କିପରି ଚିହ୍ନିବେ ଭଲ ସାଙ୍ଗଙ୍କୁ

କୌଣସି ମଣିଷଙ୍କୁ ଚିହ୍ନିବା ସବୁଠାରୁ କଷ୍ଟକର। ସମସ୍ତଙ୍କ ମଧ୍ୟରେ ଯଦି କଥା ବନ୍ଧୁଙ୍କୁ ଚିହ୍ନିବାରେ ଆସେ, ତେବେ ତାହା ଅଧିକ ଗମ୍ଭୀର ହୋଇଥାଏ। ଅନେକ ସମୟର ପ୍ରିୟ ସାଙ୍ଗ ହିଁ ବିପଦରେ ପକାଇଥାନ୍ତି। ଆଉ ଏପରି କିଛି ଘଟଣା ଆପଣଙ୍କୁ ସାଙ୍ଗମାନଙ୍କ ଉପରୁ ଭରସା ଉଠାଇଦିଏ। ଫଳରେ ଆପଣଙ୍କୁ ଦ୍ୱିତୀୟଥର କାହା ସହିତ ସାଙ୍ଗ ହେବାକୁ ଡର ଲାଗିଥାଏ। ତେବେ ଏପରି କିଛି ସାଙ୍ଗକୁ ଚିହ୍ନିବା ପାଇଁ ଜାଣନ୍ତୁ କିଛି ଟିପ୍ସ।

-ସିଏ ସବୁଠୁ ଭଲ ସାଙ୍ଗ ହୋଇଥାଏ, ଯିଏ ଆପଣଙ୍କ ଖରାପ ଅଭ୍ୟାସକୁ ଦୂର କରିବାକୁ ଚେଷ୍ଟା କରନ୍ତି। ଭଲ ସାଙ୍ଗଙ୍କୁ ତା’ର ସାଙ୍ଗ ବିଷୟରେ ସବୁକିଛି ଜଣାଥାଏ। ସେ ସାଙ୍ଗର ସବୁପ୍ରକାର ସ୍ବାଭାବକୁ ପାଖରୁ ଜାଣିଥିବାରୁ ଆପଣଙ୍କ ଯେକୌଣସି ପରିସ୍ଥିତିରେ ଉତ୍ତେଜିତ ନ କରାଇ ଭଲଭାବେ ସମ୍ଭାଳି ନିଏ।

-ସ୍ବାର୍ଥପର ସାଙ୍ଗ ସେହିମାନେ ହୋଇଥାନ୍ତି, ଯେଉଁମାନେ ନିଜ ସମୟ ବିତାଇବା ପାଇଁ ଅପଣଙ୍କୁ ଖୋଜିଥାନ୍ତି। ନଚେତ ସୁଖଦୁଃଖ ଉଭୟ ସମୟରେ ଏକ ଭଲ ସାଙ୍ଗ ହିଁ ପାଖରେ ଥାଏ। ଭଲ ସାଙ୍ଗକୁ ଆପଣଙ୍କ ସମ୍ପର୍କରେ ସବୁ ଗୁପ୍ତ କଥା ଜଣାଇଥିଲେ ମଧ୍ୟ ସେ ତା’ର କେବେ ଫାଇଦା ଉଠାଇ ନ ଥାଏ।

ଭଲ ସାଙ୍ଗ ସବୁବେଳେ ଆପଣଙ୍କ ସହ ସମୟ ବିତାଇବାକୁ ଚାହିଁଥାନ୍ତି। ଦରକାର ବେଳେ ଆପଣଙ୍କ ମୁହଁରୁ ଯାହାର ନାଁ ବାହାରେ ସେ ହିଁ ଆପଣଙ୍କ ପ୍ରିୟ ସାଙ୍ଗ।

ଆପଣଙ୍କ କୌଣସି କଥା ସାଙ୍ଗକୁ କଷ୍ଟ ଦେଲେ ସେ ଅନ୍ୟମାନଙ୍କୁ ନ କହି କେବଳ ଆପଣଙ୍କୁ କହିଥାନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.