Categories: Rasifala

ରାଶିଫଳ: ବୁଧବାର, ଜୁନ୍ ୨ ତାରିଖ – Daily Horoscope

ମେଷ
ନୀଚାରୋହୀ ମଙ୍ଗଳ ହେତୁ ଆପଣଙ୍କ ଦୈହିକ ଦୁର୍ବଳତା କାର୍ଯ୍ୟହାନିର କାରଣ ହେବ। କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାର ଅନ୍ୟମାନଙ୍କୁ ଆପଣାର କରିବାରେ ସାହାଯ୍ୟ କରିବ। ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ। ଅଫିସରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ।
ବୃଷ
ଅଫିସରେ ଅନ୍ୟମାନଙ୍କ ଉପରେ ବିରକ୍ତି ପ୍ରକାଶ କରି ସମସ୍ୟାକୁ ନିମନ୍ତ୍ରଣ କରିପାରନ୍ତି। ବୃହସ୍ପତିଙ୍କ କୁପ୍ରଭାବରୁ ଅଟକି ରହିଥିବା କାମର ଚିନ୍ତା ଆଜି ମନକୁ ଆନ୍ଦୋଳିତ କରିପାରେ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ ଓ ପରିବହନ ବେଶ୍‌ ଭଲରେ ଚାଲିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି କିମ୍ବା ସମସ୍ୟାର ଆଶଙ୍କା ରହିଛି।
ମିଥୁନ
ଶୁଭଗ୍ରହ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ବିଜୟଲାଭ କରିବେ ଏବଂ ବନ୍ଧୁଙ୍କୁ ଆପଣେଇ ନେବାରେ ସମର୍ଥ ହେବେ। ବିଭିନ୍ନ ଯୋଜନା, ସାଂଗଠନିକ କାର୍ଯ୍ୟ କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ହେବ। ପରିବାର ଭିତରେ ସମ୍ପର୍କ ହାନି ଚିନ୍ତା ବୃଦ୍ଧି କରିପାରେ। ସଂଯମତାର ଅଭାବ ଦୁଶ୍ଚିନ୍ତାର କାରଣ ହେବାର ଆଶଙ୍କା ରହିଛି।
କର୍କଟ
ଆଜି ବନ୍ଧୁଙ୍କ ସହ ବିବାଦ ଓ କିଛି ନୂତନ କାମରେ ପ୍ରତିବନ୍ଧକ ହେତୁ ଚିନ୍ତିତ ରହିବେ। ପରିବାରରେ ପୂର୍ବ ସମସ୍ୟା ସମାଧାନରେ କୌଣସି ନୀଚ ଜାତିର ବ୍ୟକ୍ତି ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି। ସଭାସମିତିରେ ଅପ୍ରିୟ ସତ୍ୟ ପ୍ରକାଶ କରି ବନ୍ଧୁଙ୍କ ଅପ୍ରିୟଭାଜନ ହେବେ। ପ୍ରତିକୂଳ ପରିସ୍ଥିତି ଯୋଗୁ ଯୋଜନାଗୁଡିକ ସମ୍ପୂର୍ଣ୍ଣ ନ ହୋଇପାରେ।
ସି˚ହ
ବନ୍ଧୁଙ୍କ ସାହାଯ୍ୟ ଓ ପାରସ୍ପରିକ ସହଯୋଗ ପାରିବାରିକ ଜୀବନକୁ ସରସ ସୁନ୍ଦର କରିବ। କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିବେ। ଆଜି ସତକଥା କହି ବିବାଦ ଘେରରେ ପଡିପାରନ୍ତି। ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
କନ୍ୟା
ପ୍ରତ୍ୟେକ କ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ସନ୍ଦେହ ଘେରରେ ରହିବେ। କୌଣସି ଗୁଜବ ମନକୁ ଚହଲାଇ ଦେବାର ସୂଚନା ରହିଛି। କର୍ମକ୍ଷେତ୍ରରେ ଲକ୍ଷ୍ୟ ପୂରଣ ଦିଗରେ ଅସହଯୋଗ, ଅସମ୍ମାନ ପାଇ ଦୁଃଖିତ ହେବେ। ଅର୍ଥ କିମ୍ବା ଦେବା ନେବାକୁ କେନ୍ଦ୍ରକରି ସାମାନ୍ୟ ଝଗଡା ସୃଷ୍ଟି ହୋଇପାରେ।
ତୁଳା
ନୂତନ ବନ୍ଧୁ ସମ୍ପର୍କ ଓ ସୁଚିନ୍ତିତ କାର୍ଯ୍ୟଧାରା କାମକୁ ଅଗ୍ରଗାମୀ କରାଇବାରେ ସାହାଯ୍ୟ କରିବ। ଜଣେ ପଡୋଶୀ କିମ୍ବା ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ। କୌଣସି ନିର୍ଦ୍ଦିଷ୍ଟ କାରଣ ନ ଥାଇ ସାୟାହ୍ନେ ମନଟା ଭଲ ଲାଗି ନ ପାରେ। ପିଲାଙ୍କ ଆଚରଣରେ ପରିବର୍ତ୍ତନ କାରଣରୁ ମନେ ମନେ ବିରକ୍ତ ହେବେ।
ବିଛା
ଯାହା ଖୋଜୁଛନ୍ତି ଓ ଆଶା କରୁଛନ୍ତି ଅବଶ୍ୟ ପାଇବେ, ମାତ୍ର ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରିବା ଭଲ। ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବା ସକାଶେ କୌଶଳ ପ୍ରୟୋଗ କଲେ ଉପକୃତ ହେବେ। ନିଜେ ରହିବା ପରିସରରେ ସାଧାରଣ କଥାକୁ କେନ୍ଦ୍ର କରି ଅପରାହ୍ନରେ ଟେନସନ୍‌ ବଢିପାରେ।
ଧନୁ
ବନ୍ଧୁଙ୍କ ଅସୌଜନ୍ୟମୂଳକ ବ୍ୟବହାରରେ କର୍ମକ୍ଷେତ୍ରରେ ଅସନ୍ତୋଷର ମାତ୍ରା ବୃଦ୍ଧି ପାଇବ। ଅତି ଦରକାରୀ ଜିନିଷଗୁଡିକ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି। ବହୁ ଦିନରୁ ଚିନ୍ତା କରିଥିବା ଯୋଜନାଟିକୁ କାର୍ଯ୍ୟକାରୀ କରିବା ସକାଶେ ମନ ବଳାଇବେ। ବିବାଦୀୟ ଘଟଣାରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବନି।
ମକର
ବନ୍ଧୁଙ୍କ ସହ ଆଲୋଚନା ପରିସରରେ ନୀରବତା ଅବଲମ୍ବନ କରିବାକୁ ପସନ୍ଦ କରିବେ। ସମ୍ପର୍କୀୟମାନେ କାଳେ ଦେବାକୁ ପଡିବ,ଏହି କାରଣରୁ ପାଖ ମାଡିବେ ନାହିଁ। ରୁଗ୍‌ଣ ପିତା କିମ୍ବା ମାତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାର ଲକ୍ଷଣ ପ୍ରକାଶ ପାଇବ। ପାଖ ପଡୋଶୀଙ୍କ କଥାରେ ପ୍ରଭାବିତ ହୋଇ କୈାଣସି କାମପାଇଁ ଆଗଭର ହୋଇପାରନ୍ତି।
କୁମ୍ଭ
ଆଜିର ଯାତ୍ରା, ଶୁଭ କାର୍ଯ୍ୟାରମ୍ଭ, ସତ୍‌ଚିନ୍ତା ଓ ଶୁଦ୍ଧଭାବନା ମନରେ ଭାବାନ୍ତର ସୃଷ୍ଟି କରିବ। ସାମାନ୍ୟ କେତେକ ସଧାରଣ ଅସୁବିଧାକୁ ବାଦ୍‌ ଦେଲେ ଦିନଟିରେ ବହୁତ ଭଲ କାମ କରିବେ। ନୂତନ ଜିନିଷ କ୍ରୟ କରିବା ସକାଶେ ପାଇଁ ମନ ବଳାଇପାରନ୍ତି। ପରିବାର ମଧ୍ୟରେ ଛୋଟ କଥାକୁ ଧରିଲେ ଅଯଥା ସୁସମ୍ପର୍କ ବ୍ୟାହତ ହେବ।
ମୀନ
ଆଜିର ଫେରନ୍ତା ବାଟରେ ବନ୍ଧୁଙ୍କୁ ଭେଟି ଆଗାମୀ କାଲିର ଯୋଜନା ପ୍ରସ୍ତୁତ କରି ପାରନ୍ତି। ବାକି ଅର୍ଥ ଆଦାୟରେ ସକ୍ଷମ ହେବେ କିନ୍ତୁ ବାକ୍‌ ଅସଂଯମତା ଯୋଗୁଁ ସୁସମ୍ପର୍କ ବ୍ୟାହାତ ହୋଇପାରେ। ବ୍ୟବସାୟରେ ଲାଭ ମିଳିବ। ପାରିବାରିକ କ୍ଷେତ୍ରରେ ବୁଝାମଣାରେ ଉନ୍ନତି ଘଟିବ।
webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.