Categories: Rasifala

ରାଶିଫଳ: ରବିବାର, ଜୁନ୍‌ ୨୭ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ ଅଟକି ରହିଥିବା କାମଗୁଡ଼ିକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ । ଜମିଜମା, କଳ କାରଖାନା, ଜଳ, ତୈଳ କିମ୍ବା ବିଦ୍ୟୁତ ବ୍ୟବସାୟରୁ ଲାଭବାନ ହେବେ । ରାଜନୀତିରେ କୂଟନୀତି ପ୍ରୟୋଗ କରି କାର୍ଯ୍ୟ ସାଧନ କରିପାରିବେ। ଫେରିବା ବାଟରେ ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ପାଇ ଖୁସି ହେବେ ।
ବୃଷ
ନିଜର ସମ୍ପର୍କୀୟମାନଙ୍କ ଅସହଯୋଗରୁ କେତେକ ନୂତନ ସମସ୍ୟା ସୃଷ୍ଟି ହେବ। ଆଦୌ ଭଲ ସମ୍ପର୍କ ନ ଥିବା ଲୋକମାନଙ୍କ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡ଼ିବେ । ବନ୍ଧୁଙ୍କ ନିମନ୍ତ୍ରଣ ପାଇ ହଠାତ୍ ଯାତ୍ରା କରିବାକୁ ପଡ଼ିପାରେ । କିନ୍ତୁ ଆକସ୍ମିକଭାବରେ ଶାରୀରିକ ଅସୁସ୍ଥତା ହେତୁ ବ୍ୟସ୍ତତା ପ୍ରକାଶ କରିପାରନ୍ତି ।
ମିଥୁନ
ବନ୍ଧୁଙ୍କ ସହାନୁଭୂତି ମାଧ୍ୟମରେ ଅନ୍ୟମାନଙ୍କୁ ନିଜ ସପକ୍ଷରେ ନେଇ କାମ ହାସଲ କରିବେ । ପାରିବାରିକ କ୍ଷେତ୍ରରେ ସତର୍କରେ ଚଳନ୍ତୁ ନତୁବା ଝମେଲା ଅଧିକ ବଢ଼ିଯାଇପାରେ । କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ଜମିଜମା ବାବଦରେ ଖର୍ଚ୍ଚ ପରିମାଣ ଦିଗୁଣା ହୋଇପାରେ ।
କର୍କଟ
ମନ କଥାକୁ ମନରେ ରଖି ହସି ହସି କାମ ହାସଲ କରିବାରେ ସମର୍ଥ ହେବେ । ଅର୍ଥନୈତିକ ଅଭିବୃଦ୍ଧି ଓ ବୈଷୟିକ ସୁଖ, ସମୃଦ୍ଧି ମନକୁ ଖୁସି କରିବାରେ ସାହାଯ୍ୟ କରିବ । ପୁରୁଣା ରାଗକୁ ଶୁଝାଇବା ସକାଶେ କେହି ଜଣେ ବିନା କାରଣରେ କିଛି ଅଭିଯୋଗ ଆଣିପାରନ୍ତି । ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ ଓ କଳା, ସାହିତ୍ୟରେ ଉନ୍ନତି କରିବେ।
ସି˚ହ
କର୍ମକ୍ଷେତ୍ର ଭଲ ରହିଲେ ମଧ୍ୟ ଘରେ ପିଲାଙ୍କ ସକାଶେ ମନ ଅସ୍ଥିର ରହିବ । ପରିସ୍ଥିତିବଶତଃ ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନ ଯିବାକୁ ବାଧ୍ୟ ହେବେ । ବନ୍ଧୁଙ୍କ ସହ ଆଳାପ ଆଲୋଚନା ପରେ ମାନସିକ ସ୍ଥିତି ଠିକ୍ ରହିବ। ଯଥାସମ୍ଭବ ନିଜକୁ ବିବାଦୀୟ ପରିସରରୁ ଦୂରେଇ ରଖିବା କାରଣରୁ ଶତ୍ରୁତା କ୍ରମଶଃ ହ୍ରାସ ପାଇପାରେ।
କନ୍ୟା
ଯେତେ ପ୍ରକାର ସମସ୍ୟା ଆସିଲେ ମଧ୍ୟ ପ୍ରତ୍ୟେକ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସମର୍ଥ ହେବେ। କର୍ମକ୍ଷେତ୍ରରେ କୌଣସି ଅପରିଚିତ ଲୋକଟି ମିତ୍ରତା ଛଳରେ ପାଖେଇ ଆସିପାରେ । ଉପରିସ୍ଥଙ୍କ ଆଲୋଚନା ବିଷୟରେ ତାହାଠାରୁ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ । ଅର୍ଥନୈତିକ, ପାରିବାରିକ କ୍ଷେତ୍ର ପ୍ରାୟତଃ ଭଲ ରହିବ ।
ତୁଳା
ସ୍ଥଗିତକାମଗୁଡ଼ିକୁ ସମ୍ପନ୍ନ କରିବାରେ ଆନୁଷଙ୍ଗିକ ସୁବିଧା ସୁଯୋଗ ପାଇବେ । ଅବହେଳା ଜନିତ ସ୍ବାସ୍ଥ୍ୟ ବାରମ୍ବାର ଖରାପ ହେଉଥିବାରୁ ମନ ଭଲ ରହିବ ନାହିଁ । କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବେ । ମାତ୍ରାଧିକ ଭ୍ରମଣ ଯୋଗୁ ଆଳସ୍ୟ ଅନୁଭବ କରିପାରନ୍ତି।
ବିଛା
ଯେତେ ସତର୍କରେ ଚଳିଲେ ମଧ୍ୟ କିଛିନା କିଛି ସମସ୍ୟା ସୃଷ୍ଟି ହେବ । ସ୍ତ୍ରୀଙ୍କ ସହ ମତାନ୍ତର କିମ୍ବା ବନ୍ଧୁଙ୍କ ସହ ବିତର୍କ ଆଶଙ୍କା ରହିଛି । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଙ୍ଗୀତ ଓ ରାଜନୀତି କ୍ଷେତ୍ରରେ ବେଶ୍ ଆଦୃତ ହେବେ । ସାଙ୍ଗଠନିକ କାର୍ଯ୍ୟରେ, ସଭା ସମିତିରେ, ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହୋଇପାରନ୍ତି।
ଧନୁ
ନିଜ ଲୋକମାନଙ୍କ ଉପରେ ଲଘୁ କ୍ରୋଧ ଓ ଅଭିମାନ କରି ପରିବେଶକୁ ସରଗରମ କରିପାରନ୍ତି । କୌଣସି ଅଭାବ ନ ଥିଲେ ମଧ୍ୟ ବିଭିନ୍ନ ଦୁଶ୍ଚିନ୍ତା ମନକୁ ଭାରାକ୍ରାନ୍ତ କରି ରଖିବ । ଏକ ଭିନ୍ନ ପରିସ୍ଥିତିରେ ଭଟ୍ଟା ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିବା ସକାଶେ ପ୍ରଯତ୍ନ କରିବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଉନ୍ନତି କରିବେ ।
ମକର
ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପା ଅପୂରଣୀୟ କାମନାକୁ କର୍ମକ୍ଷମ କରାଇବାରେ ସାହାଯ୍ୟ କରିବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ । ଜମିଜମା କିମ୍ବା ଘରସୀମାକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ । ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ କିନ୍ତୁ ଶାରୀରିକ ପରିଶ୍ରମଜନିତ ପୀଡ଼ା ଅନୁଭବ କରିବେ ।
କୁମ୍ଭ
ଆଜି ଆପଣ ଯୁଆଡେ ଯାଆନ୍ତୁନା କାହିଁକି ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅବଶ୍ୟ ପାଇବେ। ସାୟାହ୍ନେ ସାମୟିକ ଭାବରେ ଶାରୀରିକ ଅସୁସ୍ଥି ଅନୁଭବ କରି ପାରନ୍ତି । ଆଜିର କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ । ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷାକରିବା ସହିତ ପାରିବାରିକ ଜୀବନରେ ଉଚିତ୍ ବୁଝାମଣା ରହିବ ।
ମୀନ
ମାନସିକ ଅସ୍ଥିରତାବଶତଃ ଅପରାହ୍ନରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ । ଆତ୍ମୀୟଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିବା ହେତୁ ଆଶ୍ୱସ୍ତି ଅନୁଭବ କରିବେ। ଗତକାଲି ରାତିରେ ଆଲୋଚନା ଅନୁଯାୟୀ ଆଜିର କାମଗୁଡ଼ିକ ସବୁ ଠିକ୍ ଠିକ୍ ହୋଇଯିବ । ଆକସ୍ମିକ ଭାବରେ ଗସ୍ତ କାର୍ଯ୍ୟକ୍ରମ ବଦଳିଯାଇପାରେ ।
webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.