ଚଣ୍ଡିଗଡ଼,୧୨।୬: ବିଭିନ୍ନ ରାଜ୍ୟର ରାଜନୈତିକ ଦଳରେ ବର୍ତ୍ତମାନ ମିଶ୍ରଣ ପର୍ବ ଚାଲିଛି। ଏତଦ୍ ବ୍ୟତୀତ ଦଳକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ଦଳ ମଧ୍ୟରେ ମେଣ୍ଟ ହେଉଥିବାର ମଧ୍ୟ ନଜିର ରହିଛି। ସେହିପରି ଆସନ୍ତା ବର୍ଷ ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଏବେଠାରୁ ରାଜନୈତିକ ସରଗରମ ଦେଖାଦେଇଛି। ଇତିମଧ୍ୟରେ ଶନିବାର ପଞ୍ଜାବର ସିରୋମଣି ଅକାଳୀ ଦଳ(ଏସ୍ଏଡି) ଓ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବିଏସ୍ପି) ମଧ୍ୟରେ ଏକ ନିର୍ବାଚନୀ ମେଣ୍ଟ ହୋଇଥିବା ଜଣାପଡ଼ିଛି। ଅକାଲୀ ଦଳର ନେତା ସୁଖବୀର ବାଦଲ ଅକାଳୀ ଦଳ ଓ ବିଏସ୍ପି ମଧ୍ୟରେ ମେଣ୍ଟ ହୋଇଥିବା ନେଇ ଘୋଷଣା କରିଛନ୍ତି। ଏଥିସହ ପଞ୍ଜାବ ରାଜନୀତିରେ ଏହା ଏକ ନୂଆ ଦିନ। ଆସନ୍ତା ବର୍ଷ ଏହି ଦୁଇ ଦଳ ଏକାଠି ମିଶି ବିଧାନସଭା ନିର୍ବାଚନ ଲଢ଼ିବେ ବୋଲି ସୁଖବୀର କହିଛନ୍ତି। ଏଥିପାଇଁ ଆସନ ବଣ୍ଟନ ମଧ୍ୟ ଶେଷ ହୋଇଛି। ମୋଟ ୧୧୭ଟି ବିଧାନସଭା ଆସନରୁ ୨୦ଆସନରେ ବିଏସ୍ପି ଓ ୯୭ ଆସନରେ ଅକାଲୀ ଦଳ ନିର୍ବାଚନ ଲଢ଼ିବ। ଅନ୍ୟପଟେ ଏହି ଅବସରରେ ବିଏସ୍ପି ଏମ୍ପି ସତିଶ ମିଶ୍ର କହିଛନ୍ତି, ଏହା ଏକ ଐତିହାସିକ ଦିନ। କାରଣ ପଞ୍ଜାବର ସବୁଠାରୁ ବଡ଼ ଦଳ ସହିତ ମେଣ୍ଟ କରାଯାଇଛି। ସୂଚନାଯୋଗ୍ୟ, ୧୯୯୬ରେ ବି ବିଏସ୍ପି ଓ ଅକାଲୀ ଦଳ ଏକାଠି ମିଶି ଲୋକ ସଭା ନିର୍ବାଚନ ଲଢ଼ିଥିଲେ। ଦୁଇ ଦଳ ୧୩ ଆସନରୁ ୧୧ ଆସନରେ ବିଜୟୀ ଲାଭ କରିଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.