିଲା। ଆକ୍ରାମ ମାତ୍ର ୨୯ ବର୍ଷ ବୟସରେ ଏହି ରୋଗର ଶିକାର ହୋଇଥିଲେ। ସେ ଟାଇପ -୧ ଡାଇବେଟିସର ଶିକାର ହୋଇଥିଲେ। ତେବେ ଏହା ସତ୍ତ୍ୱେ ସେ ନିଜ କ୍ୟାରିୟରରେ ୯୧୬ ଉଇକେଟ ନେବାରେ ସଫଳ ହୋଇଥିଲେ। ଅନେକଥର ଇନ୍‌ସୁଲିନ୍‌ ନେଇ ତାଙ୍କୁ ପଡିଆକୁ ଓହ୍ଲାଇବାକୁ ପଡୁଥିଲା। ପ୍ରତିଦିନ ସେ ୧୦ କିଲୋମିଟର ଦୌଡ଼ୁଥିଲେ।

ମଧୁମେହ ସହିତ ଆକ୍ରାମ ଖେଳିବା ଜାରି ରଖିଥିଲେ। ପଡ଼ିଆରେ ମଧ୍ୟାହ୍ନ ଭୋଜନ ବିରତି ସମୟରେ ଇନସୁଲିନ ସନ୍ତୁଳନ କରିବା ପାଇଁ ଆକ୍ରାମ କୌଶଳ ଶିଖିଲେ। ସେ କହିଥିଲେ ଯେ ଅସୁସ୍ଥତା ପରେ ମଧ୍ୟ ମୁଁ ଏକଦିବସୀୟ ଏବଂ ଟେଷ୍ଟ କ୍ରିକେଟରେ ୧୫୦ରୁ ଅଧିକ ଉଇକେଟ ପାଇଛି। ୱାସିମ ପାକିସ୍ତାନ ପାଇଁ ୧୦୪ ଟେଷ୍ଟ ଖେଳି ୪୧୪ ଉଇକେଟ ନେଇଥିବାବେଳେ ୩୫୬ଟି ଦିନିକିଆରେ ୫୦୨ ଉଇକେଟ ନେଇଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ଆକ୍ରାମ ଚାରୋଟି ହ୍ୟାଟ୍ରିକ ନେଇଛନ୍ତି, ଏହି ସଫଳତା ହାସଲ କରିବାରେ ସେ ହେଉଛନ୍ତି ଏକମାତ୍ର ବୋଲର। ଅକ୍ରାମ ଦୁଇଥର ଏକଦିବସୀୟରେ ଏବଂ ଦୁଇଥର ଟେଷ୍ଟରେ ଏହି ସଫଳତା ହାସଲ କରିଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.