Categories: Rasifala

ରାଶିଫଳ: ରବିବାର, ଜୁନ୍‌ ୨୦ ତାରିଖ – Daily Horoscope

ମେଷ
ବଳହୀନ ରାଶ୍ୟାଧିପ ଯୋଗୁ ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ। ଅଫିସରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ। ଫାଇଦା ହାସଲ ମାନସରେ ମିତ୍ରମାନେ ପ୍ରଶଂସା ଗାଇ ବୁଲିବେ। ରଖିଥିବା ଅର୍ଥ ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବା କାରଣରୁ ଦୁଃଖ ପ୍ରକାଶ କରିବେ।
ବୃଷ
ଶନି ଓ ଶୁକ୍ରଷଡ଼ାଷ୍ଟକ ସ୍ଥିତିରେ ରହିଥିବାରୁ ସମସ୍ୟା ଜାଲରେ ଛନ୍ଦିହୋଇ ମନୋବଳ ଭାଙ୍ଗିଲା ଭଳି ଅନୁଭବ କରିବେ। ଅଯଥାରେ ଅନ୍ୟ ଉପରେ ବିରକ୍ତ ହେଲେ ଶତ୍ରୁତା ସୃଷ୍ଟି ହୋଇପାରେ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ଲାଭବାନ୍‌ ହେବେ। ପରିବହନରେ ସାଧାରଣ କଥାରେ ଝଗଡ଼ା କିମ୍ବା ତଜ୍ଜନିତ ସମସ୍ୟାର ଆଶଙ୍କା ରହିଛି।
ମିଥୁନ
କେନ୍ଦ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ଅର୍ଥନୈତିକ ଅଭିବୃଦ୍ଧି ସାଙ୍ଗକୁ ବିଭିନ୍ନ ଯୋଜନାରେ ଅନୁକୂଳ ବାତାବରଣ ଯୋଗୁ ଖୁସି ହେବେ। ଛୋଟ କଥାକୁ କେନ୍ଦ୍ର କରି ପରିବାର ଭିତରେ ସମ୍ପର୍କ ହାନି ଫଳରେ ଚିନ୍ତା ପ୍ରକଟ କରିପାରନ୍ତି। ରାଜନୀତି କ୍ଷେତ୍ରରେ ନେତୃତ୍ୱ ନେଇ କିମ୍ବା ସମର୍ଥକଙ୍କ ଶୁଭକାମନାରୁ ଖୁସି ରହିବେ। କର୍ମକ୍ଷେତ୍ରରେ ସଫଳତା ପାଇବେ।
କର୍କଟ
ହସ୍ତା ନକ୍ଷତ୍ରରେ ରାଶ୍ୟାଧିପ ରହିଥିବାରୁ କର୍ମ କ୍ଷେତ୍ରରେ ଟେନ୍‌ସନ କମିଯିବ। ପରିବାରରେ ପୂର୍ବ ସମସ୍ୟା ସମାଧାନ ହେବାରେ କୌଣସି ନୀଚ ବର୍ଗର ବ୍ୟକ୍ତି ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି। ସଭା ସମିତିରେ ତର୍କ ବୃଦ୍ଧି ପାଇବା କାରଣରୁ ଆଲୋଚନା ଅମୀମାଂସିତ ରହିବ। ବନ୍ଧୁଙ୍କ ସ୍ବାସ୍ଥ୍ୟରେ ଉନ୍ନତି ହେବାରୁ ମନ ଖୁସି ରହିିବ।
ସି˚ହ
ଏକାଦଶସ୍ଥ ରବି ହେତୁ ସମସ୍ୟାର ସରଳ ସମାଧାନ କରିବାରେ ସାହାଯ୍ୟ ପାଇବେ। ଆର୍ଥିକ ଦିଗରୁ ଉପକୃତ ହେବେ ଓ ସ୍ଥଗିତ କାମ ତ୍ୱରାନ୍ବିତ କରିବେ। ପରିବାରରେ ପାରସ୍ପରିକ ସହଯୋଗ ପରିବେଶକୁ ସରସ, ସୁନ୍ଦର କରିବାରେ ସହାୟକ ହେବ। କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିପାରନ୍ତି।
କନ୍ୟା
ବୁଧ ଓ ବୃହସ୍ପତି ପରସ୍ପର କେନ୍ଦ୍ରସ୍ଥ ହେତୁ ଆଜିର ଯାତ୍ରା, କର୍ମାରମ୍ଭ, ବ୍ୟବସାୟିକ ସ୍ଥିତି ଭଲ ରହିବ। ଭୁଲ୍‌ ବୁଝାମଣା ହେତୁ ଆତ୍ମୀୟଙ୍କ ଅସହଯୋଗ, ଅସମ୍ମାନ ପାଇ ଦୁଃଖର ମାତ୍ରାକୁ ବଢ଼ାଇ ଦେଇପାରେ। ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବା କାରଣରୁ ସାମୟିକ ଚିନ୍ତା କରିପାରନ୍ତି।
ତୁଳା
ମଙ୍ଗଳ ନିଜର ଉଚ୍ଚ ସ୍ଥାନକୁ ଦେଖୁଥିବାରୁ ହଠାତ୍‌ ବନ୍ଧୁତ୍ୱ ସ୍ଥାପନ ହୋଇପାରେ। ଧର୍ମକାର୍ଯ୍ୟ କିମ୍ବା ସାଂସ୍କୃତିକ କାର୍ଯ୍ୟ ସକାଶେ ସତ୍‌ସଙ୍ଗୀଙ୍କ ପ୍ରେରଣା ମିଳିପାରେ। ପିଲାଙ୍କ ଆଚରଣର ପରିବର୍ତ୍ତନ କାରଣରୁ ବିରକ୍ତ ଅନୁଭବ କରିବେ। ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ, ନତୁବା ଅଯଥା ଆକୋ୍ରଶର ଶିକାର ହେବାକୁ ପଡ଼ିପାରେ।
ବିଛା
ଭାଗ୍ୟାଧିପ ଏକାଦଶ ସ୍ଥାନରେ ଥିବାରୁ କାମ ସମ୍ପନ୍ନ ହେବାରୁ ମନ ଖୁସି ହୋଇଯିବ। ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବା ସକାଶେ ଦିନଟି ବହୁତ ଭଲ। କଳା, ସାହିତ୍ୟ, ସଭା ସମିତି ଓ ମନୋରଞ୍ଜନରେ ଆଗ୍ରହୀ ହେବେ। ସାଧାରଣ କଥାକୁ କେନ୍ଦ୍ର କରି ଅପରାହ୍ନରେ ଟେନ୍‌ସନ୍‌ ବଢ଼ିପାରେ।
ଧନୁ
ବଳବାନ୍‌ ଶନିଙ୍କ ଯୋଗୁ ନିର୍ଦ୍ଦିଷ୍ଟ ସମୟରେ ଆଶା କରୁଥିବା ବନ୍ଧୁଙ୍କ ନିକଟରୁ ଅର୍ଥଲାଭ ଘଟିବ। ଗତକାଲିଠାରୁ ଆପଣ ଯେଉଁ କଥା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ। ଅପେକ୍ଷା କରିବାକୁ କହିଥିବା ବନ୍ଧୁଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ନ ପାଇ ବ୍ୟସ୍ତ ହେବେ। ବନ୍ଧୁଙ୍କ ସହ ନୂତନ ସ୍ଥାନ ଭ୍ରମଣ ସୁଯୋଗ ଜୁଟିବ।
ମକର
କେତୁଙ୍କ କୁପ୍ରଭାବରୁ ଆଜି କୌଣସି ଜିନିଷ ପାଇବାକୁ କେନ୍ଦ୍ର କରି ସମସ୍ୟା ଭିତରକୁ ଟାଣି ହୋଇପାରନ୍ତି। ଘରର ଅସଜଡ଼ା ପରିସ୍ଥିତି କଥା ଚିନ୍ତା କରି ରକ୍ତଚାପ ବଢ଼ିଯାଇପାରେ। ଆକସ୍ମିକ ଆବଶ୍ୟକତା ପୂରଣ ସକାଶେ ଧାରକରି କାମ ତୁଲାଇବାକୁ ବାଧ୍ୟ ହେବେ। ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା କାରଣରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ।
କୁମ୍ଭ
ପରିବାରର ନିର୍ଦ୍ଦେଶ କ୍ରମେ କୌଣସି ନୂତନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇ ପାରନ୍ତି। କର୍ମ କ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ, ଯାହାକି ପରିସ୍ଥିତିକୁ ବଦଳାଇ ଦେଇପାରେ। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ , ଅନ୍ୟଥା ହରାଇବାକୁ ପଡ଼ିପାରେ। ପୂର୍ବଭାଦ୍ର ନକ୍ଷତ୍ର ପୁରାତନ ରୋଗପୀଡାରୁ ବିଶେଷ କଷ୍ଟ ପାଇବେ।
ମୀନ
ଆଜି ପରିବାରର ଅଶାନ୍ତ ପରିବେଶକୁ ସ୍ବାଭାବିକ କରିବାରେ ବନ୍ଧୁଙ୍କ ଭୂମିକା ଅବିସ୍ମରଣୀୟ ରହିବ। ଅର୍ଥ ଆଦାୟରେ ସକ୍ଷମ ହେବେ, ତଥାପି ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବନ୍ଧୁଙ୍କ ହସ୍ତକ୍ଷେପ ଫଳରେ ବିବାଦୀୟ ଘଟଣା ଜଟିଳ ଆଡ଼କୁ ଗତି କରିପାରେ। ପରିବାର ଭିତରେ ବୁଝାମଣା ସମ୍ପର୍କରେ ଉନ୍ନତି ଘଟିବ।
webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.