ଫୁଟୁଥିବା ଗରମ ପାଣିରେ ୩ କିଲୋ ଚିନି ମିଶାଇ ଶୋଇଥିବା ସ୍ବାମୀଙ୍କ ଉପରେ ଢାଳିଦେଲେ ସ୍ତ୍ରୀ, ଆଉ ତା’ ପରେ…

ଲଣ୍ଡନ,୧୮।୬: ଇଂଲଣ୍ଡର ଜଣେ ୫୯ ବର୍ଷୀୟା ମହିଳା ୮୧ ବର୍ଷୀୟ ବୃଦ୍ଧ ସ୍ବାମୀଙ୍କ ଉପରେ ଫୁଟୁଥିବା ଗରମ ପାଣିରେ ଚିନି ମିଶାଇ ଢାଳି ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ଏହି ମହିଳାଙ୍କ ନାମ କୋରିନା ବେସ୍‌। ସ୍ବାମୀଙ୍କ ସହ ୩୮ ବର୍ଷ ଧରି ସଂସାର କରିବା ପରେ କୌଣସି କଥାକୁ ନେଇ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗିଯାଇ କୋରିନା ସ୍ବାମୀଙ୍କ ଉପରେ ଖାଲି ଫୁଟନ୍ତା ଗରମପାଣି ଢାଳି ନ ଥିଲେ, ବରଂ ଏଥିରେ ୩ କେଜି ଚିନି ମିଶାଇ ଢାଳି ଦେଇଥିଲେ। ଏଥିରୁ ଜଣାପଡୁଛି ଯେ, ସେ ସ୍ବାମୀଙ୍କର କିପରି କ୍ଷତି କରିବାକୁ ପ୍ରସ୍ତୁତ ଥିଲେ। କାରଣ ଗରମପାଣିରେ ଚିନି ମିଶାଇଲେ ଏହା ଘାତକ ହୋଇଥାଏ। ଫଳରେ ଲୋକଙ୍କ ମୃତ୍ୟୁ ହେବା ସ୍ବାଭାବିକ। ଯାହାକି କୋରିନାଙ୍କ ସ୍ବାମୀଙ୍କ ଜୀବନ ନେଲା।

ସୂଚନାଯୋଗ୍ୟ, କୋରିନା ତାଙ୍କ ଝିଅଙ୍କ ସହିତ ମାର୍କେଟିଂ କରିବାକୁ ଯାଇଥିଲେ। ମାତ୍ର ସ୍ବାମୀ ତାଙ୍କୁ ଘରକୁ ଶୀଘ୍ର ଫେରିବା ପାଇଁ ଫୋନ୍‌ କରି ଡାକିଥିଲେ। ସେତେବେଳେ କୋରିନା ତାଙ୍କୁ କିଛି କହି ନ ଥିଲେ। ଘରକୁ ଫେରିବା ପରେ ଏହି କଥାକୁ ନେଇ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ କୋରିନା ସ୍ବାମୀଙ୍କ ଜୀବନ ନେଇଗଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ କୋରିନାଙ୍କୁ ଗିରଫ କରିଛି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.