ସଙ୍କଟ କାଳରେ ଭୋକ ଓ ଭୂତାଣୁ

ଡ. କିଶୋର ମହାନ୍ତି

ଭୋକ ଓ ଭୂତାଣୁ ସମାନ୍ତରାଳ ଭାବରେ ସଂପ୍ରତି ଗତି କରି ଚାଲିଛନ୍ତି। ଯଦିଓ ଭୋକ ସର୍ବକାଳୀନ କିନ୍ତୁ ଭୂତାଣୁର ସ୍ଥିତି ସାମୟିକ। ଏହା ସତ୍ୟ ଯେ ଭୂତାଣୁ ଅପେକ୍ଷା ଭୋକ ଆହୁରି ଭୟଙ୍କର। ବିଶ୍ୱରେ ଭୋକ ଆଉ ଭୂତାଣୁ ମଣିଷ ଜୀବନକୁ ଖିନ୍‌ଭିନ୍‌ କରିବାରେ ଲାଗିଛନ୍ତି। ଭୋକ ଦୀର୍ଘକାଳୀନ ଥିଲାବେଳେ ଭୂତାଣୁର ଭୟଙ୍କରୀ ଓ ତା’ର ପ୍ରଭାବ ଜନଜୀବନ ଓ ଜୀବନ ଜୀବିକା ଉପରେ ଏତେ ବେଶି ଯେ ଜନଜୀବନ ଅସ୍ତବ୍ୟସ୍ତ ତଥା ନିଜର ଭାରସାମ୍ୟ ରକ୍ଷା କରିବା ସମ୍ଭବପର ନୁହେଁ – ଯାହା ସାଂପ୍ରତିକ ମଣିଷ ସମାଜରେ କରୋନା ମହାମାରୀର ତାଣ୍ଡବଲୀଳାରେ କେତେ ଜୀବନ ମୃତ୍ୟୁର ଦ୍ୱାର ଦେଶରେ ଉପନୀତ ତାହା ଆଜି ବେଶ୍‌ ସୁସ୍ପଷ୍ଟ। ଏଣୁ ଏକଥା ସତ୍ୟ ଯେ ଭୋକ ଓ ଭୂତାଣୁ ମଣିଷ ଜୀବନର ଗତି ପ୍ରବାହକୁ ବାଧା ଦେବା ସଙ୍ଗେ ସଙ୍ଗେ ଯେଭଳି ଭୂତାଣୁର ପ୍ରକ୍ରିୟା ଓ ପ୍ରତିକ୍ରିୟା ମଣିଷର କଣ୍ଠରୋଧ କରୁଛି ତାହା ସ୍ପଷ୍ଟ ଅନୁମେୟ ଏବଂ ଖୁବ୍‌ ଦୁଃଖଦାୟକ । ଏହା ମଣିଷ ସମାଜ ପ୍ରତି ଏକ ବିପତ୍ାତ କହିଲେ ଅତ୍ୟୁକ୍ତି ହେବନାହିଁ। କହିବାକୁ ଗଲେ ଭୋକଠାରୁ ବଡ଼ ଭୂତାଣୁଜଗତରେ ଆଉ କିଛି ନାହିଁ ।
ଭାରତରେ ଭୋକର ସ୍ଥିତି ଅତି ଶୋଚନୀୟ। ଏଠିକୁ ପୋଷଣର ବିକଟାଳ ରୂପ ଗରିବ ଆଫ୍ରିକା ଦେଶଠାରୁ ଖୁବ୍‌ ଅଧିକ। ଏଠାକାର ୫୦ ଶତାଂଶ ମହିଳାଙ୍କର ରକ୍ତହୀନତା ଅନ୍ୟତମ କାରଣ। ବିଶେଷ କରି ୭୦ ଶତାଂଶ ଭାରତର ଗ୍ରାମାଞ୍ଚଳ ଲୋକମାନଙ୍କର କୁପୋଷଣ ଓ ଖାଦ୍ୟାଭାବ ଖୁବ୍‌ ବେଶି। ବିଶେଷତଃ ଦେଶର ଆଦିବାସୀ ଜନଜାତି, ବସ୍ତିବାସୀ ମହିଳା ଓ ପାଞ୍ଚବର୍ଷରୁ ଊର୍ଦ୍ଧ୍ୱ ପିଲାମାନେ କୁପୋଷଣର ଅଧିକ ଭାବରେ ଶିକାର ହେଉଛନ୍ତି। ଏଣୁ ପିଲାର ବୟସ ବଢ଼ିବା ସଙ୍ଗେ ସଙ୍ଗେ ଏମାନଙ୍କର ତଦନୁରୂପେ ଉଚ୍ଚତା ବୃଦ୍ଧି ପାଉନାହିଁ। ଶକ୍ତି ଓ ସାମର୍ଥ୍ୟ ହରାଇ ବସି ବିକଳାଙ୍ଗ ହୋଇଯାଉଛନ୍ତି। ପ୍ରାୟତଃ ୩୦କୋଟି ଭାରତୀୟ ଭୋକ ଓ କୁପୋଷଣ ଦ୍ୱାରା ପ୍ରଭାବିତ ହେଉଛନ୍ତି।
ଭାରତରେ ଖାଦ୍ୟ ବ୍ୟବସ୍ଥା ବ୍ରିଟିଶ ଶାସନ କାଳରୁ ବଡ଼ ସଙ୍କଟମୟ ପରିସ୍ଥିତି ଦେଇ ଗତି କରି ଆସୁଛି। ଓଡ଼ିଶାରେ ୧୮୮୬ରେ ହୋଇଥିବା ନଅଙ୍କ ଦୁର୍ଭିକ୍ଷ ଓଡ଼ିଶାର ଅସ୍ତିତ୍ୱକୁ ଦୋହଲାଇ ଦେଇଥିଲା; କ୍ଷୁଧା ଅନାହାରରେ ଲୋକ ପୋକ ମାଛି ପରି ମରି ଶୋଇଲେ। ସେହି ଶୋଚନୀୟ ଅବସ୍ଥାର ଚିତ୍ର ଭୟଙ୍କର ଥିଲା । ଅର୍ଥନୀତି ଓ ସାମାଜିକ ପ୍ରଗତିର ଅନ୍ତରାୟ ଘଟିଲା। ୧୯୪୩ରେ ବଙ୍ଗରେ ଘଟିଥିଲା ଶୋଚନୀୟ ଓ ହୃଦୟ ବିଦାରକ ଦୁର୍ଭିକ୍ଷ । ୧୯୩୭ରେ ଭାରତକୁ ବର୍ମାଠାରୁ ଅଲଗା କରିଦିଆଗଲା। ସେତେବେଳେ ଭାରତକୁ ପ୍ରତିବର୍ଷ ଲକ୍ଷେଟନ୍‌ରୁ ଊର୍ଦ୍ଧ୍ୱ ଚାଉଳ ମିଳୁଥିଲା। ୧୯୪୭ରେ ଭାରତ ସ୍ବାଧୀନତା ପାଇଲା ସତ, କିନ୍ତୁ ଭୋକ ମଲାନି। ସେତେବେଳେ ବି ଭାରତକୁ ବିଭାଜିତ କରିଦିଆଗଲା; ଯାହାଫଳରେ କି ଧାନ ଓ ଗହମ ଉପତ୍ାଦନ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ବଙ୍ଗଳା ଓ ପଞ୍ଜାବର କେତେକ ସ୍ଥାନ ପାକିସ୍ତାନ ଅଧୀନକୁ ଚାଲିଗଲା ଏବଂ ଲକ୍ଷ ଲକ୍ଷ ଶରଣାର୍ଥୀ ଭାରତକୁ ଅନୁପ୍ରବେଶ କଲେ।
ସ୍ବାଧୀନତା ପରେ ପରେ ଭାରତ ଭୀଷଣ ଖାଦ୍ୟ ସଙ୍କଟର ସମ୍ମୁଖୀନ ହେଲା। ଭୋକକୁ ରୋକିବାରେ ଆମେ ଏବେ ବି ସମ୍ପୂର୍ଣ୍ଣ ଭାବରେ ଅକ୍ଷମ।
ସମ୍ପ୍ରତି କ୍ଷୁଧା ହେଉଛି ଭାରତ ପାଇଁ ବଡ଼ ସମସ୍ୟା। ଯେଉଁଠି ପେଟ ପାଇଁ ମୁଠାଏ ଦାନା ନାହିଁ ସେଠି ବିକାଶର ସ୍ବପ୍ନ ଦେଖିବା ନିରର୍ଥକ। ଏବେ ଭାରତ ଏଥିପାଇଁ ବିଶ୍ୱରେ ବିଶେଷ ଭାବେ ଚର୍ଚ୍ଚିତ। ନେପାଳ, ଶ୍ରୀଲଙ୍କା, ମ୍ୟାନ୍‌ମାର, ପାକିସ୍ତାନ, ବାଂଲାଦେଶ ଓ ଇଣ୍ଡୋନେସିଆଠାରୁ ପଛରେ ୯୪ତମ ସ୍ଥାନରେ ରହିଛି ଭାରତ।
ଏକ ପରିସଂଖ୍ୟାନରୁ ଜଣାପଡ଼ିଛି ଯେ, ପୃଥିବୀରେ ୧୮୯.୨ କୋଟି ଲୋକ ଖାଦ୍ୟ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ସେଥିରୁ ୧୪ ପ୍ରତିଶତ ଲୋକ ଭାରତର। ୫୧.୪ ପ୍ରତିଶତ ମହିଳା ଆନିମିଆ ବା ରକ୍ତହୀନତା ରୋଗ ଦ୍ୱାରା ଆକ୍ରାନ୍ତ। ୩୪.୫ ଶତାଂଶ ପାଞ୍ଚବର୍ଷରୁ କମ୍‌ ପିଲାଙ୍କ ଅଭିବୃଦ୍ଧି ଘଟେନା। କୁପୋଷଣରୁ ପିଲାଙ୍କର ମୃତ୍ୟୁ ସଂଖ୍ୟାର ହାର ବୃଦ୍ଧି ପାଇବାରେ ଲାଗିଛି। କିଛି ପିଲା ନିମୋନିଆ, ଡାଏରିଆ ଓ ମ୍ୟାଲେରିଆ ଦ୍ୱାରା ପୀଡ଼ିତ। ଗ୍ଲୋବାଲ ଇଣ୍ଡେକ୍ସର ୨୦୧୯ ରିପୋର୍ଟ ଅନୁସାରେ ୧୧୭ଟି ଦେଶ ଭିତରୁ ଭାରତର ସ୍ଥାନ ୧୦୨ରେ ରହିଛି।
କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ଦେଶର ଖାଦ୍ୟ ବ୍ୟବସ୍ଥାରେ ମଧ୍ୟ ଭିନ୍ନତା ପରିଲକ୍ଷିତ ହେଉଛି। ସମସ୍ତଙ୍କୁ ଏ ମହାମାରୀରେ ଖାଦ୍ୟ ଯୋଗାଇ ଦେବା ଏତେ ଉତ୍ସାହ ଜନକ ନୁହେଁ – ଏହା ଅନ୍ତରାୟ ସୃଷ୍ଟି କରୁଛି। ଆବଶ୍ୟକ ପରିମାଣରେ ସୁବିଧାରେ ଓ ଶସ୍ତାରେ ବହୁ ପରିମାଣର ଫଳ ଓ ପନିପରିବା ମିଳୁନାହିଁ। ଏ ଅସମୟରେ ଖାଦ୍ୟ ଖାଇବାକୁ ନ ପାଇ କିଛି କିଛି ବି ପ୍ରାଣ ହରାଉଛନ୍ତି। ଏ ବେଳେ ଗରିବ ଶ୍ରେଣୀର ତଥା ଦିନ ମଜୁରିଆ ବେଶି ହଇରାଣ ହେଉଛନ୍ତି। ହାତରେ ପଇସା ନାହିଁ, ଉପବାସ ବି ରହିଯାଉଛନ୍ତି। ଦେଖାଯାଇଛି ଅଧିକାଂଶ ଗାଁ ଗଣ୍ଡା ଲୋକମାନେ ଓଳିଏ ଖାଇଲେ ଓଳିଏ ଉପାସ ରହନ୍ତି। କେହି କେହି ପରିବାରରେ ଚୁଲି ଜଳେନା। ଭିକାରି ତଥା ବାରବୁଲାଙ୍କର ଅବସ୍ଥା ଅତି ଶୋଚନୀୟ। ତଥାପି ସରକାର ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ସେମାନଙ୍କର ଖାଦ୍ୟର ବ୍ୟବସ୍ଥା କରିଥିଲେ ମଧ୍ୟ ଏହା ସମୁଦ୍ରକୁ ଶଙ୍ଖେ ପରି। ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ବେଳେ ଲୋକମାନେ ପେଟରେ ଓଦାକନା ପକାଇ ଶୋଇ ଯିବାର ନଜିର ମଧ୍ୟ ରହିଛି। କାମଧନ୍ଦା ବନ୍ଦ, ମୂଲ ଲାଗିବା ବନ୍ଦ, ଏ ଅବସ୍ଥାରେ ପାଞ୍ଚ ପ୍ରାଣୀ କୁଟୁମ୍ବ ପୋଷିବା ସହଜ ମଧ୍ୟ ନୁହେଁ । ଭୋକ ସାଙ୍ଗକୁ କରୋନା ଭୂତାଣୁ ଦାଉ ସାଧିଛି। ଜୀବନ ଓ ଜୀବିକା କ୍ଷେତ୍ରରେ ମଧ୍ୟ କରୋନା ପାଖରେ ହାର ମାନିଛି ମଣିଷ। ଭୂତାଣୁ ଯିବାର ନା ଧରୁନି। କିଛି କିଛି ଲୋକ ନିଜ ନିଜର ବୃତ୍ତିରେ ଯୋଗ ଦେଲେଣି। ମଜୁରିଆଙ୍କୁ କାମଧନ୍ଦା ଯୋଗାଇ ଦିଆଯାଉଛି ତଥାପି ଗୋଟାଏ ଭୟ ଓ ଆଶଙ୍କା କାବୁ କରି ଦେଇଛି। ପଦାକୁ ଗୋଡ଼ କାଢ଼ି ହେଉନାହିଁ ଏପରି ସ୍ଥଳେ, ଜୀବନ ଗତିଶୀଳ ହୋଇପାରୁ ନାହିଁ – ଏଣୁ ଭୋକ ଓ ଭୂତାଣୁର ସରଳାର୍ଥ ଆମ ପାଖରେ ଏବେ ଅସ୍ପଷ୍ଟ ନାହଁି।
ମୋ-୯୪୩୭୭୨୮୪୭୫

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.