ଭୁବନେଶ୍ୱର, ୫।୬(ବ୍ୟୁରୋ): କରୋନାର ଦ୍ୱିତୀୟ ଲହରରେ ଆରୋଗ୍ୟ ଲାଭ କରିବା ପରେ ଆକ୍ରାନ୍ତଙ୍କ ଶରୀରରେ ଅନ୍ୟାନ୍ୟ ଜଟିଳତା ଦେଖାଯାଉଛି। ଫଳରେ ରୋଗୀ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ଏଥିପ୍ରତି ହୃଦ୍ରୋଗୀମାନେ ଅଧିକ ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ତଥା ଇଣ୍ଟରଭେନ୍ସନାଲ କାର୍ଡିଓଲୋଜିଷ୍ଟ ଓ କାର୍ଡିଆକ୍ ଇଲେକ୍ଟ୍ରୋଫିଜିଓଲୋଜିଷ୍ଟ ଡା. ଅନୁପମ ଜେନା। ସେ କହିଛନ୍ତି, ଯେଉଁ ହୃଦ୍ରୋଗୀମାନେ ପଜିଟିଭ୍ ଚିହ୍ନଟ ହେଉଛନ୍ତି, ସେମାନେ ଆରୋଗ୍ୟ ଲାଭ ପରେ ହାର୍ଟ ଚେକ୍ ଅପ୍ କରିବା ଉଚିତ। ଫଳରେ ଭାଇରସ୍ଜନିତ କୌଣସି ପାର୍ଶ୍ୱ ପ୍ରତିକ୍ରିୟାକୁ ଦୂର କରାଯାଇପାରିବ। ନଚେତ୍ ଭବିଷ୍ୟତରେ ହୃଦ୍ଘାତର ସମସ୍ୟା ଦେଖାଦେଇପାରେ। ଏସିଆ, ୟୁରୋପ ଓ ୟୁଏସ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କରୋନା ରୋଗୀଙ୍କ ଉପରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାଯାଇଛି ଯେ, କାର୍ଡିଓଭାସ୍କୁଲାର କୋମର୍ବିଡିଟି ବା ପୂର୍ବରୁ କୌଣସି ସମସ୍ୟା ରହିଥିଲେ ହୃତ୍ପିଣ୍ଡରେ ଜଟିଳା ସମସ୍ୟା ଦେଖାଯିବାର ଅଧିକ ସମ୍ଭାବନା ରହିଛି। ଅନେକ ସମୟରେ ବିଳମ୍ବରେ ରୋଗ ନିରୂପିତ ହେବା ଯୋଗୁ ରୋଗୀ ହସ୍ପିଟାଲରେ ପହଞ୍ଚତ୍ବା ବେଳକୁ ଅନେକ କ୍ଷତି ହୋଇସାରିଥାଏ। ତେଣୁ କରୋନାରୁ ଆରୋଗ୍ୟ ଲାଭ କରିବା ପରେ ସମ୍ପୂର୍ଣ୍ଣ ରୋଗ ନିରୂପଣ ନିଶ୍ଚିତ ଭାବେ କରାଯିବା ଆବଶ୍ୟକ। ଏହାଦ୍ୱାରା ହୃଦ୍ଘାତ ବା ହଠାତ୍ କାର୍ଡିଆକ ଆରେଷ୍ଟଜନିତ ବିପଦକୁ ଦୂର କରାଯାଇପାରିବ ବୋଲି ଡା. ଜେନା କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.