Categories: Rasifala

ରାଶିଫଳ: ଗୁରୁବାର, ଜୁନ୍‌ ୧୭ ତାରିଖ – Daily Horoscope

ମେଷ
ଆଜି ଯେଉଁ କାମ ଆରମ୍ଭ କରିବେ ସେଥିରେ ସଫଳତା ମିଳିବ। କଷ୍ଟ ସ୍ବୀକାର ପୂର୍ବକ କୈାଣସି ସାହାଯ୍ୟପ୍ରାର୍ଥୀ ଲୋକଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ବାଣିଜ୍ୟ, ବ୍ୟବସାୟ, ପରିବହନରେ ପ୍ରତିବନ୍ଧକ ଦୂରେଇବାରେ ଲାଗିବ। ସହକର୍ମୀମାନଙ୍କ ସହ ଆଲୋଚନା କ୍ରମେ ପୂର୍ବ ସ୍ଥିରୀକୃତ କାର୍ଯ୍ୟାରମ୍ଭ ହୋଇପାରେ।
ବୃଷ
ଆନୁଷ୍ଠାନିକ କ୍ଷେତ୍ରରେ ସମସ୍ୟା ସମାଧାନ ପୂର୍ବକ କାମ ହାସଲରେ ସମର୍ଥ ହେବେ। ବନ୍ଧୁଙ୍କ କାର୍ଯ୍ୟକଳାପ ମନେ ଦୁଃଖ ଦେଇପାରେ, କିନ୍ତୁ କିଛି କହି ପାରିବେ ନାହିଁ। ବ୍ୟବସାୟ ଓ ବାଣିଜ୍ୟରେ ଉନ୍ନତି କରିବେ, କିନ୍ତୁ ପରିବହନରେ ଝଗଡାର ସମ୍ଭାବନା ରହିଛି। ପାରିବାରିକ ସ୍ତରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ସଜାଡି ନେଇପାରନ୍ତି।
ମିଥୁନ
ଦିନସାରା କଠିନ ପରିଶ୍ରମଜନିତ ଆଜି ଅପରାହ୍ନରେ ଦେହଟା ଟିକିଏ ଭଲ ଲାଗି ନ ପାରେ। ବ୍ୟବସାୟ କ୍ଷେତ୍ରରେ କୌଶଳ ଖଟାଇ କାର୍ଯ୍ୟ ହାସଲ ପାଇଁ ଚେଷ୍ଟିତ ହେବେ। କଚେରୀ ମାମଲାର ଶୁଣାଣି ବିଳମ୍ବ କାରଣରୁ ବ୍ୟସ୍ତତା ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି କାମ ହାସଲ କରି କାମ ହାସଲ କରିପାରନ୍ତି।
କର୍କଟ
କର୍ମକ୍ଷେତ୍ରରେ ସମସ୍ୟା ରହିଥିଲେ ମଧ୍ୟ କେତେକ ନୂତନ ସୁଯୋଗ ପାଇ ମନ ହାଲୁକା ହୋଇଯିବ। କୌଣସି ଭୁଲ୍‌ ଖବର ପାଇ ବିବ୍ରତ ହେବାକୁ ପଡିପାରେ। ଅଟଳି ରହିଥିବା ନିର୍ମାଣ କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇ ଖୁସୀ ହେବେ। ଧାତୁ, ଅଳଙ୍କାର, ଗୃହୋପକରଣ କିମ୍ବା ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବାକୁ ମନ ବଳାଇପାରନ୍ତି।
ସି˚ହ
ପ୍ରତିବନ୍ଧକ ମଧ୍ୟରେ କେତେକ ସ୍ଥଗିତ କାମ ସକାଶେ ଚିନ୍ତିତ ରହି ପାରନ୍ତି। ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହୋଇପାରେ। ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିଥିଲେ ମଧ୍ୟ ସମ୍ପୂର୍ଣ୍ଣ ଭଲ ନହୋଇଥିବାରୁ ବ୍ୟସ୍ତତା ଅନୁଭବ କରିବେ। ବ୍ୟବସାୟ, ବାଣିଜ୍ୟ, ନିର୍ମାଣ, ଗୃହ, ଜମି, ପରିବହନ ପ୍ରଭୃତିରୁ ଖୁସି ରହିବେ।
କନ୍ୟା
ପାରିବାରିକ କ୍ଷେତ୍ରରେ ମତାନ୍ତର କାରଣରୁ ଦ୍ୱନ୍ଦ୍ୱରେ ପଡି କେତେକ କାମକୁ ଆରମ୍ଭ କରି ପାରିବେ ନାହିଁ। ଲେଖାପଢ଼ା, ପ୍ରକାଶନ, ପ୍ରଶାସନ, ମାଲି ମକଦ୍ଦମା ଓ ସଭାସମିତି କ୍ଷେତ୍ରରେ ଶୁଭଫଳ ପାଇବେ। ବନ୍ଧୁମାନଙ୍କ ସାହାଯ୍ୟରେ ଗୃହ, ଭୂମି, ଗାଡିମୋଟର ସମ୍ପର୍କୀୟ ଚିନ୍ତା ଦୂର ହେବ। ଜଣେ ବନ୍ଧୁଙ୍କ ଟାଣ କଥାକୁ କେନ୍ଦ୍ର କରି ଝଗଡା ଲାଗିପାରେ।
ତୁଳା
ଆଜି କୌଣସି ସମ୍ପର୍କୀୟ ବ୍ୟକ୍ତିଙ୍କ ଦ୍ୱାରା ସ୍ଥଗିତ କର୍ମ ସମ୍ପାଦନ କରିବାର ସୂଚନା ରହିଛି। କୈାଣସି ଆନୁଷ୍ଠାନିକ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇ ଖୁସୀ ହୋଇ ପାରନ୍ତି। ଉପରିସ୍ଥଙ୍କ କାମର ଚାପ ରେ ସାମୟିକ ବିବ୍ରତ ହେବାର ଆଶଙ୍କା ରହିଛି। ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ସାମୟିକ ମନ୍ଥର କରିପାରେ।
ବିଛା
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜିର କାମଗୁଡିକ କରିବାରେ ସଫଳତା ପାଇବେ। ଅନ୍ୟ ଉପରେ ପୂର୍ଣ୍ଣ ଭରଷା କଲେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ସାଧାରଣ କଥାକୁ ଅସାଧାରଣ ଭାବେ କଳ୍ପନା କରି ଆଶକାଂଗ୍ରସ୍ଥ ହେବେ। ପ୍ରଶାସନ, ସାମ୍ବାଦିକତା, ସଭାସମିତି ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ସଫଳତା ପାଇବେ।
ଧନୁ
ଆଜି ଛୋଟ କଥାକୁ କେନ୍ଦ୍ରକରି ନିଜ ଲୋକଙ୍କ ସହ ଯୁକ୍ତି ତର୍କ କରିବେ। ଆନୁଷ୍ଠାନିକ କାମରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କଷ୍ଟ ହେବ। ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ କରନ୍ତ, ନତୁବା ହଇରାଣ ହୋଇପାରନ୍ତି। କେତେକ କ୍ଷେତ୍ରରେ ନିଜ ଲୋକମାନେ ପରୋକ୍ଷ ଶତ୍ରୁତା କରି ସମସ୍ୟାକୁ ବଢାଇଦେବେ।
ମକର
ବହୁ ଦିନରୁ ଅଟକି ରହିଥିବା କାର୍ଯ୍ୟଟି ଆକସ୍ମିକ ଭାବରେ ଆଜି ସମାଧାନ ହୋଇଯିବ। କର୍ମ କ୍ଷେତ୍ରରେ ଅନ୍ୟ ମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ଆଜିର ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ ଓ ଖାଲି ହାତରେ ଫେରିବେ ନାହିଁ। ପାରିବାରିକ କ୍ଷେତ୍ରରେ କୈାଣସି ଆଳ ଦେଖାଇ ଆତ୍ମୀୟସ୍ବଜନ ଦୂରେଇ ଯାଇପାରନ୍ତି।
କୁମ୍ଭ
ସବୁ କିଛି ଠିକ୍‌ ଥିଲେ ମଧ୍ୟ କର୍ମକ୍ଷେତ୍ରରେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ। ଯାତ୍ରା, ପ୍ରଶାସନ, ଆଇନ, କଳା, ସାହିତ୍ୟ କ୍ଷେତ୍ର ମନ୍ଦ ହେବନି। ଅଧିକାଂଶ ସମୟ ଅନ୍ୟମନସ୍କ ନରହି ଯାନବାହାନ ଚାଳାନାରେ ସତର୍କତା ଅବଲମ୍ବନ କରନ୍ତୁ।
ମୀନ
ଅନୁକୂଳ ଗ୍ରହସ୍ଥିତି କାରଣରୁ ବିଭିନ୍ନ ଦିଗରୁ ସାହାଯ୍ୟ ପାଇ ସ୍ଥଗିତ କାମ ତ୍ୱରାନ୍ବିତ କରିବେ। ପରିବାରରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ଧାତୁ, ଅଳଙ୍କାର ଔଷଧପତ୍ର କିମ୍ବା ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ବ୍ୟବସାୟ, ପରିବହନ, ଆଇନ ଅଦାଲତ ଓ ଜମିଜମା କ୍ଷେତ୍ରରୁ ସଫଳତା ପାଇବେ।
webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.