କେମିତି ବଢ଼ିବ ବାପା-ପୁଅଙ୍କ ଭିତରେ ସମ୍ପର୍କ

ଅନେକ ସମୟରେ ଛୋଟଛୋଟ କଥାକୁ ନେଇ ବାପା-ପୁଅଙ୍କ ଭିତରେ ମନମତାନ୍ତର ହେଉଥିବାର ଦେଖିବାକୁ ମିଳିଥାଏ। ଏହା ପଛରେ ବି ବାସ୍ତୁଦୋଷ ରହୁଥିବା ଅନୁମାନ କରାଯାଏ। ତେବେ କ’ଣ ସେହି ବାସ୍ତୁଦୋଷ ଆଉ କ’ଣ ରହିଛି ତା’ର ପ୍ରତିକାର ଆସନ୍ତୁ ଜାଣିବା ସେ ସମ୍ପର୍କରେ…

*ବାସ୍ତୁଶାସ୍ତ୍ର ଅନୁସାରେ ଘରର ଉତ୍ତର-ପୂର୍ବ ଦିଗରେ ଯଦି ଅଳିଆ ଆବର୍ଜନା ଜମା ରହୁଥିବ, ତା’ହେଲେ ତାହା ଗୃହରେ ନକାରାତ୍ମକ ଉର୍ଜ୍ଜା ଉତ୍ପନ୍ନ କରିବା ସହ ବାପା-ପୁଅଙ୍କ ଭିତରେ ତିକ୍ତତା ସୃଷ୍ଟି କରିବ।
*ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଘରର ଉତ୍ତର-ପୂର୍ବ କୋଣକୁ ସର୍ବଦା ସଫାସୁତୁରା ରଖିବା ଦରକାର।
*ସେହିପରି କୁହାଯାଏ, ଉତ୍ତର-ପୂର୍ବ କୋଣରେ କୌଣସି ଭାରି ଜିନିଷ ରଖିଲେ କିମ୍ବା ଏହି ଦିଗରେ ରୋଷେଇଘର ଅଥବା ଶୌଚାଳୟ ଥିଲେ, ଏହା ମଧ୍ୟ ବାପା-ପୁଅଙ୍କ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ।
*ଅନ୍ୟପକ୍ଷେ ଉତ୍ତର-ପୂର୍ବ କୋଣରେ କିଛି ବି ଜ୍ୱଳନଶୀଳ ପଦାର୍ଥ ଅବା ଗରମ ଉତ୍ପନ କରୁଥିବା କୌଣସି ଉପକରଣ ରଖିଥିଲେ, ଏହାର ପ୍ରଭାବରେ ପୁଅମାନଙ୍କର ବ୍ୟବହାର ଖୁବ୍‌ ରୁକ୍ଷ ହୋଇଥାଏ, ଯଦ୍ଦ୍ବାରା ସେମାନେ ବାପାଙ୍କର କୌଣସି କଥାକୁ ବି ସହଜରେ ଗ୍ରହଣ କରି ନଥାନ୍ତି।
*ସେହିପରି ଘରର ଉତ୍ତର-ପୂର୍ବ କୋଣ ଯଦି ଅନ୍ୟ କୋଣ ତୁଳନାରେ ସାମାନ୍ୟ ଉଚ୍ଚା ହୋଇଥାଏ, ତା’ହେଲେ ଏହାର କୁ-ପ୍ରଭାବ ମଧ୍ୟ ବାପା-ପୁଅଙ୍କ ସମ୍ପର୍କ ଉପରେ ପଡ଼ିଥାଏ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.