ବ୍ରାସିଲିଆ,୧୨ା୬: ବ୍ରାଜିଲରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବା ପାଇଁ କହିବାରୁ ସ୍ତ୍ରୀ ରାଗି କି ଏମିତି ପଦକ୍ଷେପ ନେଇଛନ୍ତି ଯାହା ଆଗରୁ କେବେ ଶୁଣି ନ ଥିବେ। ଏପରି ଚରମ ପଦକ୍ଷେପ ପାଇଁ ସ୍ତ୍ରୀଙ୍କୁ ଜେଲ୍ ମଧ୍ୟ ଯିବାକୁ ପଡ଼ିଛି। ତେବେ ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ…
ବ୍ରାଜିଲର ସାଓ ଗୋନକାଲୋ ସହରରେ ୩୦ ବର୍ଷୀୟା କ୍ରିଷ୍ଟିନା ତାଙ୍କ ସ୍ବାମୀ ଆଣ୍ଡ୍ରେଙ୍କ ସହ ରୁହନ୍ତି। ଏହି ଦମ୍ପତିଙ୍କ ମଧ୍ୟରେ ସବୁବେଳେ କଳିଝଗଡ଼ା ଲାଗି ରୁହେ। ଦୁହେଁ ୧୦ ବର୍ଷ ତଳେ ବିବାହ କରିଥିବା ବେଳେ ୨ ବର୍ଷ ହେଲା ପରସ୍ପରଠାରୁ ଅଲଗା ରହୁଥିଲେ। କିଛି ଦିନ ତଳେ ଏକାଠି ହୋଇଥିଲେ। ଏକାଠି ହେବାର କିଛିଦିନ ମଧ୍ୟରେ ପୁଣି ଝଗଡ଼ା ଲାଗିଥିଲା ଆରମ୍ଭ ହୋଇଥିଲା। ଏଥିରେ ରାଗି ଯାଇ ସ୍ବାମୀ ଆଣ୍ଡ୍ରେ କ୍ରିଷ୍ଟିନାଙ୍କୁ ଛାଡ଼ପତ୍ର ଦେବେ ବୋଲି କହିଥିଲେ। ଏହା ଶୁଣି କ୍ରିଷ୍ଟିନା ସ୍ବାମୀଙ୍କୁ ଛୁରି ଭୁସି ହତ୍ୟା କରିବା ସହ ତାଙ୍କ ପ୍ରାଇଭେଟ ପାର୍ଟକୁ ନେଇ ତେଲ କଡ଼େଇରେ ପକାଇ ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ କ୍ରିଷ୍ଟିନାଙ୍କୁ ଗିରଫ କରିଛି।
ପୋଲିସ ସୂଚନାନୁଯାୟୀ, କ୍ରିଷ୍ଟିନା ସ୍ବାମୀଙ୍କଠାରୁ ଅଲଗା ହେବା ପାଇଁ ଚାହୁଁ ନ ଥିଲେ। କିନ୍ତୁ ଆଣ୍ଡ୍ରେ ତାଙ୍କୁ ଛାଡ଼ପତ୍ର ଦେବା କଥା କହିବାରୁ ସେ ରାଗିକି ଏପରି ପଦକ୍ଷେପ ନେଇଛନ୍ତି। ତାଙ୍କର ଗୋଟିଏ ୮ ବର୍ଷର ପୁଅ ମଧ୍ୟ ଅଛି। ଆଣ୍ଡ୍ରେ କ୍ରିଷ୍ଟିନାଙ୍କୁ ମାରିଦେବାକୁ ଧମକ ଦେଉଥିଲେ। କ୍ରିଷ୍ଟିନା ନିଜକୁ ସୁରକ୍ଷା ଦେବା ପାଇଁ ଏପରି ଚରମ ପଦକ୍ଷେପ ନେଇଥିବା ପୋଲିସ ନିକଟରେ ସ୍ବୀକାର କରିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.