Categories: ଖେଳ

ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ବୋଲିଂ କରିବେ କି? ଟି୨୦ ବିଶ୍ୱକପ୍‌ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଲେ…

ନୂଆଦିଲ୍ଲୀ,୧୨।୬: କ୍ରିକେଟରେ ଦ୍ରୁତ ବୋଲର ଅଲରାଉଣ୍ଡର କମ୍‌ ଦେଖିବାକୁ ମିଳିଥାଏ। ଦଳରେ ଏଭଳି ଖେଳାଳି ଥିଲେ ଫାଇଦା ମିଳିଥାଏ। ଭାରତୀୟ କ୍ରିକେଟ ଟିମ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ସେଭଳି ଜଣେ ଅଲରାଉଣ୍ଡର। ଅନେକ ସମୟରେ ସେ ବ୍ୟାଟିଂ ସହ ବୋଲିଂରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ହେଲେ ପିଠିରେ ସମସ୍ୟା ଯୋଗୁ ସେ କିଛି ସମୟ ଧରି ବୋଲିଂ କରୁନାହାନ୍ତି।

ଚଳିତ ବର୍ଷ ଟି୨୦ ବିଶ୍ୱକପ୍‌ ଖେଳାଯିବ। ଏଥିରେ ହାର୍ଦ୍ଦିକ ବୋଲିଂ କରିବେ ବୋଲି ଚର୍ଚ୍ଚା ହେଉଛି। କ’ଣ ସେ ପୁଣି ଥରେ ବୋଲିଂ କରିବେ କତ ବୋଲି ପ୍ରଶଂସକମାନେ ଲଗାତାର ପ୍ରଶ୍ନ ମଧ୍ୟ କରୁଛନ୍ତି। ଏବେ ଅଲରାଉଣ୍ଡର ନିଜେ ଏ ବିଷୟରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସେ ବିଶ୍ୱକପ୍‌ରେ ବୋଲିଂ କରିବାକୁ ଆଶା ରଖିଥିବା କହିଛନ୍ତି।

ପାଣ୍ଡ୍ୟା କହିଛନ୍ତି, ବୋଲିଂ କରିବାକୁ ଆଶା ରହିଛି। ମୁଁ କରିପାରିବି ବୋଲି ଭାବୁଛି। ବିଶେଷକରି ଟି୨୦ ବିଶ୍ୱକପ୍‌ରେ ସମସ୍ତ ମ୍ୟାଚ୍‌ରେ ବୋଲିଂ କରିବାକୁ ଚାହୁଁଛି। ଏବେ ସମସ୍ତ ଧ୍ୟାନ ତାହା ଉପରେ ଅଛି। ଦେଖିବାକୁ ଗଲେ ବୋଲିଂ ପାଇଁ ଫିଟ୍‌ ଥିବା ଆବଶ୍ୟକ। ୨୦୧୯ରେ ପିଠି ସର୍ଜରୀ ପରେ ମଧ୍ୟ ନିଜ ଗତି ଭୁଲିନାହିଁ। ମୁଁ ଯେତେ ଫିଟ୍‌ ରହିବି ସେତେ ଭଲ ପ୍ରଦର୍ଶନ କରିପାରିବି। ମୁଁ ୫୦% ଫିଟ୍‌ନେସ ସହ ଖେଳିବାକୁ ଚାହୁଁନାହିଁ। ଯେତେବେଳେ ଖେଳିବି ଶତ ପ୍ରତିଶତ ଫିଟ୍‌ନେସ୍‌ ସହ ଖେଳିବି ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ଗତବର୍ଷ ହାର୍ଦ୍ଦିକ ଅଷ୍ଟ୍ରେଲିଆ ବିପକ୍ଷ ସୀମିତ ଓଭର ସିିରିଜର କିଛି ଓଭର ବୋଲିଂ କରିଥିଲେ। ହେଲେ ସେ ଅସହଜ ନଜର ଆସିଥିଲେ। ପରେ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜରେ ୧୭ ଓଭର ବୋଲିଂ କରିଥିଲେ। ହେଲେ ଦିନିକିଆରେ ତାଙ୍କୁ ବୋଲିଂ ଲାଗି ସୁଯୋଗ ମିଳି ନ ଥିଲା। ସେବେଠାରୁ ଏହି ଅଲରାଉଣ୍ଡର ବୋଲିଂ କରୁନାହାନ୍ତି। ଏପରିକି ସେ ଆଇପିଏଲ୍‌ରେ ଫ୍ରାଞ୍ଚାଇଜ୍‌ ପକ୍ଷରୁ ଗୋଟିଏ ଓଭର ବୋଲିଂ କରିନାହାନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.