ଇ-ବର୍ଜ୍ୟବସ୍ତୁରେ ସୁଉଚ୍ଚ ରୋବଟ

ଭୁବନେଶ୍ୱର(ବ୍ୟୁରୋ)/ବ୍ରହ୍ମପୁର ଅଫିସ୍‌, ୬।୬ରାଜ୍ୟର ବିଭିନ୍ନ ସହରରେ ଇ-ବର୍ଜ୍ୟବସ୍ତୁର ବୋଝ ଦିନକୁ ଦିନ ବଢ଼ିବାରେ ଲାଗିଛି। ବ୍ରହ୍ମପୁର ଆଇଟିଆଇର ଦକ୍ଷ ପ୍ରଫେଶନାଲ ଏନେଇ ଉଦ୍‌ବେଗ ପ୍ରକାଶ କରିବା ସହ ଏହି ପ୍ରସଙ୍ଗ ସମ୍ପର୍କରେ ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି। ବିଶ୍ୱ ପରିବେଶ ଦିବସ ଅବସରରେ ବ୍ରହ୍ମପୁର ଆଇଟିଆଇ ପକ୍ଷରୁ ଇ-ବର୍ଜ୍ୟବସ୍ତୁରେ ଏକ ଉଚ୍ଚତମ ରୋବଟ ମୂର୍ତ୍ତି ପ୍ରସ୍ତୁତି ଚାଲିଛି। ଭୁବନେଶ୍ୱରଠାରେ ୧୬ ଫୁଟର ଏଭଳି ମୂର୍ତ୍ତି ରହିଥିବାବେଳେ ଆଇଟିଆଇ ପକ୍ଷରୁ ନିର୍ମିତ ମୂର୍ତ୍ତିର ଉଚ୍ଚତା ୨୯ଫୁଟ ରହିଛି। ଏହି ଇ-ବର୍ଜ୍ୟବସ୍ତୁ ରୋବଟ୍‌ ବିଶ୍ୱର ସବୁଠାରୁ ଅଧିକ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି ହେବ ବୋଲି ଅନୁଷ୍ଠାନ ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଇ-ବର୍ଜ୍ୟବସ୍ତୁ କେନ୍ଦ୍ରରୁ ପ୍ରାୟ ଏକ ମାସ ପୂର୍ବରୁ ଏହାର ନିର୍ମାଣ ଆରମ୍ଭ ହୋଇଛି। ଏହାକୁ ତିଆରି କରିବା ପାଇଁ ଇଲେକ୍ଟ୍ରିସିିଆନ୍‌ ଓ ଇନ୍‌ଷ୍ଟ୍ରୁମେଣ୍ଟ୍‌ ମେକାନିକ୍‌ ବିଭାଗର ଛାତ୍ରୀଛାତ୍ର ଓ ଶିକ୍ଷକମାନେ ସାମିଲ ହୋଇଛନ୍ତି। ଏଥିରେ ପ୍ରାୟ ୩ ଟନ୍‌ର ଇ-ବର୍ଜ୍ୟବସ୍ତୁ ବ୍ୟବହାର ହୋଇଛି। ଏଥିରେ ବହୁ ସଂଖ୍ୟାରେ ଅଚଳ କମ୍ପ୍ୟୁଟର, ମୋବାଇଲ୍‌, ସିଡି ପ୍ଲେୟାର, ଟିଭି, ଭିସିଆର୍‌ ଭଳି ଇ-ବର୍ଜ୍ୟବସ୍ତୁ ବ୍ୟବହୃତ ହୋଇଛି। ଏହି ରୋବଟକୁ ଅନୁଷ୍ଠାନର ଇ-ସ୍କ୍ରାପ୍‌ ପାର୍କ ମଧ୍ୟରେ ସ୍ଥାପନ କରାଯାଇଛି। ଏହା ବିଶ୍ୱର ସବୁଠାରୁ ଉଚ୍ଚତମ ମୂର୍ତ୍ତି ହେବା ସହ ଆଗାମୀ ଦିନରେ ଗିିନିଜ୍‌ ବୁକ୍‌ ଅଫ୍‌ ରେକଡର୍‌ସରେ ସ୍ଥାନ ହାସଲ ନେଇ ଲକ୍ଷ୍ୟ ରଖାଯାଇଥିବା ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ସମଗ୍ର ବିଶ୍ୱକୁ ଇ-ବର୍ଜ୍ୟବସ୍ତୁ ପ୍ରଦୂଷଣରୁ ରୋକିବାକୁ ହେଲେ ଏହାକୁ କିଭଳି ପୁନଃ ପ୍ରକ୍ରିୟାକରଣ କରାଯିବ ସେ ନେଇ ଏହି ମୂର୍ତ୍ତି ସଚେତନତାର ବାର୍ତ୍ତା ପ୍ରଦାନ କରିବ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ୨୦୧୬ ବର୍ଜ୍ୟ ପରିଚାଳନା ରୁଲ୍‌ସ ଅନୁସାରେ ବର୍ଜ୍ୟ ବସ୍ତୁକୁ ବୈଜ୍ଞାନିକ ଉପାୟରେ ଗଚ୍ଛିତ ଏବଂ ନଷ୍ଟ କରାଯିବା ଆବଶ୍ୟକ। ନଚେତ୍‌ ଏହା ପ୍ରଦୂଷଣ ମାତ୍ରାକୁ ବୃଦ୍ଧି କରିବା ସହ ବିଭିନ୍ନ ପ୍ରକାର ପରିବେଶ ଅସନ୍ତୁଳନ ସୃଷ୍ଟି କରିବ। ୨୦୧୯ରେ ବିଶ୍ୱରେ ୫୩.୬ ମେଟ୍ରିକ ଟନ ଇ-ବର୍ଜ୍ୟ ସୃଷ୍ଟି ହୋଇଥିଲା। ଯାହାର ମାତ୍ରା ମୁଣ୍ଡ ପିଛା ୭.୩ କିଲୋ ରହିଥିଲା। ୨୦୩୦ ବେଳକୁ ଏହା ୭୪.୭ ମେଟ୍ରିକ ଟନରେ ପହଞ୍ଚତ୍ବ ବୋଲି ଆକଳନ କରାଯାଉଛି। ବ୍ରହ୍ମପୁରର ଆଇଟିଆଇ ଟିମ୍‌ଙ୍କ ମତରେ ଏହି ସୁଉଚ୍ଚ ରୋବର୍ଟ ଲୋକଙ୍କ ମଧ୍ୟରେ ବିଶେଷକରି ପରିବେଶ ପାଇଁ ଚିନ୍ତା କରୁଥିବା ଲୋକଙ୍କ ମଧ୍ୟରେ ଏକ ସଚେତନତା ସୃଷ୍ଟି କରିବ। ଆଇଟିଆଇ ଟିମ୍‌ ଦ୍ୱାରା ଇ- ବର୍ଜ୍ୟରେ ପ୍ରସ୍ତୁତ ପାର୍କ ଏସିଆର ସର୍ବବୃହତ୍‌ ଅଟେ। ଏହା ଏସିଆ ବୁକ୍‌ ଅଫ୍‌ ରେକର୍ଡରେ ମଧ୍ୟ ସ୍ଥାନ ପାଇଛି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.