ଭୁବନେଶ୍ୱର,୫।୬(ବ୍ୟୁରୋ): ‘ତୋତେ ବାହା ହେବି ବୋଲି ଘର ଛାତ ଡେଇଁ ପଳେଇ ଆସିଛି। ଆଉ ଘରକୁ ଫେରିବିନି। ତୁ ଯୋଉଠି କହିବୁ ସେଇଠି ରହିବି। ତୁ ଟ୍ରେନ୍ ଲାଇନରେ ଶୋଇଲେ ମୁଁ ତୋ ସହ ଟ୍ରେନ୍ ଲାଇନ୍ରେ ଶୋଇବି।’ ପ୍ରେମିକାର ଏଭଳି ଜିଦ୍ ସତ୍ତ୍ୱେ ପ୍ରେମିକ କିନ୍ତୁ ନିଜ ଜିଦ୍ରେ ଅଟଳ। ‘୫ଟା କେସ୍ ଖାଇବି ପଛେ ତୁମକୁ ଆଉ ବାହା ହେବିନି।’ ବୋଲି ରୋକ୍ଠୋକ୍ ଶୁଣାଇଛନ୍ତି। ଶୁକ୍ରବାର କ୍ୟାପିଟାଲ ଥାନା ଅନ୍ତର୍ଗତ ଆଇଜି ପାର୍କ ନିକଟରେ ପ୍ରେମୀ ଯୁଗଳଙ୍କ ଏଭଳି ହାଇଡ୍ରାମା ଦେଖିବାକୁ ମିଳିଥିଲା। ଲୋକଙ୍କ ଭିଡ଼ ଜମିବା ପରେ ଦୀର୍ଘ ସମୟ ଧରି ସେଠାରେ ଯୁବତୀ ଜଣକ ଯୁବକଙ୍କ ବାଟ ଓଗାଳି ବସିଥିଲେ। ଯୁବକ ଜଣକ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ଏବେ ଧରାଛୁଆଁ ଦେଉ ନ ଥିବା ନେଇ ପ୍ରେମିକା ଜଣକ ବାରମ୍ବାର ଅଭିଯୋଗ ଆଣୁଥିଲେ। ବାହା ନ ହେଲେ ଥାନାକୁ ଯିବି ବୋଲି ଯୁବତୀ ଜଣକ କହୁଥିଲେ। ଅନ୍ୟପକ୍ଷରେ ପ୍ରେମ ସମ୍ପର୍କକୁ ପ୍ରେମିକ ମାନିଥିଲେ ମଧ୍ୟ ଯୁବତୀ ଜଣକ ପୂର୍ବରୁ ବିବାହିତ ଥିବା ଓ ତାଙ୍କର ଏକ ଝିଅ ଥିବା କହି ବିବାହ କରିବାକୁ ସମ୍ପୂର୍ଣ୍ଣ ଏଡ଼ାଇଯାଇଥିଲେ। ତେବେ ଘଟଣା ଥାନାକୁ ଯିବା ପରେ ଉଭୟଙ୍କ ପରିବାର ଲୋକେ ସେଠାରେ ପହଞ୍ଚି ଆପୋସ ବୁଝାମଣା ପାଇଁ ଉଦ୍ୟମ କରିଥିଲେ। ତେବେ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ କୌଣସି ଅଭିଯୋଗ ହୋଇ ନ ଥିବା ଥାନା ଅଧିକାରୀ ଗିରିଜା ଶଙ୍କର ଚକ୍ରବର୍ତ୍ତୀ କହିଛନ୍ତି।
ସୂଚନା ଅନୁଯାୟୀ, ଯୁବକଙ୍କ ଘର ରାଉରକେଲାରେ ଓ ଯୁବତୀଙ୍କ ଘର ଭୁବନେଶ୍ୱର ଖଣ୍ଡଗିରି ଥାନା ଅଞ୍ଚଳରେ। ଗତ ଅକ୍ଟୋବରରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଯୁବକ ଜଣକ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେବାପରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଆରମ୍ଭ ହୋଇଥିଲା। ଦୁହେଁ କିଛିଦିନ ଭୁବନେଶ୍ୱରରେ ଲିଭ୍ ଇନ୍ ସମ୍ପର୍କରେ ଥିଲେ। ହେଲେ ପରବର୍ତ୍ତୀ ସମୟରେ ଯୁବକ ଜଣକ ବିବାହ କରି ନ ଥିଲେ। ମାତ୍ର ଯୁବତୀ ଜଣକ ବାରମ୍ବାର ଯୁବକଙ୍କ ଘରକୁ ଯାଇ ବିବାହ କରିବାକୁ କହିଥିଲେ। ଉଭୟଙ୍କ ପରିବାର ଲୋକେ ବିବାହ ନେଇ ଆଲୋଚନା କରିଥିଲେ ମଧ୍ୟ ଯୁବକ ଜଣକ ଆଉ ତାଙ୍କୁ ଧରାଛୁଆଁ ଦେଇ ନ ଥିଲେ। ଶେଷରେ ଯୁବତୀ ଜଣକ ରାଉରକେଲାସ୍ଥିତ ଯୁବକଙ୍କ ଘରେ ପହଞ୍ଚି ତାଙ୍କୁ ବିବାହ କରିବାକୁ ଜିଦ୍ ଧରିଥିଲେ। ଯୁବକ ଜଣକ ତାଙ୍କୁ ଶୁକ୍ରବାର କୋର୍ଟରେ ବିବାହ କରିବେ ବୋଲି କହି ଗୁରୁବାର ଭୁବନେଶ୍ୱରରେ ପହଞ୍ଚିଥିଲେ। ହେଲେ ଆଇଜି ପାର୍କ ନିକଟରେ ଯୁବକ ଜଣକ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଯୁବତୀ ଜଣକ ତାଙ୍କ ପ୍ୟାଣ୍ଟ ପକେଟକୁ ଜାବୁଡି ଧରି ଚିତ୍କାର କରିବାରୁ ଘଟଣା ନଜରକୁ ଆସିଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.