ଲକ୍ଷ୍ନୌ, ୨୬ା୬: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାନପୁର ଗସ୍ତବେଳେ ଗାଡ଼ି ଚଳାଚଳ ଉପରେ ରୋକ ଲଗାଇ ଦେଇଥିଲା ପୋଲିସ। ଏଥି ଯୋଗୁ ସୃଷ୍ଟି ହୋଇଥିବା ଟ୍ରାଫିକରେ ଫସି ଜଣେ ଅସୁସ୍ଥ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ହେଉଛନ୍ତି ଇଣ୍ଡିଆନ ଆସୋସିଏଶନ ଅଫ୍ ଇଣ୍ଡଷ୍ଟ୍ରିଜ୍ର ଓମେନ୍ସ ଓ୍ବିଙ୍ଗ୍ ଅଫ୍ କାନପୁର ଚାପ୍ଟରର ମୁଖ୍ୟ ବନ୍ଦନା ମିଶ୍ର(୫୦)।
ବନ୍ଦନାଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ଥିବା ଏବଂ ତାଙ୍କୁ ତୁରନ୍ତ ଡାକ୍ତରଖାନା ଭର୍ତ୍ତି କରିବା ଜରୁରୀ ବୋଲି ପରିବାର ଲୋକେ ପୋଲିସକୁ ଜଣାଇଥିଲେ। ତାହାକୁ କର୍ଣ୍ଣପାତ କରି ନ ଥିଲା ପୋଲିସ। କିଛି ଦିନ ତଳେ କୋଭିଡ୍ରୁ ସୁସ୍ଥ ହୋଇଥିବା ବନ୍ଦନା ଶୁକ୍ରବାର ରାତିରେ ହଠାତ୍ ଗୁରୁତର ହୋଇପଡିଥିଲେ। ହସ୍ପିଟାଲ ପହଞ୍ଚିବାରେ ବିଳମ୍ବ ହେବାରୁ ତାଙ୍କ ମୃତ୍ୟୁ ଘଟିଥିଲା। ପୋଲିସର ଏଭଳି କାର୍ଯ୍ୟ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି କାନପୁର ପୋଲିସ ମୁଖ୍ୟ ଅସିମ ଅରୁଣ। ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯିବା ସହ ଜଣେ ସବ୍ଇନ୍ସପେକ୍ଟର ଏବଂ ୩ ଜଣ କନଷ୍ଟେବଳକୁ ସସ୍ପେଣ୍ଡ କରାଯାଇଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.