ଲଣ୍ଡନ, ୧୦।୬- ୟୁକେରେ ଚଳିତ ମାସ ୨୧ରୁ ଆରମ୍ଭ ହେବାକୁ ଯାଉଛି ‘ଦି ହଣ୍ଡ୍ରେଡ’ମହିଳା କ୍ରିକେଟ ଟୁର୍ନାମେଣ୍ଟ। ଏଥିରେ ୫ ଭାରତୀୟ ମହିଳା ଖେଳାଳି ଅଂଶଗ୍ରହଣ କରିବେ। ଭାରତୀୟ ଟି୨୦ ଅଧିନାୟିକା ହରମନପ୍ରୀତ କୌର ମାଞ୍ଚେଷ୍ଟର ଅରିଜିନାଲ୍ସ ଏବଂ ଶେଫାଳି ବର୍ମା ବର୍ମିଂହାମ ଫୋଏନିକ୍ସରୁ ପ୍ରତିନିଧିତ୍ୱ କରିବେ। ଅନ୍ୟ ଭାରତୀୟଙ୍କ ମଧ୍ୟରେ ଓପନର ସ୍ମୃତି ମନ୍ଧାନା, ଅଲରାଉଣ୍ଡର ଦୀପ୍ତି ଶର୍ମା ଏବଂ ବ୍ୟାଟ୍ସଓମ୍ୟାନ ଜେମିମା ରୋଡ୍ରିଗ୍ବେଜ ଏହି ୧୦୦ ବଲ୍ ଟୁର୍ନାମେଣ୍ଟରେ ଖେଳିବେ। ପ୍ରତିଯୋଗିତାରେ ୮ ମହିଳା ଓ ପୁରୁଷ ଦଳ ଭାଗନେବେ। ଟି୨୦ ର଼୍ୟାଙ୍କିଙ୍ଗ୍ର ନମ୍ବରଓ୍ବାନ ସ୍ଥାନରେ ଥିବା ୧୭ ବର୍ଷୀୟା ଶେଫାଳି ନ୍ୟୁଜିଲାଣ୍ଡର ସୋଫି ଡିଭାଇନ୍ଙ୍କ ସ୍ଥାନରେ ବର୍ମିଂହାମ ଫୋଏନିକ୍ସରୁ ଖେଳିବେ। ଦୀପ୍ତି ଲଣ୍ଡନ ସ୍ପିରିଟ, ଭାରତୀୟ ଟି୨୦ ଉପ-ଅଧିନାୟିକା ସ୍ମୃତି ସର୍ଦ୍ଦର୍ନ ବ୍ରେଭ୍ ଏବଂ ରୋଡ୍ରିଗ୍ବେଜ ନର୍ଦ୍ଦର୍ନ ସୁପରଚାର୍ଜର୍ସ ପକ୍ଷରୁ ପ୍ରତିନିଧିତ୍ୱ କରିବେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.